ଏଥର ସି ଜିନପିଙ୍ଗଙ୍କୁ ହତ୍ୟା !
Advertisement

ଏଥର ସି ଜିନପିଙ୍ଗଙ୍କୁ ହତ୍ୟା !

ଭାରତରେ ବର୍ତ୍ତମାନ ପାର୍ବଣର ଋତୁ। ପାର୍ବଣ ଋତୁରେ କୋରୋନା କଟକଣା ମଧ୍ୟରେ ମା'ଙ୍କ ଆରାଧନା ଜାରି ରହିଛି। ଏହି ପାର୍ବଣ ଋତୁରେ ମିଥ୍ୟା ଉପରେ ସତ୍ୟର ଜୟ ପାଇଁ ରାବଣପୋଡ଼ିର ଉତ୍ସବ ମଧ୍ୟ ପାଳିତ ହୋଇଥାଏ। ତେବେ ଚଳିତ ବର୍ଷ ଏହି ରାବଣ ପୋଡ଼ି ଉତ୍ସବ ସହିତ ଆଉ ଏକ ଦହନ ହେବ ବୋଲି କୋଲକାତାରେ ପୂଜା ଆୟୋଜକ କହିଛନ୍ତି। ପୂଜା ଆୟୋଜକ କହିଛନ୍ତି କି ବର୍ତ୍ତମ

ଏଥର ସି ଜିନପିଙ୍ଗଙ୍କୁ ହତ୍ୟା !

ନୂଆଦିଲ୍ଲୀ: ଭାରତରେ ବର୍ତ୍ତମାନ ପାର୍ବଣର ଋତୁ। ପାର୍ବଣ ଋତୁରେ କୋରୋନା କଟକଣା ମଧ୍ୟରେ ମା'ଙ୍କ ଆରାଧନା ଜାରି ରହିଛି। ଏହି ପାର୍ବଣ ଋତୁରେ ମିଥ୍ୟା ଉପରେ ସତ୍ୟର ଜୟ ପାଇଁ ରାବଣପୋଡ଼ିର ଉତ୍ସବ ମଧ୍ୟ ପାଳିତ ହୋଇଥାଏ। ତେବେ ଚଳିତ ବର୍ଷ ଏହି ରାବଣ ପୋଡ଼ି ଉତ୍ସବ ସହିତ ଆଉ ଏକ ଦହନ ହେବ ବୋଲି କୋଲକାତାରେ ପୂଜା ଆୟୋଜକ କହିଛନ୍ତି। ପୂଜା ଆୟୋଜକ କହିଛନ୍ତି କି ବର୍ତ୍ତମାନ ସମଗ୍ର ଦେଶରେ ନବରାତ୍ରୀର ପର୍ବ ପାଳିତ ହେଉଛନ୍ତି। ଏହି ସମୟରେ ମା' ଦୁର୍ଗାଙ୍କର ପୂଜାର୍ଚ୍ଚନା ଚାଲିଛି। ଆଉ ପ୍ରତିଟି ପାପ ଉପରେ ସତ୍ୟର ବିଜୟ ଉଦ୍ଦେଶ୍ୟରେ ମା ଦୁର୍ଗାଙ୍କ ପୂଜୋତ୍ସବରେ ରାକ୍ଷସଙ୍କର ବଦ୍ଧ କରାଯାଇଥାଏ। 

ଅଧିକ ପଢନ୍ତୁ: ମଧ୍ୟପ୍ରଦେଶ ଉପନିର୍ବାଚନ ପୂର୍ବରୁ ସିନ୍ଧିଆ କ୍ୟାମ୍ପର ଦୁଇ ମନ୍ତ୍ରୀ ଦେଲେ ଇସ୍ତଫା

