ମେଣ୍ଟାଲ ହସ୍ପିଟାଲରେ ଡାକ୍ତର, ଅଡୁଆରେ ୱାଲଟେୟାର ପୋଲିସ

ଡାକ୍ତର ରାଓଙ୍କ ବିରୁଦ୍ଧରେ ପୋଲିସ ଆଇପିସିର ଧାରା ୩୫୩  (ସରକାରୀ କର୍ମଚାରୀଙ୍କୁ କର୍ତ୍ତବ୍ୟରୁ ବିରତ କରିବା) ଏବଂ  ୪୨୭ (୫୦ ଟଙ୍କାର ସମ୍ପତ୍ତି ନଷ୍ଟ କରିଦେବା ) ଦଫା ଲଗାଇ ଗିରଫ କରିଛି ।

ମେଣ୍ଟାଲ ହସ୍ପିଟାଲରେ ଡାକ୍ତର, ଅଡୁଆରେ ୱାଲଟେୟାର ପୋଲିସ

ଜିନୁ ଜେନା(ଭୁବନେଶ୍ୱର):  ଜଣେ ୨୦ ବର୍ଷର ଅଭିଜ୍ଞ ଆନାସ୍ତେସିଷ୍ଟ ଡାକ୍ତରଙ୍କୁ ବିବାଦୀୟ ଭାବେ ଗିରଫ କରି ମେଣ୍ଟାଲ ହସ୍ପିଟାଲ ପଠାଇବା ଘଟଣାରେ ବିଶାଖପାଟଣା ପୋଲିସ ଏବେ ସବୁଠି ନିନ୍ଦିତ ହୋଇଛି । ଏଥିସହ ଶୁକ୍ରବାର ଆନ୍ଧ୍ର ହାଇକୋର୍ଟଙ୍କ ଘଟଣାରେ ସିବିଆର ତଦନ୍ତ ନିର୍ଦ୍ଦେଶ ପରେ ପୋଲିସ ପାଇଁ ଅଡୁଆ ବଢିଛି । ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଥିବା ଏହି ଡାକ୍ତର ଜଣକ ହେଲେ ଡାକ୍ତର ସୁଧାକର ରାଓ । ମେ ୧୬ ତାରିଖରୁ ବିଶାଖପାଟଣା ପୋଲିସ ଡାକ୍ତର ରାଓଙ୍କୁ ଅଟକ ରଖିବା ସହ ମେଣ୍ଟାଲ ହସ୍ପିଟାଲ ପଠାଇବା ଘଟଣାରେ ଆନ୍ଧ୍ର ରାଜନୀତି ସରଗରମ ହେବା ସହ ବିରୋଧୀ ଘଟଣାରେ ତୀବ୍ର ସମାଲୋଚନା କରିଛନ୍ତି । ପୋଲିସ କିଭଳି ଅମାନୁଷିକ ଭାବେ ଗିରଫ କରି ତାଙ୍କୁ ରାସ୍ତାରେ ସାର୍ଟଲେସ କରି ରାସ୍ତାରେ ଶୁଆଇ ଦେଇଥିବା ସହ ମାଡ଼ ମାରି ଲହୁଲୁହାଣ କରିଛି ସେ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଡାକ୍ତର ରାଓଙ୍କ ବିରୁଦ୍ଧରେ ପୋଲିସ ଆଇପିସିର ଧାରା ୩୫୩  (ସରକାରୀ କର୍ମଚାରୀଙ୍କୁ କର୍ତ୍ତବ୍ୟରୁ ବିରତ କରିବା) ଏବଂ  ୪୨୭ (୫୦ ଟଙ୍କାର ସମ୍ପତ୍ତି ନଷ୍ଟ କରିଦେବା ) ଦଫା ଲଗାଇ ଗିରଫ କରିଛି । ଏନେଇ ପ୍ରମାଣକୁ ସିଦ୍ଧ କରିବା ଲାଗି ପୋଲିସ୍ କିଛି ଭିଡିଓ ଜାରି କରିଥିବା ବେଳେ ତାଙ୍କ ଓକିଲ କହିଛନ୍ତି କି ଭିଡିଓ ଗୁଡ଼ିକରେ ସେମିତି କିଛି ଉପଯୁକ୍ତ ପ୍ରମାଣ ନାହିଁ । ସୂଚନା ଥାଉ କି ଡାକ୍ତର ରାଓଙ୍କର ଦୀର୍ଘ ୨୦ବର୍ଷର ଅଭିଜ୍ଞତା ଥିବା ବେଳେ ସେ କୋଭିଡ ଚିକିତ୍ସା ପାଇଁ ପିପିଇ କିଟ୍ ଅଭାବ ନେଇ ମୁହଁ ଖୋଲିଥିଲେ । ପ୍ରଚୁର ପରିମାଣରେ ଗାଉନ୍ ଏବଂ ମାସ୍କ ଆସୁନଥିବା ନେଇ ସେ ଗଣମାଧ୍ୟମ ଆଗରେ ସ୍ୱର ଉଠାଇଥିଲେ । ଏହା ପରେ ତାଙ୍କୁ ନିଲମ୍ବିତ କରିଦିଆଯାଇଥିଲା । ପରେ ଏହି ଘଟଣା ନଜରକୁ ଆସିଥିଲା । ତାଙ୍କୁ ବିଭିନ୍ନ ଆଡୁ ଫୋନରେ ଧମକ ମିଳିଥିଲା । ତେବେ ଡାକ୍ତରଙ୍କ ସେଭଳି କୌଣସି ମାନସିକ ବିକାର ନଥିବା କହିଛନ୍ତି ତାଙ୍କ ମା ।