ଡିସେମ୍ବର ୩୧ ପୂର୍ବରୁ ସାରି ନିଅନ୍ତୁ ଏହି ଜରୁରୀ କାମ, ନଚେତ୍ ୭ ଲକ୍ଷ ଟଙ୍କାର ହେବ କ୍ଷତି
ଯଦି PF ଆକାଉଣ୍ଟଧାରୀମାନଙ୍କ ସହିତ କିଛି ଅଘଟଣ ଘଟେ, ତେବେ ପରିବାରର କୌଣସି ସଦସ୍ୟଙ୍କୁ ନୋମିନୀ କରିବା ଦ୍ୱାରା ତାଙ୍କୁ ବୀମା ଓ ପେନସନ୍ ଭଳି ସୁବିଧା ମିଳିବ । ଏହାକୁ ଧ୍ୟାନରେ ରଖି ଇପିଏଫଏ ନୋମିନୀ ଦେବା ଜରୁରୀ କରିଛି ।
ନୂଆଦିଲ୍ଲୀ: EPFO Alert: ନୂଆ ବର୍ଷ ଆରମ୍ଭ ହେବାକୁ ଯାଉଛି । ବିଭିନ୍ନ ସ୍ଥାନରେ ନୂଆ ବର୍ଷ ପାଳନ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଏଭଳି ପରିସ୍ଥିତିରେ ଚାକିରି କରୁଥିବା ଲୋକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଅଛି । ଯଦି ଆପଣଙ୍କର PF କଟା ଯାଉଛି, ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଜରୁରୀ । କାରଣ କର୍ମଚାରୀ ଭବିଷ୍ୟତ ନିଧି ସଂଗଠନ (EPFO) ଏପରି ନିୟମ କରିଛି, ଯଦି ତାହା ପାଳନ ନହୁଏ, ତେବେ ଆକାଉଣ୍ଟଧାରୀମାନଙ୍କୁ କିଛି କ୍ଷତି ସହିବାକୁ ପଡିବ ।
EPFO ସମସ୍ତ ସମସ୍ତ PF ଆକାଉଣ୍ଟଧାରୀଙ୍କ ପାଇଁ ନାମାଙ୍କନପତ୍ର ବା ନମୋନୀ ଦେବା ବାଧ୍ୟତାମୂଳକ କରିଛି । ଏହି କାମ ନ କରିବାରୁ PF ଆକାଉଣ୍ଟଧାରୀଙ୍କୁ ବଡ଼ କ୍ଷତି ସହିବାକୁ ପଡ଼ିପାରେ । EPFO ର ଏହି ପ୍ରୟାସର ଉଦ୍ଦେଶ୍ୟ ହେଉଛି PF ଆକାଉଣ୍ଟଧାରୀଙ୍କ ଆଶ୍ରିତଙ୍କୁ ସୁରକ୍ଷା ଯୋଗାଇବା ।
ଯଦି PF ଆକାଉଣ୍ଟଧାରୀମାନଙ୍କ ସହିତ କିଛି ଅଘଟଣ ଘଟେ, ତେବେ ପରିବାରର କୌଣସି ସଦସ୍ୟଙ୍କୁ ନୋମିନୀ କରିବା ଦ୍ୱାରା ତାଙ୍କୁ ବୀମା ଓ ପେନସନ୍ ଭଳି ସୁବିଧା ମିଳିବ । ଏହାକୁ ଧ୍ୟାନରେ ରଖି ଇପିଏଫଏ ନୋମିନୀ ଦେବା ଜରୁରୀ କରିଛି ।
ଇପିଏଫ୍ଓ ଅନୁଯାୟୀ, ଡିସେମ୍ବର ୩୧, ୨୦୨୧ ପର୍ଯ୍ୟନ୍ତ ସମୟସୀମା ସ୍ଥିର କରାଯାଇଛି । ଇପିଏଫ୍ଓ ମଧ୍ୟ ଏହି ସୁବିଧା ଦେଇଛି ଯେ ଆକାଉଣ୍ଟଧାରୀ ଯେତେଥର ଚାହିଁବେ ନୋମିନୀ ବଦଳାଇ ପାରିବେ ।
୭ ଲକ୍ଷ ଟଙ୍କାର ମିଳିଥାଏ ସୁବିଧା
ଇପିଏଫ୍ (EPFO) ସଦସ୍ୟଙ୍କୁ କର୍ମଚାରୀ ଜମା ଲିଙ୍କ୍ଡ ବୀମା ଯୋଜନା (EDLI Insurance cover) ଅଧୀନରେ ବୀମା କଭରର ସୁବିଧା ମଧ୍ୟ ମିଳିଥାଏ । ଏହି ଯୋଜନାରେ ନୋମିନୀଙ୍କୁ ସର୍ବାଧିକ ୭ ଲକ୍ଷ ଟଙ୍କାର ବୀମା କଭର ପ୍ରଦାନ କରାଯାଇଛି । ଯଦି ସଦସ୍ୟ କୌଣସି ନୋମିନୀ ବିନା ମରିଯାଆନ୍ତି, ତେବେ କ୍ଲେମ୍ ପ୍ରକ୍ରିୟାକରଣରେ ଅସୁବିଧା ହୁଏ । ତେବେ ଆସନ୍ତୁ ଜାଣିବା ଅନଲାଇନରେ କିପରି ନାମାଙ୍କନ ପୂରଣ କରିବେ ।
