Advertisement
Article Detail0/zeeodisha/odisha2806823
Zee OdishaOdisha National-Internationalଟ୍ରମ୍ପ କହିଲେ ମୁନୀର ଭାରି ପ୍ରଭାବଶାଳୀ, ମୋଦି ଫାଣ୍ଟାଷ୍ଟିକ୍‍ !

ଟ୍ରମ୍ପ କହିଲେ ମୁନୀର ଭାରି ପ୍ରଭାବଶାଳୀ, ମୋଦି ଫାଣ୍ଟାଷ୍ଟିକ୍‍ !

କିଛି ସମୟ ପୂର୍ବରୁ ମୋଦୀ- ଟ୍ରମ୍ପ କଥାବାର୍ତ୍ତା ପରେ ବୈଦେଶିକ ସଚିବ ଭାରତ-ପାକିସ୍ତାନ ଯୁଦ୍ଧ ବିରତି ଦୁଇ ଦେଶର ସେନା ବାହିନୀ କଥା ବାର୍ତ୍ତା ପରେ ହୋଇଥିବା କହିଥିଲେ।

ଟ୍ରମ୍ପ କହିଲେ ମୁନୀର ଭାରି ପ୍ରଭାବଶାଳୀ, ମୋଦି ଫାଣ୍ଟାଷ୍ଟିକ୍‍ !

ନୂଆଦିଲ୍ଲୀ: ଆଜି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଶ୍ଚିତ କରିବାକୁ ମନା କରିଦେଇଛନ୍ତି ଯେ, ଆମେରିକା ଇରାନ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଛି କିମ୍ୱା ଏହାର ପରମାଣୁ ସ୍ଥାନଗୁଡ଼ିକୁ ଟାର୍ଗେଟ କରିବାକୁ ଯୋଜନା କରୁଛି। ଟ୍ରମ୍ପ କହିଥିଲେ ଯେ, ଇରାନ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଛି, କିନ୍ତୁ ଏବେ କଥା ହେବାକୁ ବହୁତ ଡେରି ହୋଇଗଲାଣି।

ହ୍ୱାଇଟ୍ ହାଉସ ବାହାରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ରଖି ଟ୍ରମ୍ପ କହିଥିଲେ, "ବର୍ତ୍ତମାନ ଏବଂ ଗୋଟିଏ ସପ୍ତାହ ପୂର୍ବର ପରିସ୍ଥିତି ମଧ୍ୟରେ ଅନେକ ପାର୍ଥକ୍ୟ ରହିଛି। ମୁଁ କ'ଣ କରିବାକୁ ଯାଉଛି ତାହା କେହି ଜାଣନ୍ତି ନାହିଁ। ଆଗାମୀ ସପ୍ତାହ ବଡ଼ ହୋଇପାରେ, ହୁଏତ ଗୋଟିଏ ସପ୍ତାହରୁ କମ୍ ସମୟ ମଧ୍ୟରେ କିଛି ଘଟିପାରେ ।"

ଟ୍ରମ୍ପ ଏକଥା ମଧ୍ୟ ଦାବି କରି କହିଛନ୍ତି ଯେ, ଇରାନ ହ୍ୱାଇଟ୍ ହାଉସରେ ଆଲୋଚନା ପାଇଁ ପ୍ରସ୍ତାବ ଦେଇଛି, କିନ୍ତୁ ସେ ସ୍ପଷ୍ଟ କରିନାହାଁନ୍ତି ଯେ, ଏହି ପ୍ରସ୍ତାବ କେବେ ଏବଂ କେଉଁ ସ୍ତରରେ ଆସିଛି। ସେ କହିଛନ୍ତି ଯେ, ବର୍ତ୍ତମାନ ଇରାନର ପରିସ୍ଥିତି ସମ୍ପୂର୍ଣ୍ଣ ଅସୁରକ୍ଷିତ ରହିଛି । ଇରାନର କୌଣସି ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ନାହିଁ। ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କ ବିଷୟରେ ଯେତେବେଳେ ସାମ୍ୱାଦିକମାନେ ପଚାରିଲେ ସେତେବେଳେ ଟ୍ରମ୍ପ କହିଥିଲେ ଯେ, ଇରାନ ପ୍ରତି ଆମେରିକାର ଧୈର୍ଯ୍ୟ ବର୍ତ୍ତମାନ ଶେଷ ହୋଇଯାଇଛି। 

Add Zee News as a Preferred Source

ବର୍ତ୍ତମାନ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ଶୀର୍ଷରେ ପହଞ୍ଚିଥିବା ସମୟରେ ଟ୍ରମ୍ପଙ୍କ ଏପରି ବୟାନ ଚଚ୍ଚାକୁ ଦୁଇଗୁଣିତ କରିଛି । ସାମ୍ପ୍ରତିକ ସମୟରେ ଆଞ୍ଚଳିକ ବିବାଦ ତୀବ୍ର ହୋଇଛି ଏବଂ ବିଶ୍ୱର ନଜର ଆମେରିକାର ରଣନୈତିକ ଭୂମିକା ଉପରେ ରହିଛି। ଟ୍ରମ୍ପଙ୍କ ବୟାନ ଅନୁଯାୟୀ ହୁଏତ ଆଗାମୀ ଦିନରେ ଆମେରିକା ଏକ ବଡ଼ ପଦକ୍ଷେପ ଗ୍ରହଣ କରିପାରେ।

ସୂଚନାଯୋଗ୍ୟ, ପୂର୍ବରୁ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନି ଏକ ଟିଭି ଚ୍ୟାନେଲ ମାଧ୍ୟମରେ ଆମେରିକାକୁ ଏକ ସ୍ପଷ୍ଟ ଚେତାବନୀ ଦେଇଥିଲେ। ସେ କହିଥିଲେ ଯେ, ଇରାନ କେବେ ଆତ୍ମସମର୍ପଣ କରିବ ନାହିଁ। ଯଦି ଆମେରିକା ଯୁଦ୍ଧ ଲାଗୁ କରେ ତେବେ ଏହାର ଉପଯୁକ୍ତ ଉତ୍ତର ଦିଆଯିବ ।

Also Read- ନବୀନ ଯିବେ ଡାକ୍ତରଖାନା, ବିଜେଡି ସମ୍ଭାଳିବେ ଏହି ନେତା...

Also Read- aamir khan: ୧୨୦ କୋଟିର OTT ଡିଲ୍ ରିଜେକ୍ଟ କଲେ ଆମିର୍ ଖାନ୍, ଜାଣନ୍ତୁ କାରଣ

About the Author