ଲକଡାଉନରେ ଖାଇବାକୁ ମିଳିଲାନି ବୋଲି କିଙ୍ଗ କୋବ୍ରାକୁ ହିଁ...
Advertisement

ଲକଡାଉନରେ ଖାଇବାକୁ ମିଳିଲାନି ବୋଲି କିଙ୍ଗ କୋବ୍ରାକୁ ହିଁ...

ତେବେ ରାଜ୍ୟରେ ଚାଉଳର ଅଭାବ ନାହିଁ ବୋଲି ଅରୁଣାଚଳ ପ୍ରଦେଶ ସରକାର ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ସରକାରଙ୍କ ଏକ ବୟାନରେ କୁହାଯାଇଛି ଯେ, ରାଜ୍ୟରେ ସବୁ ସ୍ଥାନରେ ଅତି କମରେ ତିନିମାସ ପାଇଁ ଖାଦ୍ୟ ସାମଗ୍ରୀ ଷ୍ଟକ୍ ରହିଛି ଏବଂ ଯେଉଁମାନେ ଜୀବିକା ହରାଇଛନ୍ତି ସେମାନଙ୍କୁ ମାଗଣା ରାସନ ଦିଆଯାଉଛି ।

ଲକଡାଉନରେ ଖାଇବାକୁ ମିଳିଲାନି ବୋଲି କିଙ୍ଗ କୋବ୍ରାକୁ ହିଁ...

ଗୌହାଟୀ: କୋରୋନା ଦେଶରେ ଆତଙ୍କ ସୃଷ୍ଟି କରିଛି । କୋରୋନା ଭାଇରସ ଯୋଗୁଁ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ଏହାସହ ୧୬ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି । କୋରୋନାର ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ସମଗ୍ର ଦେଶରେ ମେ ୩ ପର୍ଯ୍ୟନ୍ତ ଲକଡାଉନ୍ କରି ଦିଆଯାଇଛି । ତେବେ ସୋମବାର (ଏପ୍ରିଲ୍ 20) ଠାରୁ କିଛି ଅଞ୍ଚଳରେ କିଛି ଆଶ୍ୱସ୍ତି ମିଳିଛି, ଯେଉଁଠାରେ କୋରୋନା ମାମଲା କମ୍ ଆସୁଛି । ଏହି ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ୩ ଜଣ ବ୍ୟକ୍ତି କାନ୍ଧରେ ୧୩ ଫୁଟ ଉଚ୍ଚର କିଙ୍ଗ କୋବ୍ରା ନେଇଥିବାର ନଜର ଆସିଛନ୍ତି । ଏହି ଭିଡିଓ ଅରୁଣାଚଳ ପ୍ରଦେଶର ବୋଲି ଜଣାପଡିଛି । ଭିଡିଓରେ ଏହି ଲୋକମାନେ କହୁଥିବାର ଶୁଣା ଯାଉଛି ଯେ ସେମାନେ ଖାଇବା ପାଇଁ ଜଙ୍ଗଲରେ ଯାଇ ଏହି ବିଷାକ୍ତ ସାପକୁ ମାରିଛନ୍ତି ।

ସେମାନେ ଭୋଜି ପାଇଁ ସମ୍ପୂର୍ଣ୍ଣ ବ୍ୟବସ୍ଥା କରିଥିଲେ । ମାଂସକୁ ସଫା କରିବା ଏବଂ କାଟିବା ପାଇଁ କଦଳୀ ପତ୍ର ମଧ୍ୟ ବ୍ୟବସ୍ଥା କରିଥିଲେ । ଭାଇରାଲ୍ ଭିଡିଓରେ ସେମାନଙ୍କ ମଧ୍ୟରୁ ଜଣେ କହୁଥିବାର ଶୁଣିବାକୁ ମିଳୁଛି ଯେ କୋରୋନା ଭାଇରସ ମହାମାରୀ ଉପରେ ଚାଲିଥିବା ଲକଡାଉନ ବେଳେ ତାଙ୍କ ଘରେ ଖାଇବାକୁ କୌଣସି ଚାଉଳ ନାହିଁ । ସେଥିପାଇଁ ଆମେ ଜଙ୍ଗଲକୁ ଯାଇ କିଛି ଖୋଜୁଥିଲୁ, ତାପରେ ଆମେ କିଙ୍ଗ କୋବ୍ରା ପାଇଛୁ ବୋଲି ସେମାନଙ୍କ ମଧ୍ୟରୁ ଜଣେ କହୁଛନ୍ତି ।

ତେବେ ରାଜ୍ୟରେ ଚାଉଳର ଅଭାବ ନାହିଁ ବୋଲି ଅରୁଣାଚଳ ପ୍ରଦେଶ ସରକାର ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ସରକାରଙ୍କ ଏକ ବୟାନରେ କୁହାଯାଇଛି ଯେ, ରାଜ୍ୟରେ ସବୁ ସ୍ଥାନରେ ଅତି କମରେ ତିନିମାସ ପାଇଁ ଖାଦ୍ୟ ସାମଗ୍ରୀ ଷ୍ଟକ୍ ରହିଛି ଏବଂ ଯେଉଁମାନେ ଜୀବିକା ହରାଇଛନ୍ତି ସେମାନଙ୍କୁ ମାଗଣା ରାସନ ଦିଆଯାଉଛି ।

ଅଧିକାରୀ କହିଛନ୍ତି ଯେ, ବନ୍ୟଜନ୍ତୁ ସୁରକ୍ଷା ଆଇନ ଅନୁଯାୟୀ ଏହି ଲୋକଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । ଯଦିଓ ୩ ଜଣ ଖସିଯିବାରେ ସଫଳ ହୋଇଛନ୍ତି । ଏଠାରେ କହି ରଖୁଛୁ ଯେ କିଙ୍ଗ କୋବ୍ରା ଏକ ସଂରକ୍ଷିତ ସରୀସୃପ ଏବଂ ଏହାକୁ ହତ୍ୟା କରିବା ଏକ ଅପରାଧ । ଏପରି ପରିସ୍ଥିତିରେ ଜାମିନ ମଧ୍ୟ ଉପଲବ୍ଧ ନାହିଁ ।

ଅରୁଣାଚଳ ପ୍ରଦେଶରେ ବହୁ ସଂଖ୍ୟାରେ ବିଲୁପ୍ତ ସାପ ପ୍ରଜାତି ବାସ କରନ୍ତି। ଅନୁସନ୍ଧାନକାରୀମାନେ ନିକଟରେ ଏକ ବିଷାକ୍ତ ସାପର ଏକ ନୂତନ ପ୍ରଜାତିର ଆବିଷ୍କାର କରିଥିଲେ ଏବଂ ଏହାକୁ ଜେ.କେ ରୋୱଲିଙ୍ଗର କାଳ୍ପନିକ ଚରିତ୍ର 'ସାଲାଜର ସ୍ଲାଇଥରିନ୍' ନାମରେ ନାମିତ କରିଥିଲେ।