Advertisement
Article Detail0/zeeodisha/odisha695931
Zee OdishaOdisha National-Internationalଥରିଲା ଉଠିଲା ଗୁଜୁରାଟ, ରିକ୍ଟର ସ୍କେଲରେ ତୀବ୍ରତା ୫.୫

ଥରିଲା ଉଠିଲା ଗୁଜୁରାଟ, ରିକ୍ଟର ସ୍କେଲରେ ତୀବ୍ରତା ୫.୫

ଗୁଜୁରାଟରେ ଭୂକମ୍ପରେ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୫ ବୋଲି ଆକଳନ କରାଯାଇଛି ।

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ଗାନ୍ଧୀନଗର: ଆଜିକାଲି ଦେଶ ଅନେକ ପ୍ରକାରର ବିପର୍ଯ୍ୟୟର ସମ୍ମୁଖୀନ ହେଉଛି । କୋରୋନା ଭାଇରସ୍ ଓ ସାଇକ୍ଲୋନ୍ ବ୍ୟତୀତ ଅନେକ ସ୍ଥାନରେ ଭୂକମ୍ପ ଅନୁଭୂତ ହେଉଛି । ବର୍ତ୍ତମାନ ଗୁଜୁରାଟରେ ଭୂକମ୍ପ ଅନୁଭୂତ ହୋଇଛି । ଯାହା ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ରାଜକୋଟଠାରୁ ୧୨୨ କିଲୋମିଟର ଉତ୍ତର-ପଶ୍ଚିମ ଦିଗରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା ।

ଗୁଜୁରାଟରେ ଭୂକମ୍ପରେ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୫ ବୋଲି ଆକଳନ କରାଯାଇଛି । ଭୂକମ୍ପ ହେବା ମାତ୍ରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଲୋକମାନେ ନିଜ ଘରୁ ବାହାରି ଆସିଥିଲେ । ଏହି ଭୂକମ୍ପର କେନ୍ଦ୍ରସ୍ଥଳ କୁଚରେ ଥିବା ଭଚାଉ ନିକଟରେ ୧୦ କିଲୋମିଟର ଦୂରରେ ରହିଛି । ରାତି ୮.୧୩ ମିନିଟରେ ଭୂକମ୍ପରେ କମ୍ପନ ଅନୁଭୂତ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ଜୀବନ ହାନି ହେବାର କୌଣସି ଖବର ପ୍ରକାଶ ପାଇନାହିଁ ।

ଗୁଜୁରାଟରେ ହୋଇଥିବା ଭୂକମ୍ପ ଯୋଗୁଁ ଲୋକମାନେ ନିଜ ଘର ହଲୁଥିବାର ଅନୁଭବ କରିଥିଲେ । ଯେଉଁଥିପାଇଁ ଲୋକମାନେ ବହୁତ ଡରି ଯାଇଥିଲେ । ଏଥି ସହିତ କୁଚରେ ଭୂକମ୍ପ ହେତୁ ଅନେକ ଲୋକଙ୍କ ଘରେ ଫାଟ ସୃଷ୍ଟି ହୋଇଛି । ଭୂକମ୍ପ ପରେ ମୁଖ୍ୟମନ୍ତ୍ରୀ ବିଜୟ ରୁପାନି କୁଚ, ରାଜକୋଟ ଏବଂ ପାଟନର କଲେକ୍ଟରଙ୍କ ସହ କଥା ହୋଇଛନ୍ତି । ଏଥିସହ ଭୂକମ୍ପ ପରେ ପରିସ୍ଥିତି ସମ୍ପର୍କରେ ସିଏମ୍ ସୂଚନା ନେଇଛି ।

Add Zee News as a Preferred Source
About the Author