Elon Muskଙ୍କ ପଞ୍ଜୁରୀରେ ନୀଳ ଚଢ଼େଇ, ବଦଳିବ କମ୍ପାନୀ ପଲିସି
Advertisement

Elon Muskଙ୍କ ପଞ୍ଜୁରୀରେ ନୀଳ ଚଢ଼େଇ, ବଦଳିବ କମ୍ପାନୀ ପଲିସି

ସୋମବାର ଟ୍ୱିଟର କହିଛି ଯେ, କମ୍ପାନୀର ନିବେଶକଙ୍କୁ ଏଲନ ମସ୍କ ପ୍ରତି ସେୟାର ପିଛା ୫୪.୨୦ ଡଲାର ଦେବେ। ଏପ୍ରିଲ ପହିଲା ବେଳକୁ କମ୍ପାନୀର ଷ୍ଟକ୍ ମୂଲ୍ୟ ୩୮% ବୃଦ୍ଧି ପାଇଥିଲା। ସେହି ସମୟରେ ଟ୍ୱିଟରରେ ଏଲନ ମସ୍କଙ୍କ ୯% ଭାଗିଦାରୀ ଥିଲା। ଆଉ ସେ କମ୍ପାନୀର ସବୁଠାରୁ ବଡ ନିବେଶକଙ୍କ ମଧ୍ୟରୁ ଜଣେ ଥିଲେ। 

ଡିଜାଇନ୍ ଫଟୋ

ନୂଆଦିଲ୍ଲୀ: ଶେଷରେ ନୀଳ ଚଢ଼େଇକୁ ମିଳିଲା ନୂଆ ମାଲିକ। ଲୋକପ୍ରିୟ ସୋସିଆଲ ନେଟୱର୍କିଂ ସାଇଟ ଟ୍ୱିଟର ବିକ୍ରି ହୋଇଛି। ବିଶ୍ୱର ଏକ ନମ୍ବର ଧନୀ ତଥା ଉଦ୍ୟୋଗପତି ଏଲନ ମସ୍କ ଏହାକୁ କିଣିଛନ୍ତି। ୪୪00 କୋଟି ଡଲାରରେ ଏଲନ ଟ୍ୱିଟରକୁ ଅଧିଗ୍ରହଣ କରିଛନ୍ତି। ଏହି ଅଧିଗ୍ରହଣ ପରେ ଟ୍ୱିଟରରେ ଅନେକ ପରିବର୍ତ୍ତନ ଆସିବାକୁ ଯାଉଛି। ତେବେ ଏଲନ ମସ୍କ ଓ ଟ୍ୱିଟର ବୋର୍ଡ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷର ହୋଇଛି।

ଦୀର୍ଘ ସମୟ ଧରି ଟ୍ୱିଟରକୁ ଟେସଲା ମାଲିକ ଏଲନ ମସ୍କ ଅଧିଗ୍ରହଣ କରିବେ ବୋଲି ଚର୍ଚ୍ଚା ଚାଲିଥିଲା। ଗତ ମାସରେ ଏଲନ ମସ୍କ ମଧ୍ୟ ଟ୍ୱିଟରକୁ କିଣିବା ନେଇ ଆଗ୍ରହ ପ୍ରକାଶ କରିଥିଲେ। କିନ୍ତୁ ଟ୍ୱିଟର ଏହି ଅଫରକୁ ପ୍ରାୟ ରିଜେକ୍ଟ କରିଦେଇଥିଲା। କିନ୍ତୁ ଶେଷରେ ଏପ୍ରିଲ ୨୫ରେ ଏଲନ ମସ୍କ ଓ ଟ୍ୱିଟର ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ପ୍ରାୟ ୪୪୦୦ କୋଟି ଡଲାରରେ ଟ୍ୱିଟରକୁ ଏଲନ ମସ୍କ ଅଧିଗ୍ରହଣ କରିଛନ୍ତି। ଏଲନଙ୍କ ପ୍ରସ୍ତାବ ଉପରେ ଗଭୀର ଆଲୋଚନା ପରେ କମ୍ପାନୀକୁ ବିକ୍ରି କରିବା ନେଇ ଟ୍ୱିଟର ବୋର୍ଡ ନିଷ୍ପତ୍ତି ନେଇଥିବା କୁହାଯାଉଛି।

Also Read: Forbes Billionaires 2022; ଅଦାନୀ ହେଲେ ଭାରତର ଶ୍ରେଷ୍ଠ ଓ ବିଶ୍ୱର ପଞ୍ଚମ ଧନୀ

ସୋମବାର ଟ୍ୱିଟର କହିଛି ଯେ, କମ୍ପାନୀର ନିବେଶକଙ୍କୁ ଏଲନ ମସ୍କ ପ୍ରତି ସେୟାର ପିଛା ୫୪.୨୦ ଡଲାର ଦେବେ। ଏପ୍ରିଲ ପହିଲା ବେଳକୁ କମ୍ପାନୀର ଷ୍ଟକ୍ ମୂଲ୍ୟ ୩୮% ବୃଦ୍ଧି ପାଇଥିଲା। ସେହି ସମୟରେ ଟ୍ୱିଟରରେ ଏଲନ ମସ୍କଙ୍କ ୯% ଭାଗିଦାରୀ ଥିଲା। ଆଉ ସେ କମ୍ପାନୀର ସବୁଠାରୁ ବଡ ନିବେଶକଙ୍କ ମଧ୍ୟରୁ ଜଣେ ଥିଲେ। ଏଲନଙ୍କୁ କମ୍ପାନୀ ଟେକି ଦେବା ନେଇ ଟ୍ୱିଟର ବୋର୍ଡ ଅନୁମତି ଦେଇଛି, କିନ୍ତୁ ବର୍ତ୍ତମାନ ଏହାର ଷ୍ଟେକହୋଲ୍ଡର ବା ନିବେଶକଙ୍କ ମଞ୍ଜୁରୀ ମିଳିପାରିନାହିଁ। କିନ୍ତୁ ନିବେଶକ ମଧ୍ୟ ଏଲନଙ୍କୁ ଗ୍ରୀନ ସିଗନାଲ ଦେବେ ବୋଲି ଆଶା କରାଯାଉଛି।

