କୋରୋନା ମଧ୍ୟରେ 'ଡବଲ୍ ଆଟାକ୍' ବଢ଼ାଇଲା ଚିନ୍ତା, ଏହାର ଆକ୍ରମଣରୁ ବଞ୍ଚିବା କଷ୍ଟକର!
X

କୋରୋନା ମଧ୍ୟରେ 'ଡବଲ୍ ଆଟାକ୍' ବଢ଼ାଇଲା ଚିନ୍ତା, ଏହାର ଆକ୍ରମଣରୁ ବଞ୍ଚିବା କଷ୍ଟକର!

ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଏକ ସମ୍ଭାବ୍ୟ 'ଟ୍ୱିଣ୍ଡେମିକ୍' (Twindemic) ବିଷୟରେ ଚେତାବନୀ ଦେଇ କହିଛନ୍ତି ଯେ ଉଭୟ ଫ୍ଲୁ (Flue) ଓ କୋଭିଡ-19 (COVID-19) କାରଣରୁ ମୃତ୍ୟୁ ହେବାର ଆଶଙ୍କା ଦୁଇ ଗୁଣ ବଢୁଛି ।

କୋରୋନା ମଧ୍ୟରେ 'ଡବଲ୍ ଆଟାକ୍' ବଢ଼ାଇଲା ଚିନ୍ତା, ଏହାର ଆକ୍ରମଣରୁ ବଞ୍ଚିବା କଷ୍ଟକର!

ଲଣ୍ଡନ: କୋରୋନା ଭାଇରସ (Coronavirus) ମହାମାରୀ ସମୟରେ ବିଶେଷଜ୍ଞମାନେ 'ଟ୍ୱିଣ୍ଡେମିକ୍' (Twindemic) କୁ ନେଇ ଚେତାବନୀ ଦେଇଛନ୍ତି । ବିଶେଷଜ୍ଞମାନେ କହିଛନ୍ତି ଯେ କୋରୋନା କାରଣରୁ ଲୋକଙ୍କ ପ୍ରାକୃତିକ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଛି, ଏଭଳି ପରିସ୍ଥିତିରେ ଫ୍ଲୁ ବ୍ୟାପିବା ଆଶଙ୍କା ବଢ଼ାଇ ଦେଇଛି । ବିଶେଷଜ୍ଞମାନେ ଉଭୟ ଫ୍ଲୁ (Flu) ଓ କୋରୋନାକୁ 'ଟ୍ୱିଣ୍ଡେମିକ୍' (Twindemic) ର ନାମ ଦେଇଛନ୍ତି ।

ମୃତ୍ୟୁ ଆଶଙ୍କା ଦ୍ୱିଗୁଣିତ ହୋଇଛି

ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଏକ ସମ୍ଭାବ୍ୟ 'ଟ୍ୱିଣ୍ଡେମିକ୍' (Twindemic) ବିଷୟରେ ଚେତାବନୀ ଦେଇ କହିଛନ୍ତି ଯେ ଉଭୟ ଫ୍ଲୁ (Flue) ଓ କୋଭିଡ-19 (COVID-19) କାରଣରୁ ମୃତ୍ୟୁ ହେବାର ଆଶଙ୍କା ଦୁଇ ଗୁଣ ବଢୁଛି । ଦି ସନ (The Sun) ର ରିପୋର୍ଟ ଅନୁଯାୟୀ, ଇଂଲଣ୍ଡରେ ପ୍ରତ୍ୟେକ ଥର ଫ୍ଲୁରେ ହାରାହାରି ୧୧,୦୦୦ ଲୋକ ମୃତ୍ୟୁ ବରଣ କରନ୍ତି । ୨୦୧୭-୧୮ରେ  ଫ୍ଲୁ ସମୟରେ ଏହି ସଂଖ୍ୟା ଦ୍ୱିଗୁଣ ହୋଇଥିଲା, ଯେଉଁଥିରେ ପ୍ରତିଦିନ ପ୍ରାୟ ୩୦୦ ଲୋକଙ୍କର ମୃତ୍ୟୁ ହେବା ଖବର ସାମ୍ନାକୁ ଆସୁଥିଲା । ଏଥର ବିପଦ ବୃଦ୍ଧି ପାଇଛି ।

