ଗିଜର ଓ ହିଟର ଚଲାଇବା ପରେ ମଧ୍ୟ କମ୍ ଆସିବ ବିଜୁଳି ବିଲ୍, କେବଳ କରିବାକୁ ହେବ ଏହି ୨ଟି କାମ
Advertisement

ଗିଜର ଓ ହିଟର ଚଲାଇବା ପରେ ମଧ୍ୟ କମ୍ ଆସିବ ବିଜୁଳି ବିଲ୍, କେବଳ କରିବାକୁ ହେବ ଏହି ୨ଟି କାମ

ଗିଜର ଚଳାଇବା ଦ୍ୱାରା ବିଦ୍ୟୁତ୍ ବିଲ୍ ବଢ଼ିଥାଏ । ଏପରି ପରିସ୍ଥିତିରେ ଆପଣ ଉଚ୍ଚ କ୍ଷମତା ସମ୍ପନ୍ନ ଗିଜର କିଣିବା ଉଚିତ୍ ।

ଗିଜର ଓ ହିଟର ଚଲାଇବା ପରେ ମଧ୍ୟ କମ୍ ଆସିବ ବିଜୁଳି ବିଲ୍, କେବଳ କରିବାକୁ ହେବ ଏହି ୨ଟି କାମ

ନୂଆଦିଲ୍ଲୀ: Electricity Bill: ବର୍ତ୍ତମାନ ଶୀତ ଋତୁ ଚାଲିଛି ଓ ଏହି ସମୟରେ ସବୁଠୁ ବଡ଼ ଟେନସନ ହେଉଛି କେବଳ ଗୋଟିଏ , ତାହା ହେଉଛି ବିଦ୍ୟୁତ୍ ବିଲ (Electricity Bill) ରେ ବୃଦ୍ଧି ।  ଶୀତଦିନେ ବିଦ୍ୟୁତ୍ ବିଲ୍ ଅଧିକ ଆସେ କାରଣ ଗିଜର (geyser) ଓ ହିଟର (heater) ର ବ୍ୟବହାର ଅଧିକ ହୋଇଥାଏ । ହିଟର ଓ ଗିଜରଗୁଡ଼ିକ ହେଉଛି ଉଚ୍ଚ ବିଦ୍ୟୁତ୍ ଖର୍ଚ୍ଚ କରୁଥିବା ଉପକରଣ । କିନ୍ତୁ ଏହା ବିନା ଶୀତ ମଧ୍ୟ ପାର ହୁଏ ନାହିଁ ।

ବର୍ତ୍ତମାନ ଏପରି କ'ଣ କଲେ ଯାହା ଦ୍ୱାରା ଏହା ବ୍ୟବହାର ହୋଇପାରିବ ଓ ବିଦ୍ୟୁତ୍ ବିଲ୍ ମଧ୍ୟ କମ୍ ଆସିବ । ଯଦି ଆପଣ ଏହି ପ୍ରଶ୍ନର ଉତ୍ତର ଖୋଜୁଛନ୍ତି, ତେବେ ଆମେ ଆପଣଙ୍କୁ ଏପରି ଦୁଇଟି ଟିପ୍ସ ବିଷୟରେ କହିବାକୁ ଯାଉଛୁ, ଯାହା ବିଦ୍ୟୁତ୍ ବିଲ (Electricity Bill) କୁ  ଯଥେଷ୍ଟ ହ୍ରାସ କରିପାରେ । ଏହା ଦ୍ୱାରା ପ୍ରତି ମାସରେ ବିଲରେ ହଜାର ହଜାର ଟଙ୍କା ସଞ୍ଚୟ ହୋଇପାରିବ । ଯଦି ଆପଣ କୌଣସି ଉପକରଣ କିଣନ୍ତି, ତେବେ ମନେରଖନ୍ତୁ ଯେ ଏହା ୫ ଷ୍ଟାର ରେଟିଂ ସହିତ ଆସିଥାଏ ।

