• ଦେଶରେ ଗତ ୨୪ ଘଣ୍ଟାରେ ୩ ଲକ୍ଷ ୪୩ ହଜାର ୧୪୪ ନୂଆ କୋରୋନା ପଜିଟିଭ, ୪ ହଜାର ମୃତ
  • ରାଜ୍ୟରେ ଆଜି ୨୨ ଜଣଙ୍କ ମୁଣ୍ଡ ନେଲା କିଲର ଭାଇରସ କୋରୋନା
  • ରାଜ୍ୟରେ ଆଜି ପୁଣି ୧୨ ହଜାର ଟପିଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା
  • ବିଷମକଟକ : ପିଆଜ ବୋଝେଇ ମିନିଟ୍ରକରୁ ୩୭୫ କେଜି ଗଞ୍ଜେଇ ଜବତ
  • କାଳିଆ ଯୋଜନାରେ ଆଜି ଅପରାହ୍‌ଣ ୫ଟାରେ ଚାଷୀଙ୍କୁ ପ୍ରାୟ ୯୦୦ କୋଟି ଟଙ୍କା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ
  • ଆଜି ଦେଶର ବିଭିନ୍ନ ରାଜ୍ୟରେ ପାଳନ ହେଉଛି ପବିତ୍ର ଇଦ୍‌ ପର୍ବ
  • କଟକଣା ପାଇଁ ସାଧାରଣ ଶ୍ରଦ୍ଧାଳୁଙ୍କୁ ମସ୍‌ଜିଦକୁ ପ୍ରବେଶ ବାରଣ
  • କରୋନା ଟିକା ନେଇ ସାରିଥିବା ଲୋକଙ୍କ ପାଇଁ ମାସ୍କ କି ସାମାଜିକ ଦୂରତା ଜରୁରୀ ନୁହେଁ : ଆମେରିକା
  • କରୋନା ମୁକାବିଲା: ୧୭ ତାରିଖ ସନ୍ଧ୍ୟା ୫.୩୦ରେ ସର୍ବଦଳୀୟ ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ
  • କୋରୋନା ସମ୍ମୁଖ ଯୋଦ୍ଧା ତାଲିକାରେ ବନବିଭାଗ, ବ୍ୟାଙ୍କ, ବୀମା, ରେଳବାଇ, ଅକ୍ସିଜେନ ପ୍ଲାଂଟ କର୍ମଚାରୀ ଓ ପଶୁ ଡାକ୍ତର ସାମିଲ

ଚାକିରି ଛାଡିବା ପରେ ନିଜେ କରନ୍ତୁ ଏହି କାମ, ନଚେତ୍ ଅଟକି ଯିବ ଆପଣଙ୍କ PF ଟଙ୍କା

ଏହି ସମସ୍ୟାର ସମାଧାନ ପାଇଁ କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ (EPFO) ଏହାର ଗ୍ରାହକମାନଙ୍କୁ ବହୁତ ସୁବିଧା ଦେଇଛି । ବର୍ତ୍ତମାନ କର୍ମଚାରୀମାନେ ଚାକିରି ଛାଡ଼ିବାର ତାରିଖ ନିଜେ EPFO ​​ସିଷ୍ଟମରେ ରେକର୍ଡ କରିପାରିବେ । 

ଚାକିରି ଛାଡିବା ପରେ ନିଜେ କରନ୍ତୁ ଏହି କାମ, ନଚେତ୍ ଅଟକି ଯିବ ଆପଣଙ୍କ PF ଟଙ୍କା

ନୂଆଦିଲ୍ଲୀ: ଯଦି ଆପଣ ଏକ ଘରୋଇ କମ୍ପାନୀରେ କାମ କରୁଛନ୍ତି ତେବେ ଆପଣଙ୍କ ବେତନର ଏକ ଅଂଶ ପ୍ରୋଭିଡେଣ୍ଟ ଫଣ୍ଡ (PF) ଭାବରେ କଟାଯାଇଥାଏ । ଏହି ଟଙ୍କା କର୍ମଚାରୀଙ୍କ PF ଆକାଉଣ୍ଟରେ ଜମା ହୋଇଥାଏ । ପ୍ରୋଭିଡେଣ୍ଟ୍ ଫଣ୍ଡର ଟଙ୍କା ଚାକିରି ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଏଥିରେ ଜମା ହୋଇଥିବା ଟଙ୍କା ଅବସର ପରେ ମିଳିଥାଏ । ଚାକିରି ବଦଳାଇବା ଉପରେ PF ଆକାଉଣ୍ଟ୍ ଟ୍ରାନ୍ସଫର କରାଯାଇଥାଏ । କିନ୍ତୁ ପିଏଫର ଟଙ୍କା ସେପର୍ଯ୍ୟନ୍ ଟ୍ରାନ୍ସଫର କିମ୍ୱା ବାହାର କରାଯାଇ ହେବ ନାହିଁ, ଯେପର୍ଯ୍ୟନ୍ତ ଆକାଉଣ୍ଟରେ ଡେଟ୍ ଅଫ୍ ଏକ୍ଜିଟ (Date of Exit) ଅପଡେଟ୍ ହୋଇ ନଥାଏ । ଯଦି ଆପଣ ଚାକିରି ବଦଳାଇବା ପରେ EPFO ​​ସିଷ୍ଟମରେ ଡେଟ୍ ଅଫ୍ ଏକ୍ଜିଟ୍ (Date of Exit) ରେକର୍ଡ ହୋଇ ନାହିଁ ତ ଆପଣଙ୍କ PF ଟଙ୍କା ଅଟକି ଯାଇପାରେ । ଆସନ୍ତୁ ଜାଣିବା ଏହା ବିଷୟରେ...

