'ରାମାୟଣ'ର ବିଶ୍ୱ ରେକର୍ଡ ସୃଷ୍ଟି କରିବାକୁ ନେଇ ଉଠିଲା ପ୍ରଶ୍ନ

ବାସ୍ତବରେ, ଲାଇଭ୍ ମିଣ୍ଟ ଦାବି ଅନୁଯାୟୀ ଦୂରଦର୍ଶନର ଦାବି ହେଉଛି ମିଛ । ରିପୋର୍ଟ ଅନୁଯାୟୀ, ଆମେରିକୀୟ ସିରିଜ୍ MASHର ଶେଷ ଏପିସୋଡ୍ ୧୦ କୋଟି ୬୦ ଲକ୍ଷରୁ ଅଧିକ ଲୋକ ଦେଖିଥିଲେ । ଏହି ଅନୁଯାୟୀ, ରାମାୟଣ ଦୁନିଆର ସବୁଠୁ ଅଧିକ ଦେଖାଯାଉଥିବା ଶୋ' ନୁହେଁ । ମାଶର ଏହି ଏପିସୋଡ୍ ଫେବୃଆରୀ ୨୮, ୧୯୮୩ରେ ପ୍ରସାରିତ ହୋଇଥିଲା ।

'ରାମାୟଣ'ର ବିଶ୍ୱ ରେକର୍ଡ ସୃଷ୍ଟି କରିବାକୁ ନେଇ ଉଠିଲା ପ୍ରଶ୍ନ
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ଲକଡାଉନ୍ ମଧ୍ୟରେ ରାମାଣନ୍ଦ ସାଗରଙ୍କ ରାମାୟଣ ଟିଆରପି ରେଟିଂରେ ଅନେକ ରେକର୍ଡ ସୃଷ୍ଟି କରିଥିଲା । ଏହା ମଧ୍ୟ କୁହାଯାଇଥିଲା ଯେ, ରାମାୟଣ ହେଉଛି ଦୁନିଆର ସବୁଠୁ ଅଧିକ ଦେଖାଯାଉଥିବା କାର୍ଯ୍ୟକ୍ରମ । ଏପ୍ରିଲ ୧୬ରେ ପ୍ରସାରିତ କରାଯାଇଥିବା ଏପିସୋଡକୁ ୭ କୋଟି ୭୦ ଲକ୍ଷରୁ ଅଧିକ ଲୋକ ଦେଖିଥିଲେ । କିନ୍ତୁ ବର୍ତ୍ତମାନ ଶୋ’ର ଦର୍ଶକ ଓ ବିଶ୍ୱ ରେକର୍ଡ ଦାବି ଉପରେ ବିବାଦ ଜୋର ଧରିଛି । ଏହା ମଧ୍ୟରେ ବର୍ତ୍ତମାନ ଏନେଇ ଦୂରଦର୍ଶନରୁ ଏକ ବୟାନ ଆସିଛି ।

ଏହି ସମସ୍ତ ଦ୍ୱନ୍ଦ୍ୱ ଉପରେ ସ୍ପଷ୍ଟୀକରଣ ପାଇଁ ଲାଇଭ ମିଣ୍ଟ ପ୍ରସାର ଭାରତୀ ସିଇଓ ଶଶି ଶେଖରଙ୍କ ସହ ଯୋଗାଯୋଗ କରିଥିଲା । କେଉଁ ଆଧାରରେ ରାମାୟଣ ବିଶ୍ୱ ରେକର୍ଡ କରିବା କଥା କୁହାଯାଇଥିଲା ବୋଲି ପଚାରିବାରୁ ଶଶି ଜବାବରେ ଲେଖିଛନ୍ତି ଯେ, ଆମେ ଜାଣୁ ଯେ ଟିଭି ରେଟିଂର ଖେଳ ବାହାରେ ମଧ୍ୟ ଅନେକ ଲୋକ ଏହି ଶୋ'କୁ ଦେଖିଛନ୍ତି । ମୋବାଇଲ୍ ଟିଭି ସେବାରେ ଡିଡିର ଚ୍ୟାନେଲ ଆସିଥାଏ । ଯାହା ଜିଓ ଟିଭି ଏବଂ MX ପ୍ଲେୟାର ପରି ମାଧ୍ୟମ ସାମିଲ ରହିଛି ।

"ଯଦି ଆମେ ଏହି ସମସ୍ତ ଆକଳନ ଯୋଡିବା ଏବଂ ରାମାୟଣର ଦର୍ଶକଙ୍କ ବିଷୟରେ ଆଲୋଚନା କରିବା । ତେବେ ଲକଡାଉନ୍ ସମୟରେ ଏହାକୁ ୨୦୦ ମିଲିୟନ ଅର୍ଥାତ ୨୦ କୋଟିରୁ ଅଧିକ ଲୋକ ଦେଖିଛନ୍ତି । ମୁଁ ରେକର୍ଡ ଚକ୍କରରେ ପଡ଼ିବି ନାହିଁ । କିନ୍ତୁ ଲକଡାଉନ୍ ସମୟରେ ଅନେକ ପରିବାର ଏକାଠି ହୋଇ ଏହି ମହାକାବ୍ୟକୁ ଦେଖିବା ଥିଲେ । ଲୋକଙ୍କୁ ଘରେ ସୁରକ୍ଷିତ ରଖିବାରେ ପ୍ରସାରଣ ସେବା ଏହାର କାର୍ଯ୍ୟକୁ ଏକ ପ୍ରଭାବଶାଳୀ ଢଙ୍ଗରେ କରିଥିଲା ​​।"

 କ’ଣ ରହିଛି ବିବାଦ ?