ନିତିନ ଗଡକରୀ କଲେ ଏପରି ଘୋଷଣା, ଖୁସିରେ ନାଚି ଉଠିବେ କାର-ବାଇକ୍ ଚାଳକ
Advertisement

ନିତିନ ଗଡକରୀ କଲେ ଏପରି ଘୋଷଣା, ଖୁସିରେ ନାଚି ଉଠିବେ କାର-ବାଇକ୍ ଚାଳକ

 Nitin Gadkari on Electric Vehicle: ଗଡକରୀ ସାଂସଦମାନଙ୍କୁ ହାଇଡ୍ରୋଜେନ ଟେକ୍ନୋଲୋଜି ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି । ସ୍ୱେରେଜ୍ ଜଳକୁ ନିଜ ନିଜ ଅଞ୍ଚଳରେ ସବୁଜ ହାଇଡ୍ରୋଜେନରେ ପରିଣତ କରିବାକୁ ସେ ସାଂସଦମାନଙ୍କୁ ପଦକ୍ଷେପ ନେବାକୁ କହିଛନ୍ତି ।

ନିତିନ ଗଡକରୀ କଲେ ଏପରି ଘୋଷଣା, ଖୁସିରେ ନାଚି ଉଠିବେ କାର-ବାଇକ୍ ଚାଳକ

ନୂଆଦିଲ୍ଲୀ: Nitin Gadkari on Electric Vehicle: ଯଦି ଆପଣ ମଧ୍ୟ କାର କିମ୍ୱା ବାଇକ୍ ନେବାକୁ ଯୋଜନା କରୁଛନ୍ତି ତେବେ ଏହି ଖବର ଆପଣଙ୍କ ଅତ୍ୟନ୍ତ ଜରୁରୀ । ବିଗତ ଦିନରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ (Union Minister for Road Transport and Highways Minister) ନିତିନ ଗଡକରୀ (Nitin Gadkari) କହିଥିଲେ ଯେ, ଆସନ୍ତା ଏକ ବର୍ଷ ମଧ୍ୟରେ ପେଟ୍ରୋଲ ବାହନ ସହିତ ବୈଦ୍ୟୁତିକ ବାହନ (Electric Vehicle) ର ମୂଲ୍ୟ ବରାବର ହୋଇଯିବ । ଏହି ଖବର କାର ଓ ବାଇକ୍ ଚାଳକଙ୍କ ମୁହଁରେ ହସ ଫୁଟାଇବ ।

କେନ୍ଦ୍ର ମନ୍ତ୍ରୀ (Nitin Gadkari) କହିଛନ୍ତି ଯେ, ଟେକ୍ନୋଲୋଜି ଓ ସବୁଜ ଇନ୍ଧନରେ ଦ୍ରୁତ ଅଗ୍ରଗତି ବୈଦ୍ୟୁତିକ ଅଟୋମୋବାଇଲର ମୂଲ୍ୟ ହ୍ରାସ କରିବ । ଏହା ସହିତ ଆସନ୍ତା ୧ ବର୍ଷ ମଧ୍ୟରେ ବୈଦ୍ୟୁତିକ ଯାନଗୁଡ଼ିକର ମୂଲ୍ୟ ପେଟ୍ରୋଲ ଚାଳିତ ଯାନ ସହିତ ସମାନ ହୋଇଯିବ । ଏହାକୁ ସାରା ଦେଶରେ ଏକ ବିପ୍ଳବ ରୂପେ ଦେଖାଯାଉଛି । ଗଡକରୀ ପ୍ରଭାବଶାଳୀ ସ୍ୱଦେଶୀ ଇନ୍ଧନକୁ ସ୍ଥାନାନ୍ତରିତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇ ଆଶା ପ୍ରକଟ କରିଛନ୍ତି ଯେ ବୈଦ୍ୟୁତିକ ଇନ୍ଧନ ଶୀଘ୍ର ବାସ୍ତବରେ ପରିଣତ ହେବ । ଏହାଦ୍ୱାରା ପ୍ରଦୂଷଣର ସ୍ତର ହ୍ରାସ ପାଇବ ।

