ଏହି ୫ଟି କାରଣରୁ ଆର୍ୟନଙ୍କୁ ମିଳିନାହିଁ ଜାମିନ
X

ଏହି ୫ଟି କାରଣରୁ ଆର୍ୟନଙ୍କୁ ମିଳିନାହିଁ ଜାମିନ

କାହିଁକି ଆର୍ୟନ ଜାମିନ ପାଇଲେ ନାହିଁ? ଆସନ୍ତୁ ଜାଣିବା କୋର୍ଟର ଏହି ୫ ଟିପ୍ପଣୀରୁ ...

ଏହି ୫ଟି କାରଣରୁ ଆର୍ୟନଙ୍କୁ ମିଳିନାହିଁ ଜାମିନ

ନୂଆଦିଲ୍ଲୀ: Aryan Khan Drug Case Bail: ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ଫସିଥିବା ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ (Shahrukh Khan) ଙ୍କ ପୁଅ ଆର୍ୟନ ଖାନ (Aryan Khan) ଙ୍କ ଜାମିନ ଆବେଦନକୁ ଖାରଜ କରାଯାଇଛି । ମୁମ୍ବାଇ ସେସନ୍ସ କୋର୍ଟର ବିଚାରପତି ଭି.ଭି ପାଟିଲ ୧୮ ପୃଷ୍ଠାର ଆଦେଶରେ କହିଛନ୍ତି ଯେ ପ୍ରଥମ ଦୃଷ୍ଟିରୁ ଏହା ଜଣାପଡୁଛି ଯେ ଆର୍ୟନ ଖାନଙ୍କ ବିରୋଧରେ ପ୍ରମାଣ ଅଛି । କାହିଁକି ଆର୍ୟନ ଜାମିନ ପାଇଲେ ନାହିଁ? ଆସନ୍ତୁ ଜାଣିବା କୋର୍ଟର ଏହି ୫ ଟିପ୍ପଣୀରୁ ...

୧. କୋର୍ଟ କହିଛନ୍ତି, "ଆର୍ୟନ (Aryan Khan) ଓ ଅରବାଜ୍ (Arbaaz Merchant) ଦୀର୍ଘ ଦିନରୁ ବନ୍ଧୁ ଥିଲେ । ସେମାନେ ଏକାଠି ଯାଉଥିଲେ ଓ ଏକତ୍ର କ୍ରୁଜରେ ଧରାପଡିଛନ୍ତି । ଉଭୟ ନିଜ ବୟାନରେ ଡ୍ରଗ୍ସ ସେବନ କରିଥିବା ମଧ୍ୟ ସ୍ୱୀକାର କରିଛନ୍ତି । ଏସବୁ ଦର୍ଶାଏ ଯେ ଆର୍ୟନ ଜାଣିଥିଲେ ଯେ ଅରବାଜଙ୍କ ଜୋତାରେ ଡ୍ରଗ୍ସ ଅଛି ।"

୨. ଆର୍ୟନଙ୍କ ଓକିଲମାନେ ଯୁକ୍ତି କରିଛନ୍ତି ଯେ ତାଙ୍କଠାରୁ ଡ୍ରଗ୍ସ ମିଳିନଥିଲା, ତେଣୁ ସେ ନିଶାରେ ନଥିଲେ । ଏହା ଉପରେ କୋର୍ଟ କହିଛନ୍ତି, "ଯଦିଓ ଅଭିଯୁକ୍ତ ନମ୍ବର -୧ (ଆର୍ୟନ ଖାନ୍) ଙ୍କ ଠାରୁ କୌଣସି ନିଷେଧ ପଦାର୍ଥ ମିଳିନାହିଁ, କିନ୍ତୁ ଅଭିଯୁକ୍ତ ନମ୍ବର-୨ (ଅରବାଜ୍ ମର୍ଚାଣ୍ଟ) ଙ୍କ ପାଖରୁ ୬ ଗ୍ରାମ ଚରସ (Charas) ମିଳିଛି । ତେଣୁ ଏହା କୁହାଯାଇପାରେ ଯେ ଦୁହେଁ ଏ ବିଷୟରେ ଜାଣିଥିଲେ ।"

୩. ଜଜ୍ ଭି.ଭି ପାଟିଲ କହିଛନ୍ତି, "ହ୍ୱାଟସଆପ୍ ଚାଟ୍ ଦର୍ଶାଉଛି ଯେ ଅଭିଯୁକ୍ତ ନମ୍ବର -୧ ଅଜ୍ଞାତ ବ୍ୟକ୍ତିଙ୍କ ସହ ଡ୍ରଗ୍ସ ବିଷୟରେ କଥା ହେଉଛନ୍ତି । ତେଣୁ, ପ୍ରଥମ ଦୃଷ୍ଟିରୁ ଜଣାପଡିଛି ଯେ ଆବେଦନକାରୀ ଓ ଅଭିଯୁକ୍ତ ନମ୍ବର -୧ ଅଜ୍ଞାତ ବ୍ୟକ୍ତିଙ୍କ ସହ ନିଷିଦ୍ଧ ନିଶା ଦ୍ରବ୍ୟର କାରବାର କରୁଥିଲେ ।"