୫୦ ବର୍ଷ ମଧ୍ୟରେ ସବୁଠାରୁ ଖରାପ ଅବଧି 

ଏଥର ବ୍ରିଟେନରେ ଫ୍ଲୁ ଯୋଗୁଁ ମୃତ୍ୟୁ ସଂଖ୍ୟା ୬୦,୦୦୦ରେ ପହଞ୍ଚିପାରେ । ମନେକରାଯାଉଛି ଯେ ବ୍ରିଟେନ ୫୦ ବର୍ଷ ମଧ୍ୟରେ ସବୁଠାରୁ ଖରାପ ମୃତ୍ୟୁ ହାରର ସମ୍ମୁଖୀନ ହୋଇପାରେ । ବ୍ରିଟେନରେ ବର୍ତ୍ତମାନ ଦିନକୁ ୧୦୦୦ରୁ ଅଧିକ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି, ସମସ୍ତେ ଫ୍ଲୁ କିମ୍ବା ଅନ୍ୟ ଭୂତାଣୁ ସଂକ୍ରମିତ ହୋଇଛନ୍ତି । ବର୍ତ୍ତମାନ କୋରୋନା ଭୂତାଣୁ ସଂକ୍ରମଣ ହେତୁ ବ୍ରିଟେନରେ ଦିନକୁ ୬୦୦ରୁ ଅଧିକ ଲୋକ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି, ପ୍ରତିଦିନ ହାରାହାରି ୧୨୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଏହାର ପ୍ରତିକାର କ’ଣ?

ବ୍ରିଟିଶ ସରକାର କୋରୋନା ମଧ୍ୟରେ ଫ୍ଲୁ ବିରୋଧରେ ସବୁଠୁ ବଡ଼ ଅଭିଯାନ ଆରମ୍ଭ କରିଛନ୍ତି । ବ୍ରିଟିଶ ମେଡିକାଲ ଜର୍ଣ୍ଣାଲ (BMJ) ରେ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ଉଭୟ କୋଭିଡ ଓ ଫ୍ଲୁରେ ଏକକାଳୀନ ଆକ୍ରମଣ ହେତୁ ଲୋକଙ୍କ ମୃତ୍ୟୁ ହେବାର ଆଶଙ୍କା ଦ୍ୱିଗୁଣିତ ହୋଇଛି । ବୈଜ୍ଞାନିକମାନେ ଆଶଙ୍କା ପ୍ରକଟ କରିଛନ୍ତି ଯେ କୋରୋନା କାରଣରୁ ଫ୍ଲୁ ଟିକା ମଧ୍ୟ ପୂର୍ବାପେକ୍ଷା କମ୍ ପ୍ରଭାବଶାଳୀ ହେବାରେ ଲାଗିଛି । ଏଜ୍ ୟୁକେର ନିର୍ଦ୍ଦେଶକ କାରୋଲିନ ଅବ୍ରହାମ କହିଛନ୍ତି ଯେ ଚଳିତ ବର୍ଷ ଫ୍ଲୁ ଟିକା ଓ କୋଭିଡ-19 ର ବୁଷ୍ଟର ଡୋଜ ନେବା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି । ବିଶେଷଜ୍ଞଙ୍କ ଅନୁଯାୟୀ, ଉଭୟ ରୋଗର ଏକକାଳୀନ ଆକ୍ରମଣ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି କରିପାରେ ।

ଅଧିକ ପଢ଼ନ୍ତୁ:-ଖୁସି ଖବର! ଏଣିକି ମାତ୍ର ୬୩୪ ଟଙ୍କାରେ ଘରେ ଡେଲିଭରୀ ହେବ LPG ସିଲିଣ୍ଡର, ଜାଣନ୍ତୁ କିପରି

ଅଧିକ ପଢ଼ନ୍ତୁ:-୬ କୋଟିରୁ ଉର୍ଦ୍ଧ୍ୱ PF ଖାତାଧାରୀଙ୍କୁ ମିଳିବ ଦୀପାବଳୀର ବଡ଼ ଉପହାର, ଖୁବ୍ ଶୀଘ୍ର ଖାତାରେ ଆସିବ ସୁଧ ଟଙ୍କା!

ଅଧିକ ପଢ଼ନ୍ତୁ:-ରାଜ୍ୟଗୁଡ଼ିକରୁ ପେଟ୍ରୋଲକୁ ନେଇ ଆସିଲା ଏକ ଭଲ ଖବର

ଅଧିକ ପଢ଼ନ୍ତୁ:-ଡ୍ରଗ୍ସ, ଅସ୍ତ୍ରଶସ୍ତ୍ର ଏବଂ ଆତଙ୍କ: କିମ ଜୋଙ୍ଗଙ୍କୁ ନେଇ ବଡ଼ ଖୁଲାସା କଲେ ଉତ୍ତର କୋରିଆର କର୍ଣ୍ଣେଲ

ଅଧିକ ପଢ଼ନ୍ତୁ:-ହିନ୍ଦୁମାନେ ବିବାହ ପାଇଁ ଧର୍ମ ପରିବର୍ତ୍ତନ କରିବା ଭୁଲ: ମୋହନ ଭାଗବତ

ଅଧିକ ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀଙ୍କ ପାଇଁ ବଡ଼ ଖବର, ପୁଣି ୩ ପ୍ରତିଶତ ବଢ଼ିବ ମହଙ୍ଗା ଭତ୍ତା! ଜାଣନ୍ତୁ କେବେ ମିଳିବ ଖୁସି ଖବର

Trending news