ଏଠାରେ କହି ରଖୁଛୁ ଯେ, କୋରୋନା ଭାଇରସ୍ କାରଣରୁ ଦେଶରେ ଲକ୍ ଡାଉନ୍ ଜାରି ରହିଛି । ଭୂକମ୍ପର କେନ୍ଦ୍ରସ୍ଥଳ ଦିଲ୍ଲୀ-ୟୁପି ହୋଇଥିବାବେଳେ ଏହାର ତୀବ୍ରତା ରିକ୍ଟର ସ୍କେଲରେ ୩.୫ ମାପ କରାଯାଇଛି ।
Trending Photos
)
ନୂଆଦିଲ୍ଲୀ: କୋରୋନା ଭାଇରସ ବିପର୍ଯ୍ୟୟ ମଧ୍ୟରେ ରବିବାର ସନ୍ଧ୍ୟାରେ ଦିଲ୍ଲୀ ଏବଂ ଏନସିଆରରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପ ଝଟକା ପରେ ଲୋକମାନେ ଘରୁ ବାହାରକୁ ଆସିଥିଲେ । ଦିଲ୍ଲୀ ସହିତ ଗାଜିଆବାଦ, ନୋଏଡା ଏବଂ ଗ୍ରେଟର ନୋଏଡା ଠାରେ ଭୂକମ୍ପ ଅନୁଭୂତ ହୋଇଛି । ପ୍ରାୟ ୫ ସେକେଣ୍ଡ ପାଇଁ ଭୂକମ୍ପ ଝଟକା ଅନୁଭୂତ ହୋଇଛି ।
ଏଠାରେ କହି ରଖୁଛୁ ଯେ, କୋରୋନା ଭାଇରସ୍ କାରଣରୁ ଦେଶରେ ଲକ୍ ଡାଉନ୍ ଜାରି ରହିଛି । ଭୂକମ୍ପର କେନ୍ଦ୍ରସ୍ଥଳ ଦିଲ୍ଲୀ-ୟୁପି ହୋଇଥିବାବେଳେ ଏହାର ତୀବ୍ରତା ରିକ୍ଟର ସ୍କେଲରେ ୩.୫ ମାପ କରାଯାଇଛି ।
Tremors felt in Delhi. Hope everyone is safe. I pray for the safety of each one of you.
— Arvind Kejriwal (@ArvindKejriwal) April 12, 2020
ଅନ୍ୟପକ୍ଷେ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ୍ କରି କହିଛନ୍ତି ଯେ, ଦିଲ୍ଲୀରେ ଭୂକମ୍ପ ଅନୁଭୂତ ହୋଇଛି । ଆଶା କରୁଛି ସମସ୍ତେ ସୁରକ୍ଷିତ ଅଛନ୍ତି । ମୁଁ ଆପଣଙ୍କ ପ୍ରତ୍ୟେକଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରୁଛି ।
ଭୂକମ୍ପ ସମୟରେ ଯଦି ଆପଣ ନିଜ ଘର ବାହାରେ ଅଛନ୍ତି, ତେବେ ଉଚ୍ଚ ଅଟ୍ଟାଳିକା, ବୈଦ୍ୟୁତିକ ପୋଲ ଇତ୍ୟାଦି ଠାରୁ ଦୂରରେ ରୁହନ୍ତୁ, ଯେତେ ଯାଏ ଝଟକା ଶେଷ ନ ହେଉଛି । ଯେତେବେଳେ ଆପଣ ଏକ ଚଳନ୍ତା ଗାଡିରେ ଅଛନ୍ତି, ଶୀଘ୍ର କାର ଚଳାଇବା ବନ୍ଦ କରନ୍ତୁ ଏବଂ କାରରେ ବସି ରୁହନ୍ତୁ ।