ଅଧିକ ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀଙ୍କ ବେତନରେ ହେବ ବମ୍ପର ବୃଦ୍ଧି, ୧୧ ପ୍ରତିଶତରୁ ଅଧିକ ମିଳିବ ମହଙ୍ଗା ଭତ୍ତା!

ଏହି ସମସ୍ୟାର ସମାଧାନ ପାଇଁ କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ (EPFO) ଏହାର ଗ୍ରାହକମାନଙ୍କୁ ବହୁତ ସୁବିଧା ଦେଇଛି । ବର୍ତ୍ତମାନ କର୍ମଚାରୀମାନେ ଚାକିରି ଛାଡ଼ିବାର ତାରିଖ ନିଜେ EPFO ​​ସିଷ୍ଟମରେ ରେକର୍ଡ କରିପାରିବେ । ଏହାପୂର୍ବରୁ କର୍ମଚାରୀଙ୍କୁ ଏଥିପାଇଁ କମ୍ପାନୀ ଉପରେ ନିର୍ଭର କରିବାକୁ ପଡୁଥିଲା । କେବଳ କମ୍ପାନୀ ପାଖରେ ହିଁ କର୍ମଚାରୀଙ୍କ କମ୍ପାନୀରେ ଯୋଗଦେବା ଓ ଛାଡ଼ିବାର ତାରିଖ ରେକର୍ଡ କରିବାର ଅଧିକାର ଥିଲା । କିନ୍ତୁ ବର୍ତ୍ତମାନ କର୍ମଚାରୀଙ୍କୁ EPFO ​​ସିଷ୍ଟମରେ ଡେଟ୍ ଅଫ୍ ଏକ୍ଜିଟ ଦାଖଲ କରିବାର ଅଧିକାର ମିଳିଯାଇଛି ।

ଯଦି ଆପଣ ମଧ୍ୟ ଆପଣଙ୍କର PF ଆକାଉଣ୍ଟରେ ଡେଥ୍ ଅଫ୍ ଏକ୍ଜିଟ୍ (Date of Exit) ରେକର୍ଡ କରିବାକୁ ଚାହୁଁଛନ୍ତି, ତେବେ ଏହାର ପ୍ରକ୍ରିୟା ବହୁତ ସହଜ । ଏଠାରେ କହି ରଖୁଛୁ ଯେ ଯଦି ଆପଣ ବର୍ତ୍ତମାନ ଚାକିରି ଛାଡିଛନ୍ତି, ତେବେ ଡେଟ୍ ଅଫ୍ ଏକ୍ଜିଟ୍ ଦାଖଲ କରିବାକୁ ଆପଣଙ୍କୁ ୨ ମାସ ଅପେକ୍ଷା କରିବାକୁ ପଡିବ ।

ଅଧିକ ପଢ଼ନ୍ତୁ:-କୋରୋନା ଭୂତାଣୁକୁ ନେଇ ଆଉ ଏକ କଡ଼ା ଚେତାବନୀ ଜାରି କଲା WHO

ଏହା ହେଉଛି ସମ୍ପୂର୍ଣ୍ଣ ପ୍ରକ୍ରିୟା

>> ପ୍ରଥମେ https://unifiedportal-mem.epfindia.gov.in/memberinterface/ କୁ ଯାଆନ୍ତୁ ।

>> UAN, ପାସୱାର୍ଡ ଏବଂ କ୍ୟାପଚା କୋଡ୍ ପ୍ରବେଶ କରି ଲଗ୍ ଇନ୍ କରନ୍ତୁ  ।

>> Manage କୁ ଯାଆନ୍ତୁ ଓ  Mark Exit ଉପରେ କ୍ଲିକ୍ କରନ୍ତୁ ।

>> ଡ୍ରପ୍ ଡାଉନ୍ ଅନ୍ତର୍ଗତ Select Employment ରୁ PF Account Number ଚୟନ କରନ୍ତୁ ।

>> Date of Exit ଓ Reason of Exit ଦାଖଲ କରନ୍ତୁ ।

>> Request OTP ଉପରେ କ୍ଲିକ୍ କରନ୍ତୁ ଏବଂ ଆଧାର ସହିତ ସଂଯୁକ୍ତ ମୋବାଇଲ୍ ନମ୍ବରରେ ପ୍ରାପ୍ତ OTP ଦାଖଲ କରନ୍ତୁ ।

ଅଧିକ ପଢ଼ନ୍ତୁ:-ଏହି ୪ଟି କାରଣରୁ ଭାରତରେ ତିନି ଗୁଣ ବଢ଼ିଛି କୋରୋନା ସଂକ୍ରମଣ, ସୁସ୍ଥ ହୋଇଥିବା ଲୋକଙ୍କୁ ପୁଣିଥରେ ସଂକ୍ରମିତ ହେବାର ଭୟ

>> ଚେକ୍-ବକ୍ସକୁ ଚୟନ କରନ୍ତୁ ।

>> Update ଉପରେ କ୍ଲିକ୍ କରନ୍ତୁ ।

>> OK ଉପରେ କ୍ଲିକ୍ କରନ୍ତୁ ।

EPFO ଅନୁଯାୟୀ, ଯଦି ଆପଣଙ୍କର Date of Exit ଅପଡେଟ୍ ହୋଇନଥାଏ, ତେବେ ଆପଣ ଆପଣଙ୍କର PF ଆକାଉଣ୍ଟରୁ ଟଙ୍କା ଉଠାଇ ପାରିବେ ନାହିଁ କିମ୍ବା ଏକ ନୂତନ କମ୍ପାନୀକୁ ଆକାଉଣ୍ଟ୍ ସ୍ଥାନାନ୍ତର କରିପାରିବେ ନାହିଁ ।