ଆଦିତ୍ୟ ଠାକରେ ଟ୍ୱିଟ୍ କରି କହିଛନ୍ତି ଯେ, "ବାନ୍ଦ୍ରା ଷ୍ଟେସନର ବର୍ତ୍ତମାନ ସ୍ଥିତି, ଏହା ଯେ ସୁରଟରେ ଦଙ୍ଗା ମଧ୍ୟ ହେଉଛି, କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରବାସୀ ଶ୍ରମିକମାନଙ୍କୁ ଘରକୁ ଫେରିବା ପାଇଁ ବ୍ୟବସ୍ଥା କରିପାରୁ ନ ଥିବାରୁ ଏହା ହେଉଛି । ସେମାନେ ଖାଦ୍ୟ କିମ୍ବା ଆଶ୍ରୟ ଚାହାଁନ୍ତି ନାହିଁ, ସେମାନେ ଘରକୁ ଫେରିବାକୁ ଚାହାଁନ୍ତି ।"
Trending Photos
)
ମୁମ୍ୱାଇ: ଦେଶରେ ଜାରି ଥିବା ଲକ୍ ଡାଉନ୍ ମଧ୍ୟରେ ଘରକୁ ଫେରିବା ପାଇଁ ମଙ୍ଗଳବାର ହଜାର ହଜାର ପ୍ରବାସୀ ଶ୍ରମିକ ମୁମ୍ବାଇର ବାନ୍ଦ୍ରାରେ ଏକାଠି ହୋଇଛନ୍ତି । ଏହା ପରେ ଭିଡ଼କୁ ହଟାଇବା ପାଇଁ ପୋଲିସ ଲାଠି ଚାର୍ଚ୍ଚ କରିଛି । ଏହି ଶ୍ରମିକମାନଙ୍କର ଦାବି ଥିଲା ଯେ ସେମାନଙ୍କୁ ନିଜ ଘରକୁ ପଠାଯାଉ । ଏହି ବିଷୟରେ ମହାରାଷ୍ଟ୍ର ସରକାରର ମନ୍ତ୍ରୀ ଆଦିତ୍ୟ ଠାକରେ ଏବଂ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏଥିପାଇଁ ଆଦିତ୍ୟ ଠାକରେ କେନ୍ଦ୍ରର ମୋଦି ସରକାରଙ୍କୁ ଦାୟୀ କରିଛନ୍ତି ।
The current situation at Bandra Station, now dispersed or even the rioting in Surat is a result of the Union Govt not being able to take a call on arranging a way back home for migrant labour. They don’t want food or shelter, they want to go back home
— Aaditya Thackeray (@AUThackeray) April 14, 2020
ଆଦିତ୍ୟ ଠାକରେ ଟ୍ୱିଟ୍ କରି କହିଛନ୍ତି ଯେ, "ବାନ୍ଦ୍ରା ଷ୍ଟେସନର ବର୍ତ୍ତମାନ ସ୍ଥିତି, ଏପରି କି ସୁରଟରେ ଦଙ୍ଗା ମଧ୍ୟ ହେଉଛି, କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରବାସୀ ଶ୍ରମିକମାନଙ୍କୁ ଘରକୁ ଫେରିବା ପାଇଁ ବ୍ୟବସ୍ଥା କରିପାରୁ ନ ଥିବାର ପରିଣାମ ହେଉଛି ଏହା। ସେମାନେ ଖାଦ୍ୟ କିମ୍ବା ଆଶ୍ରୟ ଚାହାଁନ୍ତି ନାହିଁ, ସେମାନେ ଘରକୁ ଫେରିବାକୁ ଚାହାଁନ୍ତି ।"
ଏଠାରେ କହି ରଖୁଛୁ ଯେ, ଭାରତରେ କୋରୋନା ଭାଇରସ ସଙ୍କଟ ଦ୍ରୁତ ଗତିରେ ବଢ଼ି ବଢ଼ି ଚାଲିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁଯାୟୀ, ଭାରତରେ ସଂକ୍ରମିତ କୋରୋନା ଭାଇରସ୍ ସଂଖ୍ୟା ୧୦,୮୧୫କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୪୬୩ଟି ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି ଏବଂ ୨୯ ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କୋରୋନା କାରଣରୁ ଏପର୍ଯ୍ୟନ୍ତ ୩୫୩ ଜଣଙ୍କ ମୃତ୍ୟୁ ଘଟିଛି, ଯଦିଓ ୧୧୯୦ ରୋଗୀ ମଧ୍ୟ ଏହି ରୋଗକୁ ପରାସ୍ତ କରିବାରେ ସଫଳ ହୋଇଛନ୍ତି ।