ବିଗତ ଦିନରେ ଟ୍ୱିଟରକୁ ତାର ୟୁଜର ଓ ବିଜ୍ଞାପନ ବୃଦ୍ଧି କରିବାରେ ବହୁତ ସଙ୍ଘର୍ଷ କରିବାକୁ ପଡିଛି। ଫେସବୁକ ଓ ଗୁଗଲ ପରି ବଡ କମ୍ପାନୀ ସହ ଏବେ ବି ଟ୍ୱଟିରର ପ୍ରତିଯୋଗିତା ଜାରି ରହିଛି। ଏହି ସମୟରେ ବିଶ୍ୱର ଶ୍ରେଷ୍ଠ ଧନୀ ବ୍ୟକ୍ତି କମ୍ପାନୀକୁ ଅଧିଗ୍ରହଣ କରିଛନ୍ତି। ୨୦୨୩ ସୁଦ୍ଧା ୩୧୫ ମିଲିୟନ ୟୁଜର୍ସଙ୍କୁ ଯୋଡିବା ସହ ୭.୫ ବିଲିୟନ ଡଲାର ରାଜସ୍ୱ ଆଦାୟ କରିବାକୁ ଲକ୍ଷ୍ୟ ରଖିଛି। ତେବେ ଜଣେ ଉଦ୍ୟୋଗପତିଙ୍କ ହାତକୁ ଗଲା ପରେ ଟ୍ୱିଟର କେତେ ସୁରକ୍ଷିତ ରହିବ ବୋଲି ଏବେ ସାଧାରଣରେ ପ୍ରଶ୍ନ ଉଠୁଛି। 

Also Read: ଭାରତରେ ପ୍ରଥମ Antibacterial Smartphone; ୧୦,୦୦୦ରୁ କମ ଟଙ୍କାରେ ମିଳିବ Infinix Smart 6

ଟ୍ୱିଟରରେ ଏଲନ ମସ୍କଙ୍କ ୮୩ ମିଲିୟନ ଫଲୋର୍ସ ଅଛନ୍ତି। ସୋସିଆଲ ମିଡିଆରେ ଖୋଲାଖୋଲି ଭାବେ ନିଜ ମତ ରଖିବା ଏବଂ କଡା ସମାଲୋଚନା କରିବା ପାଇଁ ସେ ବେଶ ଜଣାଶୁଣା। ଟ୍ୱିଟରର ପରିଚାଳନ ପଦ୍ଧତିକୁ ଏଲନ ମସ୍କ ପସନ୍ଦ କରନ୍ତି ନାହିଁ। ବିଗତ ଦିନରେ ସେ, ଟ୍ୱିଟରର କାର୍ଯ୍ୟପ୍ରଣାଳୀ ଉପରେ ଅନକ ଥର ପ୍ରଶ୍ନ ଉଠାଇଛନ୍ତି। କମ୍ପାନୀ ଲୋକଙ୍କ ବାକ୍ ସ୍ୱାଧିନତା ଉପରେ ଅଙ୍କୁଶ ଲଗାଉଥିବା ଏଲନ ଅଭିଯୋଗ କରିଥିଲେ। ଏବେ ଅଧିଗ୍ରହଣ ପରେ ଟ୍ୱିଟରରେ ଅନେକ ପରିବର୍ତ୍ତନ ଆସିପାରେ। 

ଆଗାମୀ ଦିନରେ ଟ୍ୱିଟରକୁ ମୁକ୍ତ ଓ ଅବାଧ ଭାବନା ବ୍ୟକ୍ତ କରିବାର ଏକ ପ୍ଲାଟଫର୍ମରେ ପରିଣତ କରିକୁ ଏଲନ ମସ୍କ ଚାହୁଁଛନ୍ତି। ସୀମିତ ଥିବା ୨୮୦ ଅକ୍ଷକୁ ବୃଦ୍ଧି କରାଯାଇପାରେ। ଏହାବ୍ୟତୀତ ଟ୍ୱଟରରେ ଏଡିଟ୍ ବିକଳ୍ପ ଆଣିବାକୁ ଏଲନ ଆଗ୍ରହ ପ୍ରକାଶ କରିଛନ୍ତି। ଦିନେ ନିର୍ବାଚନ ପ୍ରଚାରରେ ପକ୍ଷପାତିତା ଓ କୋରୋନାକୁ ନେଇ ମିଥ୍ୟା ସୂଚନା ଦେଉଥିବା ନେଇ ଟ୍ୱିଟର ଉପରେ  ଅଭିଯୋଗ ହୋଇଥିଲା। ଭାରତରେ ମଧ୍ୟ କମ୍ପାନୀର ଅନେକ ପଦକ୍ଷେପ ବିବାଦୀୟ ହୋଇଥିଲା। ତେବେ ଆଗକୁ ଏଲନ ମସ୍କ ଏହାକୁ କିପରି ଚଲାଇବେ ତାହା ଦେଖିବାକୁ ବାକି ରହିଲା।