ଜାଣନ୍ତୁ ରିଫାଇନ୍ ଠାରୁ ସୋରିଷ ପର୍ଯ୍ୟନ୍ତ ୧୦ ଦିନରେ କେତେ ଶସ୍ତା ହେଲା ଖାଇବା ତେଲ
topStories0hindi1026116

ଜାଣନ୍ତୁ ରିଫାଇନ୍ ଠାରୁ ସୋରିଷ ପର୍ଯ୍ୟନ୍ତ ୧୦ ଦିନରେ କେତେ ଶସ୍ତା ହେଲା ଖାଇବା ତେଲ

ଖାଇବା ତେଲର ଆକାଶଛୁଆଁ ମୂଲ୍ୟକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସୋୟା (Soyabean) ଓ ପାମ୍ ତେଲ (Palm Oil) ଉପରେ କଷ୍ଟମ ଡ୍ୟୁଟି ଶେଷ କରିଦେଇଛନ୍ତି ।

ଜାଣନ୍ତୁ ରିଫାଇନ୍ ଠାରୁ ସୋରିଷ ପର୍ଯ୍ୟନ୍ତ ୧୦ ଦିନରେ କେତେ ଶସ୍ତା ହେଲା ଖାଇବା ତେଲ

ନୂଆଦିଲ୍ଲୀ: Edible Oil Price: ପେଟ୍ରୋଲ ଓ ଡିଜେଲ ମୂଲ୍ୟ (Petrol Diesel Price) ରେ ରିହାତି ପରେ ସରକାରଙ୍କ ଉଦ୍ୟମ ଯୋଗୁଁ ଖାଇବା ତେଲ ଦର  (Edible Oil Price) ରେ ମଧ୍ୟ କିଛି ହ୍ରାସ ଦେଖାଯାଉଛି । ହୋଲସେଲ ମୂଲ୍ୟ ହ୍ରାସ ପାଇଛି, କିନ୍ତୁ ଖୁଚୁରା ବଜାରରେ ଏହାର ପ୍ରଭାବ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଦୃଶ୍ୟମାନ ହେଉନାହିଁ । ହୋଲସେଲ ମୂଲ୍ୟରେ ୧୦ ଦିନରେ ରିଫାଇନ୍ଡ ତେଲର ମୂଲ୍ୟ ଲିଟର ପିଛା ୧୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଛି । ତେବେ କ୍ରସର ମେସିନରେ ତୈଳ ମୂଲ୍ୟରେ କୌଣସି ରିହାତି ମିଳିନାହିଁ । ଅନ୍ୟପଟେ ସୋରିଷ (Mustard Seeds) ମୂଲ୍ୟ କ୍ୱିଣ୍ଟାଲ ପିଛା ୧୦୦୦ ଟଙ୍କା ହ୍ରାସ ପାଇଛି ।

ଖାଇବା ତେଲର ଆକାଶଛୁଆଁ ମୂଲ୍ୟକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସୋୟା (Soyabean) ଓ ପାମ୍ ତେଲ (Palm Oil) ଉପରେ କଷ୍ଟମ ଡ୍ୟୁଟି ଶେଷ କରିଦେଇଛନ୍ତି । ସେବେଠାରୁ ରିଫାଇନ୍ଡ ତେଲର ମୂଲ୍ୟ ହ୍ରାସ ପାଇବାରେ ଲାଗିଛି । ମାତ୍ର ୧୦ ଦିନରେ ଲିଟର ପିଛା ୧୦ରୁ ୧୫ ଟଙ୍କା ହ୍ରାସ ପାଇଛି । ତେବେ କ୍ରସରରେ ତେଲ କିଲୋଗ୍ରାମ ପିଛା ୨୩୦ ଟଙ୍କା ମିଳୁଛି । ସୋରିଷର ମୂଲ୍ୟ ୧୦୦୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଛି । ତୈଳ ମିଲର ମାଲିକ ମହେଶ ଅଗ୍ରୱାଲ ଯୁକ୍ତି କରିଛନ୍ତି ଯେ, ୯,୩୦୦ ଟଙ୍କା କ୍ୱିଣ୍ଟାଲ ପିଛା ସୋରିଷ ଉପରେ ୪୦ ପ୍ରତିଶତ ରିକଭରୀ ହେଉଛି । 

