ଏହି ଭୂକମ୍ପର କେନ୍ଦ୍ର ଶ୍ରୀନଗରଠାରୁ ୧୫ କିଲୋମିଟର ଉତ୍ତର-ପୂର୍ବରେ ଥିଲା ।
Trending Photos
)
ଶ୍ରୀନଗର: ମଙ୍ଗଳବାର ସକାଳେ ଜମ୍ମୁ କାଶ୍ମୀରରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୯ ଥିଲା । ଭୂକମ୍ପ ଯୋଗୁଁ ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର କୌଣସି ସୂଚନା ନାହିଁ । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଜମ୍ମୁ କାଶ୍ମୀରରେ ସକାଳ ୮.୧୬ ମିନିଟରେ ସାମାନ୍ୟ କମ୍ପନ ଅନୁଭୂତ ହୋଇଛି । ଏହି ଭୂକମ୍ପର କେନ୍ଦ୍ର ଶ୍ରୀନଗରଠାରୁ ୧୫ କିଲୋମିଟର ଉତ୍ତର-ପୂର୍ବରେ ଥିଲା ।
ଏହାପୂର୍ବରୁ ସୋମବାର ହରିୟାଣାର ଗୁରୁଗ୍ରାମରେ ୨.୧ ତୀବ୍ରତାର ଏକ ଭୂକମ୍ପ ଝଟକା ଲାଗିଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ଗୁରୁଗ୍ରାମର ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଥିଲା । ଦିଲ୍ଲୀର ଲୋକମାନେ ମଧ୍ୟ ଏହି ଭୂକମ୍ପର କମ୍ପନ ଅନୁଭବ କରିଥିଲେ । ରବିବାର ଦିନ ୧୧:୫୫ ମିନିଟରେ ରାଜଧାନୀରେ କିଛି ସମୟ ପାଇଁ ଭୂକମ୍ପର କମ୍ଫନ ଅନୁଭବ ହୋଇଥିଲା । ଏହି କମ୍ପନର ତୀବ୍ରତା ରିକ୍ଟର ସ୍କେଲରେ ୧.୩ ତୀବ୍ରତା ଥିଲା ବୋଲି ଜଣାପଡିଛି । ତୀବ୍ରତା କମ୍ ଥିବା ଯୋଗୁଁ ଜୀବନ କିମ୍ବା ସମ୍ପତ୍ତିର କୌଣସି କ୍ଷତି ହୋଇନାହିଁ ।