ଗତ ମାସ ଆରମ୍ଭରେ ଦିଲ୍ଲୀ-ଏନସିଆରରେ ଦୁଇଥର ଭୂକମ୍ପ ଅନୁଭୂତ ହୋଇଥିଲା । ଏପ୍ରିଲ ୧୨ରେ ହୋଇଥିବା ଭୂକମ୍ପ ମଧ୍ୟ କମ୍ ତୀବ୍ରତାରେ ଥିଲା ।
Trending Photos
ନୂଆଦିଲ୍ଲୀ: କୋରୋନା ସଙ୍କଟ ମଧ୍ୟରେ ରାଜଧାନୀ ଦିଲ୍ଲୀରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରବିବାର ଅପରାହ୍ନରେ ଜାତୀୟ ରାଜଧାନୀ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଭୂକମ୍ପର ସାମାନ୍ୟ ଝଟକା ଅନୁଭୂତ ହୋଇଥିଲା । ଅଧିକାରୀଙ୍କ ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୪ ବୋଲି ଆକଳନ କରାଯାଇଛି । ଦିଲ୍ଲୀ-ୟୁପି ସୀମା ନିକଟରେ ଏହି ଭୂକମ୍ପର କେନ୍ଦ୍ର ଥିବାର ସୂଚନା ମିଳିଛି । କିଛି ସପ୍ତାହ ପୂର୍ବରୁ ଏହି ସ୍ଥାନରେ ଏକ ଭୂକମ୍ପ ଅନୁଭୂତ ହୋଇଥିଲା । ବର୍ତ୍ତମାନ ଏଥିରୁ କୌଣସି ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହୋଇ ନାହିଁ । ଜାତୀୟ ରାଜଧାନୀରେ ଏହା ହେଉଛି ତୃତୀୟ ନିମ୍ନ ତୀବ୍ର ଭୂକମ୍ପ ।
ଗତ ମାସ ଆରମ୍ଭରେ ଦିଲ୍ଲୀ-ଏନସିଆରରେ ଦୁଇଥର ଭୂକମ୍ପ ଅନୁଭୂତ ହୋଇଥିଲା । ଏପ୍ରିଲ ୧୨ରେ ହୋଇଥିବା ଭୂକମ୍ପ ମଧ୍ୟ କମ୍ ତୀବ୍ରତାରେ ଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୫ ମାପ କରାଯାଇଥିଲା । ଏହି ଭୂକମ୍ପର କେନ୍ଦ୍ର ଦିଲ୍ଲୀ କୁହାଯାଉଥିଲା । ଭୂକମ୍ପ ଝଟକା ପରେ ଲୋକମାନେ ସତର୍କତାମୂଳକ ପଦକ୍ଷେପ ଭାବରେ ଘରୁ ବାହାରି ଆସିଥିଲେ । ପ୍ରାୟ ୫ ସେକେଣ୍ଡ ପାଇଁ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ସେତେବେଳେ ଦିଲ୍ଲୀ ସହିତ ଗାଜିଆବାଦ, ନୋଏଡା ଏବଂ ଗ୍ରେଟର ନୋଏଡା ଠାରେ ଭୂକମ୍ପ ଅନୁଭୂତ ହୋଇଥିଲା ।