୪. ସେ କହିଛନ୍ତି, "ହ୍ୱାଟସଆପ୍ ଚାଟ୍ ଦର୍ଶାଉଛି ଯେ ଅଭିଯୁକ୍ତ ନମ୍ବର-୧ ଓ ଡ୍ରଗ୍ ବେପାରୀଙ୍କ ମଧ୍ୟରେ ସମ୍ପର୍କ ଥିଲା । ଅଭିଯୁକ୍ତ ନମ୍ବର -୨ ସହିତ ତାଙ୍କର ଚାଟ୍ ମଧ୍ୟ ଅଛି । ଏହା ବ୍ୟତୀତ ଅଭିଯୁକ୍ତ ନମ୍ବର ୧ଙ୍କଠାରୁ କିଛି ପରିମାଣର ନିଷେଧ ପଦାର୍ଥ ମିଳିଥିଲା ।"

ଅଧିକ ପଢ଼ନ୍ତୁ:-ଆର୍ୟନଙ୍କ ଜାମିନ କରାଇପାରିଲେନି ସତୀଶ ମାନଶିନ୍ଦେ, ବର୍ତ୍ତମାନ ଶାହରୁଖ ନେଲେ ଏହି ବଡ଼ ନିଷ୍ପତ୍ତି

ଏନସିବି (NCB) କ୍ରୁଜ୍ ରେଭ୍ ପାର୍ଟି ବିଷୟରେ ସୂଚନା ପାଇଥିଲା । ପଚରାଉଚରା ବେଳେ ଅଭିଯୁକ୍ତ ଯୋଗାଣକାରୀଙ୍କ ନାମ ପ୍ରକାଶ କରିଛନ୍ତି । ଏହା କିଛି ଅପରାଧିକ ଷଡଯନ୍ତ୍ରରେ ଅଭିଯୁକ୍ତଙ୍କ ସମ୍ପୃକ୍ତିକୁ ସୂଚିତ କରେ । ରେକର୍ଡରେ ରଖାଯାଇଥିବା ସାମଗ୍ରୀ ପ୍ରିମା ଫେସୀ ଦର୍ଶାଏ ଯେ NDPS ର ଧାରା 29 ଏହି କ୍ଷେତ୍ରରେ ଲାଗୁ ହୋଇଥାଏ ।

ଅଧିକ ପଢ଼ନ୍ତୁ:-'ଚରସ ସେବନ କରିବା କଥା ସ୍ୱୀକାର କରିଛନ୍ତି ଆର୍ୟନ, ଅରବାଜ୍ ମର୍ଚାଣ୍ଟଙ୍କ ପାଖରୁ ମିଳିଛି ୬ ଗ୍ରାମ ମାଦକ ଦ୍ରବ୍ୟ'

୫. ଜଜ୍ ପାଟିଲ ଜାଣିବାକୁ ପାଇଲେ ଯେ ଏହି ମାମଲା ରିୟା ଚକ୍ରବର୍ତ୍ତୀଙ୍କ ଭାଇ ଶୋଭିକ୍ ଚକ୍ରବର୍ତ୍ତୀଙ୍କ ସହିତ ସମାନ । ଶୋଭିକଙ୍କ ହ୍ୱାଟସଆପ୍ ଚାଟରୁ ଖୁଲାସା ହୋଇଥିଲା ଯେ ସେ ଡ୍ରଗ୍ ବେପାରୀଙ୍କ ସହ ସମ୍ପର୍କରେ ଥିଲେ । ଜଜ୍ ପାଟିଲ କହିଛନ୍ତି, "ପ୍ରିମା ଫେସୀ ଦେଖାଯାଉଛି ଯେ ଅଭିଯୁକ୍ତ ଏକ ବୃହତ ନେଟୱାର୍କର ଅଂଶ । ଶୋଭିକ୍ ଚକ୍ରବର୍ତ୍ତୀଙ୍କ ମାମଲା ପରି । ଯେହେତୁ ଅଭିଯୁକ୍ତ ଷଡଯନ୍ତ୍ରର ଏକ ଅଂଶ ତେଣୁ ଯେଉଁ ଡ୍ରଗ୍ସ ଜବତ ହୋଇଛି ସେଥିପାଇଁ ସେ ମଧ୍ୟ ଉତ୍ତରଦାୟୀ । ପ୍ରତ୍ୟେକ ଅଭିଯୁକ୍ତଙ୍କ ମାମଲା ପରସ୍ପରଠାରୁ ଅଲଗା ହୋଇପାରିବ ନାହିଁ ।"

ଏହା ବି ପଢ଼ନ୍ତୁ:-LIC ସମସ୍ତ ପଲିସି ଧାରକଙ୍କ ପାଇଁ ଜାରି କରିଛି ଜରୁରୀ ସୂଚନା, ଜାଣି ନିଅନ୍ତୁ ନଚେତ ହୋଇପାରେ ବଡ଼ ଅସୁବିଧା

ଏହା ବି ପଢ଼ନ୍ତୁ:-ଗୁଡ୍ ନ୍ୟୁଜ୍: କୋରୋନା ଭ୍ୟାକ୍ସିନ ମାମଲାରେ ଇତିହାସ ରଚିଲା ଭାରତ

ଏହା ବି ପଢ଼ନ୍ତୁ:-ପ୍ରଥମ ଥର ପାଇଁ ଭାରତକୁ ନେଇ ଏହି ବଡ଼ ଦାବି କଲା ତାଲିବାନ

Trending news