କିନ୍ତୁ ଏଥର ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗ, ରାବଣର ସ୍ଥାନ ନେଇଛନ୍ତି। ପଶ୍ଚିମବଙ୍ଗର ମୁର୍ସିଦାବାଦରେ ଏକ ପୂଜା ପେଣ୍ଡାଲରେ ଏଥର ଚୀନ୍ ରାଷ୍ଟ୍ରପତିଙ୍କ ଏକ ପ୍ରତିଛବିରେ ପରିବର୍ତ୍ତନ କରି ଦିଆଯାଇଥିବା ଦେଖିବାକୁ ମିଳିଛି | ଆମର ଶାସ୍ତ୍ରରେ, ରାକ୍ଷସ ସର୍ବଦା ନିଜ ଦୁନିଆରେ ମସଗୁଲ ରହିଥାଏ ବୋଲି କୁହାଯାଏ | ସମାନ ଢଙ୍ଗରେ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗ ମଧ୍ୟ ତାଙ୍କ ନିଜ ଦୁନିଆରେ ମସଗୁଲ ରହିଛନ୍ତି। ଜିନପିଙ୍ଗଙ୍କ ବିସ୍ତାରବାଦୀ ନୀତି କାରଣରୁ ସର୍ବଦା ସମାଲୋଚନା ଶିକାର ହୋଇଛନ୍ତି। ନିଜ ଇଚ୍ଛା ମୁତାବକ କାର୍ଯ୍ୟ ସେ କରୁଛନ୍ତି। ଚୀନ୍ ନିଜର ଶକ୍ତି ବୃଦ୍ଧି କରିଛି। କିନ୍ତୁ କେହି ଭାବି ନଥିଲେ ଯେ ସି ଜିନପିଙ୍ଗ ବର୍ତ୍ତମାନ ପର୍ଯ୍ୟନ୍ତ ସମଗ୍ର ବିଶ୍ୱବାସୀଙ୍କୁ ଡ୍ରୋନ୍ ଦେଖାଉଛନ୍ତି। ସେମାନେ  ଗଧ ଓ ଖଚରମାନେ ହିମାଳୟ ଉପରେ ସେମାନଙ୍କର ସାମଗ୍ରୀ ନେଉଥିବା ଦେଖିବାକୁ ମିଳିଥିବା ବେଳେ 

ଭାରତୀୟ ସେନାରେ ଥିବା ଗ୍ଲୋବେମାଷ୍ଟର ଶକ୍ତି, ଯାହା କ୍ରମାଗତ ଭାବରେ LACକୁ ସେନା ପଠାଇ ପାରିବେ। ଏହାର ଜବାବରେ ଚୀନର ଫେକ ମିଡିଆ ଦ୍ୱାରା ଏକ ଭିଡିଓ ଜାରି କରିଥିଲା | ଚୀନର ଉଦ୍ଦେଶ୍ୟ ଥିଲା ଯେ ସୀମାରେ ଚୀନ ତାର ଦମ ଦେଖାଇବ ଏବଂ ଭାରତୀୟ ସେନାଙ୍କୁ ଭୟଭୀତ କରିବା। ଏଭଳି କିଛି ପ୍ରପାଗେଣ୍ଡା ପ୍ରସ୍ତୁତ କରିଥିଲା ଚୀନ। ଏହି କାରଣରୁ ଚୀନ ସୀମାରେ ନିୟୋଜିତ ଥିବା ପିଏଲଏ ଆର୍ମିଙ୍କୁ ରାସନ ସାମଗ୍ରୀ ପଠାଇବା ପାଇଁ ଡ୍ରୋନର ବ୍ୟବସ୍ଥା କରିଥିଲା। 

ଅଧିକ ପଢନ୍ତୁ: ବେଣୁଙ୍କ ପାଇଁ ଭୋଟ ମାଗିବେ ରାଣୀ

ତେବେ ଡ୍ରୋନ ସାହାଯ୍ୟରେ କିଛିଭିଡ଼ିଓ ମଧ୍ୟ ସୁଟିଂ କରାଯାଇଥିଲା। ଯାହା ଏବେ ବେଶ ଭାଇରାଲ ହେବାରେ ଲାଗିଛି। ସେପଟେ ଭାଇରାଲ ହୋଇଥିବା ଭିଡ଼ିଓରେ ନିୟୋଜିତ ହୋଇଥିବା ସୈନିକଙ୍କ ନିକଟରେ ଖାଦ୍ୟସାମଗ୍ରୀ ପହଞ୍ଚୁଥିବାର ଦେଖିବାକୁ ମିଳିଛି। ପ୍ୟାକ ହୋଇଥିବା ଖାଦ୍ୟ ଓ ପାଣି ବୋତଲ ସେନାଙ୍କୁ ଦିଆଯାଉଥିବା ନେଇ ଉକ୍ତ ଭିଡ଼ିଓରେ ଦେଖିବାକୁ ମିଳିଛି। ଏହି ଭିଡ଼ିଓ ପରେ ଆଉ ଏକ ଭିଡ଼ିଓ ମଧ୍ୟ ଭାଇରାଲ ହୋଇଛି। ଯେଉଁଥିରେ କିଛି ଗଧ ଓ ଖଚରଙ୍କ ଉପରେ ବନ୍ଧୁକ ଓ ବିଭିନ୍ନ ପ୍ରକାର ଅସ୍ତ୍ରଶସ୍ତ୍ର ନେଇ ଯାଉଥିବା ଦେଖିବାକୁ ମିଳିଛି। ଏହି ଭିଡ଼ିଓ ପାଇଁ ବର୍ତ୍ତମାନ ସି ଜିନପିଙ୍ଗଙ୍କୁ କଡ଼ା ସମାଲୋଚନା କରାଯାଇଛି।