Advertisement
Article Detail0/zeeodisha/odisha712941
Zee OdishaOdisha National-InternationalENGvsWI2nd test: ପ୍ରଥମ ଦିନରେ ଇଂଲଣ୍ଡ ୨୦୭ରେ ସୀମିତ, ବେନ ଓ ସିବଲେଙ୍କ ଅର୍ଦ୍ଧଶତକ

ENGvsWI2nd test: ପ୍ରଥମ ଦିନରେ ଇଂଲଣ୍ଡ ୨୦୭ରେ ସୀମିତ, ବେନ ଓ ସିବଲେଙ୍କ ଅର୍ଦ୍ଧଶତକ

ଚାଲିଛି ଦ୍ୱିତୀୟ ଟେଷ୍ଟ....

ENGvsWI2nd test: ପ୍ରଥମ ଦିନରେ ଇଂଲଣ୍ଡ ୨୦୭ରେ ସୀମିତ, ବେନ ଓ ସିବଲେଙ୍କ ଅର୍ଦ୍ଧଶତକ

ମାଞ୍ଚେଷ୍ଟର: କୋରୋନା ମହାମାରୀ ମଧ୍ୟରେ ଆରମ୍ଭ ହୋଇଛି ଅନ୍ତର୍ଜାତୀୟ କ୍ରିକେଟ। ଭ୍ରମଣକାରୀ ଓ୍ୱେଷ୍ଟଇଣ୍ଡିଜ ଓ ଘରୋଇ ଇଂଲଣ୍ଡ ମଧ୍ୟରେ ଆରମ୍ଭ ହୋଇଛି ଦ୍ୱିତୀୟ ଟେଷ୍ଟ। ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନର ଷ୍ଟମ୍ପ ଅପସାରଣ ସୁଧା ୩ ଓ୍ୱିକେଟ ବିନିମୟରେ ଘରୋଇ ଇଂଲଣ୍ଡ ଦଳ ୨୦୭ ରନରେ ସୀମିତ ରହିଛି। 

ଦ୍ୱିତୀୟ ଟେଷ୍ଟ ଆରମ୍ଭରୁ ଭ୍ରମଣକାରୀ ଓ୍ୱେଷ୍ଟଇଣ୍ଡିଜ ଟିମ ଟସ ଜିତି ଫିଲ୍ଡିଂ ପାଇଁ ନିଷ୍ପତ୍ତି ନେଇଥିଲା। ପ୍ରଥମ ଟେଷ୍ଟର ପରାଜୟର ବଦଲା ନେବା ଲକ୍ଷ୍ୟ ନେଇ ଇଂଲଣ୍ଡ ବ୍ୟାଟିଂ ଆରମ୍ଭ କରିଥିଲା। ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖିନ ହୋଇଥିଲା ମାତ୍ର ୨୯ ରନରେ ଦୁଇଟି ଓ୍ୱିକେଟ ହରାଇ ଇଂଲଣ୍ଡ ବିପର୍ଯ୍ୟୟର ସମ୍ମୁଖିନ ହୋଇଥିଲା। ଦଳ ପକ୍ଷରୁ ରୋଜି ବର୍ଣ୍ଣସ(୧୫) ଓ ଜ' କ୍ରଲି(୦) ଓ୍ୱେଷ୍ଟଇଣ୍ଡିଜ ବୋଲରଙ୍କ ଶିକାର ହୋଇଥିଲେ। ପରେ ଦଳୀୟ ସ୍କୋରକୁ ଆଗକୁ ବଢାଇ ନେଇଥିଲେ ଜୋଏ ରୁଟ ଓ ଡମ ସିବଲୀ। ମାତ୍ର ଦଳୀୟ ସ୍କୋର ୮୧ ବେଳେ ଜୋଏ ରୁଟ ଓ୍ୱେଷ୍ଟଇଣ୍ଡିଜର ଆଲଜାରୀ ଯୋଶେଫଙ୍କ ଘାତକ ବୋଲିଂର ଶିକାର ହୋଇଥିଲେ। ଦିନର ଶେଷ ସୁଦ୍ଧା ଇଂଲଣ୍ଡ ୨୦୭ ରନରେ ୩ଟି ଓ୍ୱିକେଟ ହରାଇ ଖେଳ ଜାରି ରଖିଛି। 

ତେବେ ଚତୁର୍ଥ ଓ୍ୱିକେଟ ପାଇଁ ବେନ ଷ୍ଟୋକ୍ସ ଓ ଡମ ସିବଲେ ବ୍ୟାଟିଂ ଜାରି ରଖିଛନ୍ତି। ପ୍ରଥମ ଦିନର ଶେଷ ସୁଦ୍ଧା ଉଭୟ ସିବଲେ ଓ ବେନ ଅର୍ଦ୍ଧଶତକୀୟ ଇଂନିସ ବଳରେ ଦଳୀୟ ସ୍କୋରକୁ ୨୦୭ରେ ପହଞ୍ଚାଇଛନ୍ତି। ସିବଲେ ୮୬ ରନ କରି ଖେଳ ଜାରି ରଖିଥିବା ବେଳେ ଷ୍ଟୋକ୍ସ ୫୯ ରନ ଅପରାଜିତ ରହି ଖେଳୁଛନ୍ତି। 

Add Zee News as a Preferred Source

ସେପଟେ ଭ୍ରମଣକାରୀ ଦଳ ଓ୍ୱେଷ୍ଟଇଣ୍ଡିଜ ପକ୍ଷରୁ ରୋଷ୍ଟନ ଚେଜ ୫୩ ରନ ଦେଇ ୨ଟି ଓ୍ୱିକେଟ ଅକ୍ତିଆର କରିଥିଲେ। ଆଲଜାରି ଜୋସେଫ ୧୫ ଓଭର ବୋଲିଂ କରି ୩ଟି ମେଡେନ ଓଭର ସହିତ ଗୋଟିଏ ଓ୍ୱିକେଟ ଅକ୍ତିଆର କରିଛନ୍ତି। ସେହିପରି କେମାର ରୋଚ, ସାନନ ଗାବ୍ରିଏଲ, ଜାସନ ହୋଲଡର ଓ କ୍ରେଗ ବ୍ରେଦଓ୍ୱେଟ ଆକ୍ରମଣାତ୍ମକ ବୋଲିଂ କରିଥିଲେ ମଧ୍ୟ କୌଣସି ଓ୍ୱିକେଟ ହାତେଇ ପାରିନାହାନ୍ତି। 

About the Author