)
ଜିନୁ ଜେନା, ନୂଆଦିଲ୍ଲୀ : ଦିନ ୧୨.୩୦ରେ ନିର୍ବାଚନ କମିସନ ଘୋଷଣା କରିପାରନ୍ତି ତାରିଖ । ଏଥି ସହିତ ବାଜିବ ବିହାର ନିର୍ବାଚନ ପାଇଁ ବିଗୁଲ । କୋରୋନା ସମୟରେ ବଢିବ ଭୋଟ୍ ତାତି । ଏହି ପିସି ବେଳେ ନିର୍ବାଚନ ନେଇ ତାରିଖ ଘୋଷଣା କରିପାରନ୍ତି । ବିହାର ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ପୂରା ପ୍ରସ୍ତୁତ ହୋଇ ରହିଛନ୍ତି । ପୂର୍ବରୁ କୁହାଯାଇଛି ଯେ ନଭେମ୍ବର ସୁଦ୍ଧା ନିର୍ବାଚନ ଶେଷ ହେବ । ତିନିଟି ପର୍ଯ୍ୟାୟରେ ହେବ ମତଦାନ ।
ଗତଥର ପାଞ୍ଚଟି ପର୍ଯ୍ୟାୟରେ ନିର୍ବାଚନ ହୋଇଥିଲା । ଏଥର କୋରୋନା ପାଇଁ ଅନେକ ପର୍ଯ୍ୟାୟ ମତଦାନରେ କାଣ୍ଟଛାଣ୍ଟ କରାଯାଇଛି । ଏଥର କୋରୋନା ପାଇଁ ମତଦାନ କେନ୍ଦ୍ରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଭୋଟର ମାସ୍କ ପିନ୍ଧି ଏବଂ ହାତ ସାନିଟାଇଜ୍ କରି ଆସିବେ । ହ୍ୟାଣ୍ଡ ଫ୍ରି ସାନିଟଇଜର ଲଗାଯିବା ନେଇ ନିଷ୍ପତ୍ତି ନିଆଯାଇଛି । କୋରୋନା ପାଇଁ ନିର୍ବାଚନକୁ ବିରୋଧ କରୁଥିଲେ ଦଳ । କିନ୍ତୁ ନିର୍ବାଚନ କମିଶନଙ୍କ ଦୃଢତାକୁ ଦେଖି ସବୁ ଦଳ ସଂକଟ ମଧ୍ୟରେ ଲଢେଇ ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି । ପ୍ରଚାର ମଧ୍ୟ କିଭଳି ହେବ ତା ଉପରେ ନଜର ରହିଛି । ଡିଜିଟାଲ ପ୍ରଚାର ଉପରେ ଗୁରୁତ୍ୱ ।
ବିହାରରରେ ୨୪୩ ସିଟ୍ ପାଇଁ ହେବ ଭୋଟିଂ । ଏନଡିଏକୁ କଡ଼ା ଚ୍ୟାଲେଞ୍ଜ ଦେଇପାରନ୍ତି ଟିମ୍ ଆରଡେଜି ଏବଂ ସହଯୋଗୀ ଦଳ । ଏଥର ବୁଥ୍ ସଂଖ୍ୟା ମଧ୍ୟ ବଢିଛି । ଏଥର ଏକ ଲକ୍ଷ ୬ ହଜାର ବୁଥ୍ କରାଯିବା ନେଇ ସୂଚନା ରହିଛି । ବର୍ତ୍ତମାନ ବିହାର ବିଧାନସଭାରେ ଜେଡିୟୁର ୭୧ ସିଟ୍, ବିଜେପିର ୫୩ ଏବଂ ଆରଜେଡି ନିକଟରେ ୮୦ ଆସନ ରହିଛି । ତେବେ ପୂର୍ବରୁ ଯେଉଁଭଳି ଭାବେ ପ୍ରଥମେ RJD ସରକାର ଗଠନ କରିଥିଲା ପରେ ନୀତିଶ ମେଣ୍ଟରୁ ଓହରି ଏନଡିଏ ସହ ରହି ସରକାର ଗଠନ କରିଥିଲେ । ତାର ପ୍ରତିଶୋଧ ନେବା ପାଇଁ RJD ଚାହିଁବ । ରାଜ୍ୟର ତିର୍ତ୍ତୋଲ ଏବଂ ବାଲେଶ୍ୱର ଉପନିର୍ବାଚନ ପାଇଁ ତାରିଖ ବି ଘୋଷଣା ହୋଇପାରେ ।