ଆପଣଙ୍କୁ କହି ରଖୁଛୁ ଯେ ୫ ଷ୍ଟାର୍ ରେଟିଂ ସହିତ ଉପକରଣଗୁଡ଼ିକ କମ୍ ଶକ୍ତି ଖର୍ଚ୍ଚ କରନ୍ତି । ବଜାରରେ ଅନେକ ୫ ଷ୍ଟାର୍ ରେଟେଡ୍ ଫ୍ରିଜ୍, ଟିଭି, ଏସି, ହିଟର ଏବଂ ଗିଜର ମିଳିଯିବ । ୫ ଷ୍ଟାର ଉପକରଣ କିଣିବା ଦ୍ୱାରା ଆପଣ ଆପଣଙ୍କର ବିଦ୍ୟୁତ୍ ବିଲ୍କୁ ଯଥେଷ୍ଟ ହ୍ରାସ କରିପାରିବେ । ଏହା ଦ୍ୱାରା ଆପଣ ହଜାର ହଜାର ଟଙ୍କା ସଞ୍ଚୟ କରିପାରିବେ ।

ଗିଜର ଚଳାଇବା ଦ୍ୱାରା ବିଦ୍ୟୁତ୍ ବିଲ୍ ବଢ଼ିଥାଏ । ଏପରି ପରିସ୍ଥିତିରେ ଆପଣ ଉଚ୍ଚ କ୍ଷମତା ସମ୍ପନ୍ନ ଗିଜର କିଣିବା ଉଚିତ୍ । ପାଣି ଗରମ ହୋଇଗଲେ ତିନିରୁ ଚାରି ଘଣ୍ଟା ଗରମ ରହେ । ଏହା ସହିତ ଏହାକୁ କ୍ରମାଗତ ଭାବରେ ଅନ୍ ରଖିବାର ଆବଶ୍ୟକତା ପଡ଼ିବ ନାହିଁ । ଥରେ ପାଣି ଗରମ ହୋଇଗଲେ ଏହାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବ୍ୟବହାର କରାଯାଇପାରେ । 

ଏହା ବି ପଢ଼ନ୍ତୁ:-କୋରୋନା ସଙ୍କଟ: ଦିନକରେ ଚିହ୍ନଟ ହେଲା ଏତିକି ମାମଲା, ସଂକ୍ରମଣ ଦର ଛୁଇଁଲା ୧୯.୫ ପ୍ରତିଶତ

ଏହା ବି ପଢ଼ନ୍ତୁ:-ଟିମ୍ ଇଣ୍ଡିଆରୁ ବିଦା ହେଲେ ଏହି ୫ ଖେଳାଳି, ଦକ୍ଷିଣ ଆଫ୍ରିକାରେ ଖରାପ ପ୍ରଦର୍ଶନ ପାଇଁ ମିଳିଲା 'ଦଣ୍ଡ'

ଏହା ବି ପଢ଼ନ୍ତୁ:-ସର୍ଭେ: ଉତ୍ତରାଖଣ୍ଡରେ ବିଜେପିକୁ ଲାଗିବ ଝଟକା! ଜାଣନ୍ତୁ କେଉଁ ଦଳ ଗଢ଼ିବାକୁ ଯାଉଛି ସରକାର

ଏହା ବି ପଢ଼ନ୍ତୁ:-ଭାଙ୍ଗି ଯିବ କି ସୋରେନ ସରକାର? ଝାଡ଼ଖଣ୍ଡରେ ସରକାର ଗଠନ ପାଇଁ ବିଜେପିକୁ ଆବଶ୍ୟକ କେବଳ ଏତିକି ବିଧାୟକ

 

ହିଟର ଓ ଇଲେକ୍ଟ୍ରିକ୍ ବ୍ଲୋଭରକୁ ଲଗାତାର ଅନ୍ ରଖନ୍ତୁ ନାହିଁ । ଏହା କିଛି ମିନିଟ୍ ମଧ୍ୟରେ ରୁମକୁ ଗରମ କରିଦେଇଥାଏ । ତେଣୁ ଏହାକୁ ବନ୍ଦ କରିବା ବୁଦ୍ଧିମାନର କାମ ହେବ । ଲଗାତର ଚାଲିବା ହେତୁ ବିଦ୍ୟୁତ୍ ବିଲ୍ ବୃଦ୍ଧି ହୁଏ । ଆପଣ ଏହାକୁ ସମୟ ସମୟରେ ଅନ୍ କରନ୍ତୁ । ଯଦି ଆପଣ ରୁମରେ ନାହାଁନ୍ତି, ତେବେ ଏହାକୁ ବନ୍ଦ କରନ୍ତୁ । ଆବଶ୍ୟକ ସମୟରେ ଏହାକୁ ଅନ୍ କରନ୍ତୁ ।