• ଆସାମ: ପୋଲିସର ଗୁଳିମାଡ଼ ପ୍ରତିବାଦରେ ସଂଖ୍ୟାଲଘୁ ଛାତ୍ର ସଂଗଠନର ବନ୍ଦ ଡାକରା
  • ସଂଗଠନର ୧୨ ଘଣ୍ଟିଆ ବନ୍ଦ ଡାକରାକୁ ବିଭିନ୍ନ ସଂଗଠନ ଓ ଦଳର ସମର୍ଥନ
  • ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ବାରା ଘଟଣାର ତଦନ୍ତ ନିର୍ଦେଶ
  • ଗଞ୍ଜାମ ଜରଡ଼ା ଥାନା ଭୀମପୁର ଗାଁରେ ଗୋଷ୍ଠୀ ସଂଘର୍ଷ, ବୋମାମାଡ଼ରେ ୪ ଗୁରୁତର
  • ଦେବଗଡ଼ ରିଆମାଳ ଥାନା ଅଞ୍ଚଳରେ ୧୨ ବର୍ଷୀୟା ଛାତ୍ରୀଙ୍କୁ ଦୁଷ୍କର୍ମ
  • କଙ୍କରଖୋଲ ଜଙ୍ଗଲକୁ ଟେକି ନେଇ ଦୁର୍ବୃତ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ
  • ୬ ଦିନିଆ ନୂଆଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ସେପ୍ଟେମ୍ବର ୨୬ରେ ମାଓ ପ୍ରଭାବିତ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ବୈଠକ
  • କଟକ ମୁଣ୍ଡଳୀରେ ଅପରେଲନ ଗଜରାଜ
  • ଦଳରୁ ଅଲଗା ହୋଇଯାଇଥିବା ହାତୀକୁ ଉଦ୍ଧାର ପାଇଁ ଅଗ୍ନିଶମ ଓ ବନ ବିଭାଗର ଉଦ୍ୟମ ଜାରି

ଭାରତ ଓ ଚୀନ୍ ମଧ୍ୟରେ କମ୍ ହେବ ଟେନସନ? ଦ୍ୱାଦଶ ରାଉଣ୍ଡରେ ହେଲା ୯ ଘଣ୍ଟାର ଆଲୋଚନା

Eastern Ladakh LAC Tension: ଭାରତ ଓ ଚୀନ୍ ମଧ୍ୟରେ କର୍ପସ କମାଣ୍ଡର ସ୍ତରୀୟ ଦ୍ୱାଦଶ ରାଉଣ୍ଡ କଥାବାର୍ତ୍ତାର ଲକ୍ଷ୍ୟ ହେଉଛି ପୂର୍ବ ଲଦାଖ ଅଞ୍ଚଳରେ ୧୪ ମାସରୁ ଅଧିକ ସମୟ ଧରି ଚାଲିଆସୁଥିବା ବିବାଦକୁ ଶେଷ କରିବା ।

ଭାରତ ଓ ଚୀନ୍ ମଧ୍ୟରେ କମ୍ ହେବ ଟେନସନ? ଦ୍ୱାଦଶ ରାଉଣ୍ଡରେ ହେଲା ୯ ଘଣ୍ଟାର ଆଲୋଚନା
(ଫାଇଲ ଫଟୋ)

ନୂଆଦିଲ୍ଲୀ: ଭାରତ ଓ ଚୀନ୍ (India-china) ମଧ୍ୟରେ ଦ୍ୱାଦଶ ରାଉଣ୍ଡ କର୍ପସ କମାଣ୍ଡର ସ୍ତରୀୟ ଆଲୋଚନା ଚୀନର ଲାଇନ୍ ଅଫ୍ ଆକ୍ଚୁଆଲ୍ କଣ୍ଟ୍ରୋଲ୍ (LAC) ର ପୁରୁଣା ସୀମା ପଏଣ୍ଟରେ ସନ୍ଧ୍ୟା ୭.୩୦ ରେ ଶେଷ ହୋଇଚି । ପୂର୍ବ ଲଦ୍ଦାଖ (Eastern Ladakh) ସେକ୍ଟରରେ ନଅ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ଉଭୟ ପକ୍ଷ ସାମରିକ ବିବାଦର ସମାଧାନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ନ୍ୟୁଜ୍ ଏଜେନ୍ସି ANI ଶନିବାର ଦିନ ସାମରିକ ସୂତ୍ରରୁ ସୂଚନା ଦେଇଛି । ନିର୍ଦ୍ଧାରିତ ସମୟରେ ସକାଳ ୧୦.୩୦ ରେ ଦୁଇ ସେନା ମଧ୍ୟରେ ଆଲୋଚନା ଆରମ୍ଭ ହୋଇଥିଲା ।