ଗଡକରୀ ସାଂସଦମାନଙ୍କୁ ହାଇଡ୍ରୋଜେନ ଟେକ୍ନୋଲୋଜି ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି । ସ୍ୱେରେଜ୍ ଜଳକୁ ନିଜ ନିଜ ଅଞ୍ଚଳରେ ସବୁଜ ହାଇଡ୍ରୋଜେନରେ ପରିଣତ କରିବାକୁ ସେ ସାଂସଦମାନଙ୍କୁ ପଦକ୍ଷେପ ନେବାକୁ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ହାଇଡ୍ରୋଜେନ ଖୁବ୍ ଶୀଘ୍ର ଶସ୍ତା ଇନ୍ଧନ ବିକଳ୍ପ ହେବ ।

ଗଡକରୀ କହିଛନ୍ତି ଯେ, ଲିଥିୟମ୍-ଆୟନ ବ୍ୟାଟେରୀର ମୂଲ୍ୟ ଦ୍ରୁତ ଗତିରେ ହ୍ରାସ ପାଉଛି । ଆମେ ଜିଙ୍କ-ଆୟନ, ଆଲୁମିନିୟମ-ଆୟନ, ସୋଡିୟମ-ଆୟନ ବ୍ୟାଟେରୀ ବିକଶିତ କରୁଛୁ । ସର୍ବାଧିକ ଦୁଇ ବର୍ଷ ମଧ୍ୟରେ ଇଲେକ୍ଟ୍ରିକ୍ ସ୍କୁଟର, କାର୍, ଅଟୋ ରିକ୍ସା ମୂଲ୍ୟ ପେଟ୍ରୋଲ୍ ଚାଳିତ ସ୍କୁଟର, କାର୍, ଅଟୋ ରିକ୍ସା ସହିତ ବରାବର ହେବ ।

ଏହା ବି ପଢ଼ନ୍ତୁ:-ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ପୂର୍ବରୁ ଦ୍ରୌପଦୀ ମୁର୍ମୁଙ୍କ ବଢ଼ିଲା ଅସୁବିଧା, କଂଗ୍ରେସ ନେଲା ଏହି ପଦକ୍ଷେପ

ଏହା ବି ପଢ଼ନ୍ତୁ:-ଲାଭ ନୁହେଁ ବରଂ କ୍ଷତି ପହଞ୍ଚାଇଥାଏ ଆଳୁର ଅତ୍ୟଧିକ ସେବନ, ଅଧିକ ଆଳୁ ଖାଇଲେ ହୋଇଥାଏ ଏସବୁ ସମସ୍ୟା

ଏହା ବି ପଢ଼ନ୍ତୁ:-'ସୁନାର ଲଙ୍କା' ଶ୍ରୀଲଙ୍କା କାଙ୍ଗାଳ ହେବା ପଛରେ ରହିଛି ଏହି ୪ଟି ବଡ଼ କାରଣ

 

ସେ କହିଛନ୍ତି ଯେ, ଏହାର ଲାଭ ହେବ ଏହା ହେବ ଯେ ଯଦି ଆପଣ ଆଜି ପେଟ୍ରୋଲ ପାଇଁ ୧୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି, ତେବେ ଏକ ଇଲେକ୍ଟ୍ରିକ୍ ଗାଡି ଚଲାଇବାରେ ଏହି ମୂଲ୍ୟ ୧୦ ଟଙ୍କାକୁ ହ୍ରାସ ପାଇବ । କିଛି ଦିନ ପୂର୍ବରୁ ନିତିନ ଗଡକରୀ ଗ୍ରୀନ୍ ହାଇଡ୍ରୋଜେନ୍ ଇନ୍ଧନ କାର୍ ଲଞ୍ଚ କରିଥିଲେ ​।

ଗ୍ରାନ୍ ହାଇଡ୍ରୋଜେନ୍ ଚାଳିତ କାରରେ ଚାଲିବା ଉପରେ କିମି ପ୍ରତି ୧ ଟଙ୍କାରୁ କମ୍ ଖର୍ଚ୍ଚ ହେବ । ପେଟ୍ରୋଲରେ ଚାଲୁଥିବା କାରର ଖର୍ଚ୍ଚ କିଲୋମିଟର ପିଛା ୫-୭ ଟଙ୍କାକୁ ଆସୁଛି । ଏହି ପାଇଲଟ୍ ପ୍ରୋଜେକ୍ଟରେ ଟୟୋଟା କିର୍ଲୋସ୍କର ମୋଟରର FCEV ଟୟୋଟା ମିରାଇ (Toyota Kirloskar Mirai) କାର ସାମିଲ ଅଛି ।