ଆସନ୍ତା ୨୫ରୁ ଘରୋଇ ବିମାନ ସେବା ଆରମ୍ଭ, ଜାଣିନିଅନ୍ତୁ ଟିକେଟ ଦର ସମ୍ପର୍କରେ....

 ଟିକେଟ ଦର ୨ ହଜାରରୁ ୧୮୬୦୦ ପର୍ଯ୍ୟନ୍ତ ରହିଛି । ଆସନ୍ତୁ ଜାଣିବା ଟିକେଟ ଦର ସମ୍ପର୍କରେ । 

ଆସନ୍ତା ୨୫ରୁ ଘରୋଇ ବିମାନ ସେବା ଆରମ୍ଭ, ଜାଣିନିଅନ୍ତୁ ଟିକେଟ ଦର ସମ୍ପର୍କରେ....
ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ଆସନ୍ତା ମଇ ୨୫ରୁ ଆରମ୍ଭ ହେଉଛି ଘରୋଇ ବିମାନ ସେବା । କୋରୋନା ମୁକାବିଲା କରିବାକୁ ଯାଇ ଗତ ମାର୍ଚ୍ଚ ୨୫ରୁ ବିମାନ ସେବା ବନ୍ଦ ରହିଥିଲା । ଏୟାରପୋର୍ଟ ଅଥରିଟି ଏହାରି ମଧ୍ୟରେ ଯାତ୍ରୀମାନଙ୍କ ପାଇଁ ଜରୁରୀ Sop (Standard operating procedure) ଜାରି କରିଦିଆଯାଇଛି । ଏହାକୁ ମାନୁ ନ ଥିବା ଯାତ୍ରୀଙ୍କୁ ଏୟାରପୋର୍ଟରେ ପ୍ରବେଶ ଅନୁମତି ମିଳିବ ନାହିଁ । ସେହିପରି ଟିକେଟ ଦର ମଧ୍ୟ ନିର୍ଦ୍ଧାରଣ କରାଯାଇଛି । 

ଟିକେଟ ଦରକୁ ୭ଟି ଶ୍ରେଣୀରେ ବିଭକ୍ତ କରିଛନ୍ତି ଡିଜିସିଏ । ଯେଉଁଥିରେ ସର୍ବନିମ୍ନ ଏବଂ ସର୍ବାଧିକ ଦର ନିର୍ଦ୍ଧାରଣ କରାଯାଇଛି । ତେବେ ଟିକେଟ ଦର ୨ ହଜାରରୁ ୧୮୬୦୦ ପର୍ଯ୍ୟନ୍ତ ରହିଛି । ଆସନ୍ତୁ ଜାଣିବା ଟିକେଟ ଦର ସମ୍ପର୍କରେ । 

ଉଡ଼ାଣ ସମୟ ଅବଧିକୁ ନେଇ ଜାରି ହୋଇଛି ଟିକେଟ ଦର । ୪୦ରୁ ୬୦ ମିନିଟର ଯାତ୍ରା ପାଇଁ ୨୫୦୦ରୁ ୭୫୦୦ଟଙ୍କା ଟିକେଟ ଦର ରହିଛି । ସେହିପରି ୬୦ରୁ ୯୦ ମିନିଟ ପାଇଁ ୩୦୦୦ରୁ ୯୦୦୦ଟଙ୍କା, ୯୦ରୁ ୧୨୦ ମିନିଟ ପାଇଁ ୩୫ଶହରୁ ୧୦ ହଜାର ଟଙ୍କା, ୧୨୦ରୁ ୧୫୦ ମିନିଟ ପାଇଁ ୪୫୦୦ରୁ ୧୩ ହଜାର ଟଙ୍କା, ୧୫୦ରୁ ୧୮୦ ମିନିଟ ପାଇଁ ୫୫୦୦ରୁ ୧୫୭୦୦ଟଙ୍କା ଏବଂ ୧୮୦ରୁ ୨୮୦ ମିନିଟ ପାଇଁ ୬୫୦୦ରୁ ୧୮୬୦୦ ଟଙ୍କା ଟିକେଟ ଦର ରହିବ ।