ଇ-ନୋମିନୀ କରିବାର ପ୍ରକ୍ରିୟା
୧. ସର୍ବପ୍ରଥମେ EPFO ର ଅଫିସିଆଲ୍ ୱେବସାଇଟ୍ ଖୋଲନ୍ତୁ ।
୨. ବର୍ତ୍ତମାନ ଆପଣଙ୍କୁ UAN ଓ ପାସୱାର୍ଡ ସାହାଯ୍ୟରେ ଲଗଇନ୍ କରିବାକୁ ପଡିବ ।
୩. ମ୍ୟାନେଜ୍ ସେକ୍ସନକୁ ଯାଆନ୍ତୁ ଓ ଲିଙ୍କ ଇ-ନୋମିନେସନ ଉପରେ କ୍ଲିକ୍ କରନ୍ତୁ ।
୪. ବର୍ତ୍ତମାନ ନୋମିନୀଙ୍କ ନାମ, ଫଟୋ ଏବଂ ଅନ୍ୟାନ୍ୟ ବିବରଣୀ ଦାଖଲ କରନ୍ତୁ ।
୫. ଏକରୁ ଅଧିକ ନାମିମୀ ଯୋଡିବାକୁ ଏଡ୍ ନ୍ୟୁ ବଟନ୍ ଉପରେ କ୍ଲିକ୍ କରନ୍ତୁ ।
୬. ଆପଣ ସେଭ୍ ଫ୍ୟାମିଲି ଡିଟେଲ୍ସ ଉପରେ କ୍ଲିକ୍ କରିବା ମାତ୍ରେ ପ୍ରକ୍ରିୟା ସମାପ୍ତ ହୋଇଯିବ ।
ମିସ୍ କଲ କରି ବାଲାନ୍ସ ଜାଣନ୍ତୁ
PF ଟଙ୍କା ଯାଞ୍ଚ କରିବାକୁ, ଆପଣ ପଞ୍ଜୀକୃତ ମୋବାଇଲ୍ ନମ୍ବରରୁ ୦୧୧-୨୨୯୦୧୪୦୬ ରେ ଏକ ମିସ୍ କଲ ଦେବାକୁ ପଡିବ । ଏହା ପରେ, ଆପଣ EPFO ର SMS ମାଧ୍ୟମରେ PF ର ବିବରଣୀ ପାଇବେ । ଏଠାରେ ମଧ୍ୟ ଆପଣଙ୍କର UAN, PAN ଓ ଆଧାର ସହ ଲିଙ୍କ୍ ହେବା ଆବଶ୍ୟକ ।
ଏହା ବି ପଢ଼ନ୍ତୁ:-ଟେନସନ୍ ବଢ଼ାଇଲା ଓମିକ୍ରନ, ରାଜଧାନୀରେ କୋରୋନା ଭାଙ୍ଗିଲା ୬ ମାସର ରେକର୍ଡ
ଏହା ବି ପଢ଼ନ୍ତୁ:-କୋହଲିଙ୍କ ଶନିଦଶା! ଟେଷ୍ଟ ପରେ ଟି-୨୦ରୁ ମଧ୍ୟ ଲାଗିଲା ଝଟକା
ଏହା ବି ପଢ଼ନ୍ତୁ:-ଆଉ ୪୮ ଘଣ୍ଟା ଶୀତ ଲହରି, ୧୦ ଡିଗ୍ରୀ ତଳେ ୧୭ ସ୍ଥାନର ପାରଦ
ଫର୍ଜି ବା ଫେକ୍ କଲରୁ ରୁହନ୍ତୁ ସାବଧାନ
EPFO ନିଜର ଖାତାଧାରୀମାନଙ୍କୁ କୌଣସି ଫେକ୍ କଲକୁ ନେଇ ସତର୍କ ରହିବାକୁ ପରାମର୍ଶ ଦେଇଛି । EPFO ନିଜର କୋଟି କୋଟି PF ଆକାଉଣ୍ଟଧାରୀଙ୍କୁ ବ୍ୟକ୍ତିଗତ ସୂଚନା ଓ ଯେକୌଣସି ପ୍ରକାରର ଆପ୍ ଡାଉନଲୋଡ୍ କୁ ନେଇ ଆଲର୍ଟ କରିଛି । ଟ୍ୱିଟରରେ ଏକ ଆଲର୍ଟ ଜାରି କରିବାବେଳେ ଇପିଏଫ୍ଓ କହିଛି, "ଇପିଏଫ୍ କେବେ ମଧ୍ୟ ଫୋନ୍ କଲରେ ନିଜ ଆକାଉଣ୍ଟଧାରୀଙ୍କ ଠାରୁ ୟୁଏନ୍ ନମ୍ବର, ଆଧାର ନମ୍ବର, ପାନ୍ ନମ୍ବର କିମ୍ବା ବ୍ୟାଙ୍କ ବିବରଣୀ ମାଗେ ନାହିଁ କିମ୍ବା EPFO ଏହାର ଆକାଉଣ୍ଟଧାରୀଙ୍କୁ କୌଣସି ଫୋନ୍ କଲ୍ କରେ ନାହିଁ ।"