ସୂତ୍ରରୁ ପ୍ରକାଶ ଯେ ଏହି ବୈଠକରେ ଭାରତ ହଟ୍ ସ୍ପ୍ରିଙ୍ଗସ୍ ଓ ଗୋଗ୍ରାଠାରେ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ଉପରେ ଗୁରୁତ୍ୱାରୋପ କରିଥିଲା । ତେବେ ଏ ବାବଦରେ କୌଣସି ସରକାରୀ ବୟାନ ଏପର୍ଯ୍ୟନ୍ତ ଉଭୟ ପକ୍ଷରୁ ଜାରି କରାଯାଇ ନାହିଁ । ସୂତ୍ରରୁ ପ୍ରକାଶ ଯେ ଦ୍ୱାଦଶ ରାଉଣ୍ଡ କଥାବାର୍ତ୍ତାର ଲକ୍ଷ୍ୟ ହେଉଛି ପୂର୍ବ ଲଦାଖ ଅଞ୍ଚଳରେ ୧୪ ମାସରୁ ଅଧିକ ସମୟ ଧରି ଚାଲିଆସୁଥିବା ବିବାଦକୁ ଶେଷ କରିବା । ସେ କହିଛନ୍ତି ଯେ ଗତ ଥର ଠାରୁ ସାଢ଼େ ତିନି ମାସରୁ ଅଧିକ ସମୟ ପରେ ଏହି ରାଉଣ୍ଡ ଆଲୋଚନା ହୋଇଛି । ଏହାପୂର୍ବରୁ, ଏକାଦଶ ରାଉଣ୍ଡ ସାମରିକ କଥାବାର୍ତ୍ତା ଏପ୍ରିଲ ୯ ରେ LAC ର ଭାରତୀୟ ପାର୍ଶ୍ୱରେ ଥିବା ଚୁସୁଲ ସୀମା ପଏଣ୍ଟରେ ଅନୁଷ୍ଠିତ ହୋଇଥିଲା ଓ ଏହି ବାର୍ତ୍ତାଳାପ ପ୍ରାୟ ୧୩ ଘଣ୍ଟା ଧରି ଚାଲିଥିଲା ​​।

ଅଧିକ ପଢ଼ନ୍ତୁ: Heart Attack ପ୍ରାୟତଃ ଗାଧୋଇବା ସମୟରେ କାହିଁକି ହୁଏ? ଜାଣନ୍ତୁ କାରଣ

ଶେଷ ରାଉଣ୍ଡ ସାମରିକ ଆଲୋଚନାରେ ହଟ୍ ସ୍ପ୍ରିଙ୍ଗସ୍, ଗୋଗ୍ରା ଓ ଡେପସାଙ୍ଗରେ ସୈନ୍ୟ ପ୍ରତ୍ୟାହାର ସହିତ ଆଗକୁ ବଢିବାର ଉପାୟ ଉପରେ ଆଲୋଚନା କରାଯାଇଥିଲା । ତେବେ ସୈନ୍ୟ ପ୍ରତ୍ୟାହାର ଦିଗରେ ଆଉ କୌଣସି ଅଗ୍ରଗତି ହୋଇପାରି ନାହିଁ । ପ୍ରକାଶ ଥାଉକି, ଉଭୟ ସାମରିକ ଓ କୂଟନୈତିକ ଆଲୋଚନା ପରେ ଫେବୃଆରୀରେ ପାଙ୍ଗୋଙ୍ଗ ହ୍ରଦର ଉତ୍ତର ଓ ଦକ୍ଷିଣ କୂଳରୁ ସୈନ୍ୟ ଓ ଅସ୍ତ୍ରଶସ୍ତ୍ର ପ୍ରତ୍ୟାହାର ପ୍ରକ୍ରିୟା ଶେଷ କରିଥିଲେ ।

ଅଧିକ ପଢ଼ନ୍ତୁ: କୋରୋନା ମାମଲାର ବୃଦ୍ଧିକୁ ନେଇ 'ଆକ୍ସନ'ରେ କେନ୍ଦ୍ର, ଏହି ରାଜ୍ୟଗୁଡିକରେ ବୃଦ୍ଧି ପାଇବ କଟକଣା

ଦୁଇ ଦେଶ ମଧ୍ୟରେ ସାମଗ୍ରିକ ସମ୍ପର୍କ ପାଇଁ ଡେପସଙ୍ଗ, ହଟ୍ ସ୍ପ୍ରିଙ୍ଗସ୍ ଏବଂ ଗୋଗ୍ରା ଠାରେ ସୈନ୍ୟ ପ୍ରତ୍ୟାହାର ସମେତ ବିଚାରାଧୀନ ସମସ୍ୟାର ସମାଧାନ ଜରୁରୀ ବୋଲି ଭାରତ ଗୁରୁତ୍ୱାରୋପ କରିଛି । ଗତ ବର୍ଷ ମେ' ମାସରୁ ପୂର୍ବ ଲଦ୍ଦାଖର ବିଭିନ୍ନ ସ୍ଥାନରେ ଦୁଇ ଦେଶ ମଧ୍ୟରେ ସାମରିକ ବିବାଦ ଲାଗି ରହିଥିଲା । ଉଭୟ ଦେଶରେ ବର୍ତ୍ତମାନ LAC ଉପରେ ସମ୍ବେଦନଶୀଳ ଅଞ୍ଚଳରେ ୫୦,୦୦୦ ରୁ ୬୦,୦୦୦ ସୈନିକ ଅଛନ୍ତି ।