ଅନ୍ୟପକ୍ଷରେ ୭୫୦୦ କ୍ୱିଣ୍ଟାଲ ମୂଲ୍ୟର ସୋରିଷରେ ମାତ୍ର ୨୮ ପ୍ରତିଶତ ରିକଭରୀ ହୋଇଛି । ଫେବୃଆରୀରେ ନୂତନ ଫସଲ ଆସିବା ପରେ ମୂଲ୍ୟରେ ହ୍ରାସ ହେବାର ଆଶା କରାଯାଇପାରେ । ଚାମ୍ବର ଅଫ୍ କମର୍ସ ସଭାପତି ସଞ୍ଜୟ ସିଙ୍ଗାନିଆ କହିଛନ୍ତି ଯେ କିଛି ଖାଇବା ତେଲ ଉପରେ ଆମଦାନୀ ଶୁଳ୍କ ହ୍ରାସ ପାଇଛି, କେତେକ ଉପରେ ଏହା ଶେଷ ହୋଇଛି । ଯାହାର ପ୍ରଭାବ ଦେଖାଇବାକୁ ଆରମ୍ଭ କରୁଛି । ସୋୟାବିନ୍ ଓ ରାଇସବ୍ରାନ ସହିତ ଅନେକ ଖାଇବା ତେଲରେ ସହାୟକ ଫସଲର ନୂତନ ବ୍ୟାଚ୍ ଆସିଛି । ଆଗାମୀ ଦିନରେ ମୂଲ୍ୟ ୨୦ ପ୍ରତିଶତ ହ୍ରାସ ପାଇବ ବୋଲି ଆଶା କରାଯାଉଛି ।

ଏହିପରି ହ୍ରାସ ପାଇଛି ମୂଲ୍ୟ 

ଖାଇବା ତେଲ      ନଭେମ୍ବର ୧ରେ                 ନଭେମ୍ବର ୧୧ରେ               ବର୍ତ୍ତମାନର ଖୁଚୁରା ଦର                
                      ହୋଲସେଲ ଦର (ଲିଟରରେ)    ହୋଲସେଲ ଦର (ଲିଟରରେ)    (ଲିଟରରେ)

                                                 
ସୋରିଷ ତେଲ        ୧୯୫ ଟଙ୍କା                       ୧୯୦  ଟଙ୍କା                    ୧୮୧ ଟଙ୍କା
      
ସୋୟାବିନ୍            ୧୫୫ ଟଙ୍କା                       ୧୫୨ ଟଙ୍କା                     ୧୪୩ ଟଙ୍କା
           
ଚିନାବାଦମ            ୧୮୫ ଟଙ୍କା                        ୧୮୫ ଟଙ୍କା                    ୧୭୨ ଟଙ୍କା 

ରାଇସବ୍ରାନ            ୧୯୦ ଟଙ୍କା                        ୧୮୭ ଟଙ୍କା                    ୧୯୦ ଟଙ୍କା 

ପାମ୍ ତେଲ             ୧୨୫  ଟଙ୍କା                         ୧୩୫ ଟଙ୍କା                  ୧୨୦ ଟଙ୍କା 

ଏହା ବି ପଢ଼ନ୍ତୁ:-ସୃଷ୍ଟି ହେଲା ଘୂର୍ଣ୍ଣିବଳୟ: ୨୪ ଘଣ୍ଟାରେ ନେବ ଲଘୁଚାପର ରୂପ, ଏସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଏହା ବି ପଢ଼ନ୍ତୁ:-ଅଷ୍ଟ୍ରେଲିଆର ପ୍ରଚଣ୍ଡ ବିଜୟର ଏହା ଥିଲା ଟର୍ନିଂ ପଏଣ୍ଟ, ପାକିସ୍ତାନକୁ ଜୋରଦାର ମାତ୍ ଦେଇ ପକ୍କା କଲା ଫାଇନାଲର ଟିକେଟ

ଏହା ବି ପଢ଼ନ୍ତୁ:-ଯଦି ଆପଣ ଆଧାର କାର୍ଡରେ ଲାଗିଥିବା ଫଟୋରୁ ଖୁସି ନୁହଁନ୍ତି, ତେବେ ଆଜି ହିଁ କରନ୍ତୁ ପରିବର୍ତ୍ତନ, ଜାଣନ୍ତୁ ପ୍ରକ୍ରିୟା...

ଏହା ବି ପଢ଼ନ୍ତୁ:-କୋରୋନା ସଙ୍କଟ: ଦେଶରେ ଦିନକରେ ଚିହ୍ନଟ ହେଲା ଏତିକି ମାମଲା, ଆଖି ବୁଜିଲେ ୫୦୧ ସଂକ୍ରମିତ

ଏହା ବି ପଢ଼ନ୍ତୁ:-ଶରୀର ପାଇଁ ଲାଭଦାୟକ ନାଲି ରଙ୍ଗର ପରିବା ଓ ଫଳ, ଜାଣନ୍ତୁ ଏହାର ଅନ୍ୟାନ୍ୟ ଉପକାରିତା

Trending news