Trending Photos
)
ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ ଭୁମିକମ୍ପର ଝଟକା। ମଙ୍ଗଳବାର ସକାଳ ପ୍ରାୟ ୭ଟାରେ ଏହି ଭୁମିକମ୍ପ ଝଟକା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫।୮ ରହିଥିଲା। ତେବେ ବିଗତ ୩ ଦିନ ମଧ୍ୟରେ ଏହା ତୃତୀୟ ଭୁମିକମ୍ପ ଝଟକା।
ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ, ଭୂକମ୍ପର କେନ୍ଦ୍ରସ୍ଥଳ ତାଜିକିସ୍ତାନର ପ୍ରାୟ ୧୦୦ କିଲୋମିଟର ଗଭୀରରେ ଥିଲା। ଶ୍ରୀନଗର, କିଶ୍ୱାର ଏବଂ ଡୋଡା ଜିଲ୍ଲା ସମେତ କାଶ୍ମୀର ଉପତ୍ୟକାର ଅଧିକାଂଶ ଅଞ୍ଚଳରେ ରହୁଥିବା ଲୋକମାନେ ଭୂମିକମ୍ପ ଅନୁଭବ କରିଥିଲେ। ଜାମ୍ମୁରେ ମଧ୍ୟ ସାମାନ୍ୟ କମ୍ପନ ଅନୁଭୂତ ହୋଇଥିଲା। ଏହା ପୂର୍ବରୁ ସୋମବାର ରାତିରେ ମଧ୍ୟ ଜାମ୍ମୁ କାଶ୍ମୀରରେ ୩।୬ ତୀବ୍ରତାର ମଧ୍ୟ ଏକ ଭୂକମ୍ପ ମଧ୍ୟ ଘଟିଛି।
ବିଗତ ଦୁଇ ମାସ ମଧ୍ୟରେ ଦିଲ୍ଲୀରେ ୧୦ରୁ ଊର୍ଦ୍ଧ୍ୱ ଥର ଭୂକମ୍ପର ଝଟକା ଲାଗିଥିବା ଦେଖିବାକୁ ମିଳିଛି। ନିକଟରେ ଗୁଜୁରାଟରେ ମଧ୍ୟ ଭୁକମ୍ପର ଝଟକା ଲାଗିଥିଲା। ତେବେ ଏହି ଭୁକମ୍ପର ଝଟକା ସେତେଟା ଶକ୍ତିଶାଳୀ ନଥିବା ବେଳେ କୌଣସି କ୍ଷୟକ୍ଷତି ସମ୍ପର୍କରେ ସୂଚନା ସାମ୍ନାକୁ ଆସିନାହିଁ।