ମହାମାରୀ ବେଳେ ଆର୍ଥିକ ସଂକଟକୁ ନେଇ ଚିନ୍ତାରେ ରିସୋର୍ଟ ମାଲିକ, ସୁଇଂମି ପୁଲରେ କରିଲେ ମାଛ ଚାଷ
Advertisement

ମହାମାରୀ ବେଳେ ଆର୍ଥିକ ସଂକଟକୁ ନେଇ ଚିନ୍ତାରେ ରିସୋର୍ଟ ମାଲିକ, ସୁଇଂମି ପୁଲରେ କରିଲେ ମାଛ ଚାଷ

ଲକ ଡାଉନ କାରଣରୁ ସୃଷ୍ଟି ହୋଇଥିବା ଆର୍ଥିକ ସଂକଟର ମୁକାବିଲା କରିବାକୁ ଯାଇ ଜଣେ ରିସୋର୍ଟ ମାଲିକ ସୁଇମିଂ ପୁଲରେ ମାଛ ଚାଷ କରିବା ଆରମ୍ଭ କରିଛନ୍ତି ।

ମହାମାରୀ ବେଳେ ଆର୍ଥିକ ସଂକଟକୁ ନେଇ ଚିନ୍ତାରେ ରିସୋର୍ଟ ମାଲିକ, ସୁଇଂମି ପୁଲରେ କରିଲେ ମାଛ ଚାଷ

ନୂଆଦିଲ୍ଲୀ: ବିଶ୍ୱ ସମଗ୍ର ଦେଶରେ ଦେଶରେ ଜାରି ରହିଛି କୋରୋନା ସଂକଟ । ଏହାର ମୁକାବିଲା ଲାଗି ଦେଶରେ ପ୍ରାୟ ୨ ମାସ ଧରି ନିରବିଚ୍ଛିନ୍ନ ଭାବେ ହୋଇଥିଲା ଲକ ଡାଉନ । ଯାହାର ପ୍ରଭାବ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ଏହାର ପ୍ରଭାବ ବାଣିଜ୍ୟକ କ୍ଷେତ୍ରରେ ପଡିଥିଲା । ଏପରକି  ବାଣିଜ୍ୟ କାବବାର କରିବାକୁ ନେଇ ଅନେକ ସମସ୍ୟାର ସାମ୍ନା କରିଥିଲେ ବ୍ୟବସାୟୀ । ଲକ ଡାଉନ ବେଳେ ଅନେକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛନ୍ତି ହୋଟେଲ, ରେସ୍ତୁରାଁ, ରିସୋର୍ଟ ମାଲିକ ।        

ଲକ ଡାଉନ କାରଣରୁ ସୃଷ୍ଟି ହୋଇଥିବା ଆର୍ଥିକ ସଂକଟର ମୁକାବିଲା କରିବାକୁ ଯାଇ ଜଣେ ରିସୋର୍ଟ ମାଲିକ ସୁଇମିଂ ପୁଲରେ ମାଛ ଚାଷ କରିବା ଆରମ୍ଭ କରିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଦାକ୍ଷିଣାତ୍ୟ ରାଜ୍ୟ କେରଳରେ । ଏଠାକାର ଆଭେଡା ନାମକ ବିଳାସପୂର୍ଣ୍ଣ ରିସୋର୍ଟ ମାଲିକ ବ୍ୟବସାୟିକ ସମସ୍ୟାର ସମାଧାନ କରିବାକୁ ଯାଇ ଏପରି ପଦକ୍ଷେପ ନେଇଛନ୍ତି । ଏହି ମାଛକୁ ବିକ୍ରି କରିବା ଲାଗି ସେ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ।

ଏହି ରିସୋର୍ଟକୁ ୟୁରୋପୀୟ ଯାତ୍ରୀଙ୍କ ଭିଡ ଲାଗି ରହିଥାଏ । ହେଲେ ମହାମାରୀର ମୁକାବିଲା କରିବାକୁ ପାଇଁ ଲାଗୁ ହୋଇଥିବା ଲକ ଡାଉନ କାରଣରୁ କୌଣସି ପର୍ଯ୍ୟଟକ ଆସିପାରିନଥିଲେ । ଯାହା ଫଳରେ ପର୍ଯ୍ୟଟକ ଶୂନ୍ୟ ହୋଇ ପଡିଥିବା ଏହି ରିସୋର୍ଟ ମାଲିକଙ୍କୁ ଆର୍ଥିକ ସଂକଟର ସାମ୍ନା କରିବାକୁ ପଡିଥିଲା । ଏହାର ମୁକାବିଲା କରିବାକୁ ଯାଇ ରିସୋର୍ଟରେ ମାଛ ଚାଷ କରିବାକୁ ବାଧ୍ୟ ହୋଇଥିଲେ ସେ ।

ଏନେଇ ରିସୋର୍ଟର ଜେନେରାଲ ମ୍ୟାନେଜର ଜ୍ୟୋତିଷ ସୁରେନ୍ଦ୍ରନ୍ କହିଛନ୍ତି, ଲକ ଡାଉନ ବେଳେ ଆମର କୌଣସି କାରବାର ହୋଇନଥଥିଲା । ଗତ ଜୁନ୍ ମାସରେ ଆମେ ପ୍ରାୟ ୧୬ ହଜାର ପର୍ଲ ମାଛକୁ ସୁଇମିଂ ପୁଲରେ ଛାଡି ଦିଆଯାଇଥିଲ । ବର୍ତ୍ତମାନ ଆମେ ଏହି ମାଛକୁ ନଭେମ୍ବରରେ ରପ୍ତାନି କରିବାକୁ ଯୋଜନା କରୁଛୁ । ସୁଇମିଂ ପୁଲରୁ ପ୍ରାୟ ୪ ଟନ୍ ମାଛ ଅମଳ ହେବ, ଯାହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୪୦ ହଜାର ଡଲାର ।

ସେ ଆହୁରି ମଧ୍ୟ କହିଛନ୍ତି ଏହା ନିଶ୍ଚିତ ମାଛ ଚାଷ ଦ୍ୱାରା ହୋଇଥିବା କ୍ଷତିକୁ ଭରଣା କରାଯାଇବ ପାରିବ ନାହିଁ, ହେଲେ ଏହା ଦ୍ୱାରା ଆମକୁ ବ୍ୟବସାୟ ଜାରି ରଖିବାରେ ସହାୟକ ହେବ । ସବୁ ଦିନ ଲାଗି ରିସୋର୍ଟର ସୁଇମିଂ ପୁଲରେ ମାଛ  ଚାଷ କରିବା ସମ୍ଭବ ନୁହେଁ । ଏଥିଲାଗି ଅନ୍ୟ ସ୍ଥାନରେ ଜମି ଖୋଜା ଯାଇ ମାଛ ଚାଷ କରାଯିବ ।