ସେ କହିଛନ୍ତି ଯେ, ଏକତା କପୁରଙ୍କ OTT (ଓଭର ଦ ଟପ୍) ପ୍ଲାଟଫର୍ମ ଆଲ୍ଟ ବାଲାଜୀରେ ପ୍ରସାରିତ ୱେବ୍ ସିରିଜ୍ "ଟ୍ରିପଲ୍ ଏକ୍ସ"ର ସିଜନ୍-2 ମାଧ୍ୟମରେ ସମାଜରେ ଅଶ୍ଳୀଳତା ପ୍ରସାର ଏବଂ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଧାର୍ମିକ ଭାବନାକୁ ଆଘାତ କରିବାର ଅଭିଯୋଗ ହୋଇଛି ।
Trending Photos
)
ଇନ୍ଦୌର: ଓଟିଟି ପ୍ଲାଟଫୋର୍ମ ଆଲ୍ଟ ବାଲାଜୀର ୱେବ୍ ସିରିଜର ପ୍ରସାରଣ ମାଧ୍ୟମରେ ଅଶ୍ଳୀଳତା ପ୍ରସାରିତ, ଧାର୍ମିକ ଭାବନାକୁ ଆଘାତ କରିବା ଏବଂ ଜାତୀୟ ପ୍ରତୀକମାନଙ୍କୁ ଅପମାନିତ କରିବା ଅଭିଯୋଗରେ ପ୍ରସିଦ୍ଧ ନିର୍ମାତା ଏକତା କପୁରଙ୍କ ସମେତ ୩ ଜଣଙ୍କ ବିରୋଧରେ ଏକ ଏଫଆଇଆର ଦାଖଲ କରାଯାଇଛି । ଏହି ୱେବ୍ ସିରିଜର ନିର୍ଦ୍ଦେଶକ ଏବଂ ସ୍କ୍ରିନ୍ ରାଇଟର୍ମାନେ ଏହି ମାମଲାରେ ନାମିତ ଅଭିଯୁକ୍ତମାନଙ୍କ ମଧ୍ୟରେ ଅଛନ୍ତି ।
ଶନିବାର ଦିନ ଅନ୍ନପୂର୍ଣ୍ଣା ପୋଲିସ ଷ୍ଟେସନ ଦାୟିତ୍ୱରେ ଥିବା ସତୀଶ କୁମାର ଦ୍ୱିବେଦୀ କହିଛନ୍ତି ଯେ, ଭାରତୀୟ ଦଣ୍ଡବିଧି ସଂହିତାର ଧାରା ୨୯୪ (ଅଶ୍ଳୀଳତା) ଏବଂ ୨୯୮ (ଧାର୍ମିକ ଭାବନାକୁ ଆଘାତ କରିବା) ସହିତ ସୂଚନା ପ୍ରଯୁକ୍ତି ଅଧିନିୟମ ଏବଂ ଭାରତର ରାଜକୀୟ ପ୍ରତୀକ ଅଧିନିୟମର ସମ୍ୱନ୍ଧିତ ପ୍ରାବଧାନ ଅନ୍ତର୍ଗତ ଶୁକ୍ରବାର ରାତିରେ ମାମଲା ରୁଜୁ ହୋଇଛି ।
ସେ କହିଛନ୍ତି ଯେ, ଏକତା କପୁରଙ୍କ OTT (ଓଭର ଦ ଟପ୍) ପ୍ଲାଟଫର୍ମ ଆଲ୍ଟ ବାଲାଜୀରେ ପ୍ରସାରିତ ୱେବ୍ ସିରିଜ୍ "ଟ୍ରିପଲ୍ ଏକ୍ସ"ର ସିଜନ୍-2 ମାଧ୍ୟମରେ ସମାଜରେ ଅଶ୍ଳୀଳତା ପ୍ରସାର ଏବଂ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଧାର୍ମିକ ଭାବନାକୁ ଆଘାତ କରିବାର ଅଭିଯୋଗ ହୋଇଛି ।
ଥାନା ପ୍ରଭାରୀଙ୍କ ମୁତାବକ ଅଭିଯୋଗରେ ଏହା କୁହାଯାଇଛି ଯେ, ଏହି ୱେବ୍ ସିରିଜର ଏକ ଦୃଶ୍ୟରେ ଭାରତୀୟ ସେନାର ୟୁନିଫର୍ମକୁ ଅତ୍ୟନ୍ତ ଆପତ୍ତିଜନକ ଭାବେ ଉପସ୍ଥାପନା କରି ଜାତୀୟ ପ୍ରତୀକମାନଙ୍କୁ ଅପମାନିତ କରାଯାଇଛି । ଦ୍ୱିବେଦୀ କହିଛନ୍ତି ଯେ, ଏହି ମାମଲାରେ ତିନିଜଣ ଅଭିଯୁକ୍ତଙ୍କ ମଧ୍ୟରେ ଏକତା କପୁରଙ୍କ ସହ ବିବାଦୀୟ ୱେବ୍ ସିରିଜ୍ ନିର୍ଦ୍ଦେଶକ ପଙ୍ଖୁରୀ ରୋଡ୍ରିଗସ୍ ଏବଂ ସ୍କ୍ରିନ୍ ରାଇଟର୍ ଜେସିକା ଖୁରାନା ମଧ୍ୟ ଅଛନ୍ତି ।