କର୍ଣ୍ଣାଟକ ବିଧାନସଭା ପରିଷଦର ୭ଟି ଆସନ ପାଇଁ ଜୁନ୍ ୨୯ରେ ମତଦାନ

ପରମ୍ପରା ଅନୁଯାୟୀ ଭୋଟ୍ ପରେ ଜୁନ୍ ୨୯ ସନ୍ଧ୍ୟାରେ ଭୋଟ୍ ଗଣନା କରାଯିବ । ଜୁନ୍ ୧୧ରେ ନିର୍ବାଚନ ବିଜ୍ଞପ୍ତି ଜାରି କରାଯିବ ବୋଲି କୁହାଯାଇଛି । ବିଧାନ ପରିଷଦର ସଦସ୍ୟ ସାଧାରଣତଃ ଚାରି ପ୍ରକାରର ଭୋଟରଙ୍କ ଦ୍ୱାରା ନିର୍ବାଚିତ ହୁଅନ୍ତି । 

କର୍ଣ୍ଣାଟକ ବିଧାନସଭା ପରିଷଦର ୭ଟି ଆସନ ପାଇଁ ଜୁନ୍ ୨୯ରେ ମତଦାନ

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନ ପରିଷଧର ୭ଟି ଆସନ ପାଇଁ ଜୁନ ୨୯ରେ ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ନିର୍ବାଚନ ଆୟୋଗ ଘୋଷଣା କରିଛି । ନିର୍ବାଚନ ଆୟୋଗଙ୍କ ଅନୁଯାୟୀ, ଜୁନ୍ ୩୦ରେ ଏହି ୭ ଆସନ ଖାଲି ହେବାକୁ ଯାଉଛି । କର୍ଣ୍ଣାଟକ ବିଧାନସଭା ସଦସ୍ୟମାନେ ଜୁନ୍ ୨୯ରେ ୭ ଜଣ ନୂତନ ବିଧାୟକ ଚୟନ କରିବାକୁ ମତଦାନ କରିବେ । ଆୟୋଗ କର୍ଣ୍ଣାଟକର ମୁଖ୍ୟ ସଚିବଙ୍କୁ ଜଣେ ବରିଷ୍ଠ ଅଧିକାରୀ ନିଯୁକ୍ତ କରିବାକୁ କହିଛନ୍ତି । ଯିଏ ନିର୍ବାଚନ ସମୟରେ କୋଭିଡ-19 ସଂକ୍ରମଣକୁ ରୋକିବା ପାଇଁ ନିର୍ଦ୍ଦେଶନାମା ପାଳନ କରାଇବେ ।

ପରମ୍ପରା ଅନୁଯାୟୀ ଭୋଟ୍ ପରେ ଜୁନ୍ ୨୯ ସନ୍ଧ୍ୟାରେ ଭୋଟ୍ ଗଣନା କରାଯିବ । ଜୁନ୍ ୧୧ରେ ନିର୍ବାଚନ ବିଜ୍ଞପ୍ତି ଜାରି କରାଯିବ ବୋଲି କୁହାଯାଇଛି । ବିଧାନ ପରିଷଦର ସଦସ୍ୟ ସାଧାରଣତଃ ଚାରି ପ୍ରକାରର ଭୋଟରଙ୍କ ଦ୍ୱାରା ନିର୍ବାଚିତ ହୁଅନ୍ତି । ଏଥିମଧ୍ୟରେ ବିଧାୟକ, ସ୍ନାତକ, ଶିକ୍ଷକ ଏବଂ ସ୍ଥାନୀୟ କର୍ତ୍ତୃପକ୍ଷ ସଦସ୍ୟ ସାମିଲ ଥାଆନ୍ତି । କୋରୋନା ଭୂତାଣୁ ମହାମାରୀ ହେତୁ ଆୟୋଗ ସୋମବାର କର୍ଣ୍ଣାଟକ ବିଧାନ ପରିଷଦର ୪ଟି ଆସନ ପାଇଁ ନିର୍ବାଚନକୁ ସ୍ଥଗିତ ରଖିଥିଲା ।

ଏଥିରେ ଶିକ୍ଷକ ଏବଂ ସ୍ନାତକ କ୍ଷେତ୍ରରୁ ୨-୨ଟି ଆସନ ଖାଲି ହେବାକୁ ଯାଉଛି । ଜୁନ୍ ୩୦ରେ ଏହି ୪ଟି ଆସନ ଖାଲି ହେବ । ନିର୍ବାଚନ ଆୟୋଗର ଜଣେ ବରିଷ୍ଠ ଅଧିକାରୀ ନିର୍ବାଚନ ସମ୍ପର୍କରେ ସ୍ପଷ୍ଟ କରି କହିଛନ୍ତି ଯେ, କୋରୋନା ଭୂତାଣୁ କାରଣରୁ ଏକ ବିଶାଳ ସମାବେଶକୁ ଏଡାଇବା ପାଇଁ ଆୟୋଗ କେବଳ ସେହି ଆସନରେ ନିର୍ବାଚନକୁ ଅନୁମତି ଦେଇଛନ୍ତି । ଯେଉଁଠାରେ ବିଧାୟକମାନେ ଭୋଟ୍ ଦେବେ ।