ବନ ଅଧିକାରୀଙ୍କୁ ଦଳିଦେଲା ହାତୀ

PTRର କ୍ଷେତ୍ର ନିର୍ଦ୍ଦେଶକ କେ.ଏସ୍ ଭଦୌରିଆ କହିଛନ୍ତି ଯେ, ହିନୌତା ରେଞ୍ଜର ୫୨ ବର୍ଷୀୟ ବି.ଆର ଭାଗବତଙ୍କୁ ବାଘକୁ ଟ୍ରାକ୍ କରିବା ସମୟରେ ହାତୀ ରାମବାହାଦୁର ଦାନ୍ତରେ ଦବାଇଥିଲେ । ଏହି କାରଣରୁ ଭାଗବତ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଛନ୍ତି ।

ବନ ଅଧିକାରୀଙ୍କୁ ଦଳିଦେଲା ହାତୀ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ପାନ୍ନା ଟାଇଗର ରିଜର୍ଭ(PTR)ର ହିନୌତା ରେଞ୍ଜରେ ଜଙ୍ଗଲ ଅଧିକାରୀଙ୍କ ଉପରେ ହାତୀ ରାମବାହାଦୁ ଆକ୍ରମଣ କରିଛି । ଏହି ଆକ୍ରମଣରେ ଅଧିକାରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । PTRର କ୍ଷେତ୍ର ନିର୍ଦ୍ଦେଶକ କେ.ଏସ୍ ଭଦୌରିଆ କହିଛନ୍ତି ଯେ, ହିନୌତା ରେଞ୍ଜର ୫୨ ବର୍ଷୀୟ ବି.ଆର ଭାଗବତଙ୍କୁ ବାଘକୁ ଟ୍ରାକ୍ କରିବା ସମୟରେ ହାତୀ ରାମବାହାଦୁର ଦାନ୍ତରେ ଦବାଇଥିଲେ । ଏହି କାରଣରୁ ଭାଗବତ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଛନ୍ତି ।

ଅଧିକ ପଢ଼ନ୍ତୁ:-'ସମ୍ୱିତ ପାତ୍ର ହେଉଛନ୍ତି ମୋ ସ୍ୱାମୀଙ୍କ ହତ୍ୟାକାରୀ'

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମଧ୍ୟ ଏହି ମାମଲାରେ ଦୁଃଖ ପ୍ରକାଶ କରିଛନ୍ତି । ସେ ତାଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ଲେଖିଛନ୍ତି ଯେ, ''ଟାଇଗର ଟ୍ରାକିଂ ସମୟରେ ହିନୌତା ରେଞ୍ଜର ରେଞ୍ଜ ଅଫିସର ବି.ଆର ଭାଗବତଙ୍କ ହାତୀ ଆକ୍ରମଣ ହେତୁ ମୃତ୍ୟୁର ଦୁଃଖଦ ଖବର ମିଳିଛି । ସେ ନିଜ କର୍ତ୍ତବ୍ୟ ସମ୍ପାଦନ କରୁଥିବାବେଳେ ନିଜ ଜୀବନ ଦେଇଛନ୍ତି । ମୁଁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ଏବଂ ଭଗବାନଙ୍କୁ ତାଙ୍କ ଆତ୍ମାକୁ ଶାନ୍ତି ଦେବା ପାଇଁ ପ୍ରାର୍ଥନା କରୁଛି ।''

ଅଧିକ ପଢ଼ନ୍ତୁ:-ମହିଳା ଫରେଷ୍ଟରଙ୍କୁ ଦଳିଦେଲା ହାତୀ

ସେ କହିଛନ୍ତି ଯେ, କିଛି ଦିନ ପୂର୍ବରୁ ଏହି ଅଞ୍ଚଳରେ ଏକ ଟାଇଗର କଙ୍କାଳ ମିଳିଥିଲା । ପାରସ୍ପରିକ ସଂଘର୍ଷରେ ପ୍ରାଣ ହରାଇଥିବା ବାଘ ସହିତ ଦ୍ୱିତୀୟ ବାଘର ଆହତ ଅବସ୍ଥା ଜାଣିବା ପାଇଁ ରେଞ୍ଜର ଭାଗବତ କ୍ରମାଗତ ଭାବରେ ଟ୍ରାକିଂ କରୁଥିଲେ । ଅଧିକାରୀମାନେ ଏହି ପ୍ରୟାସରେ ଥିଲେ ଯେ ଆହତ ବାଘ ମିଳିଲେ ତାର ଉପଚାର କରାଯାଇ ହେବ ।