ମହଙ୍ଗା ମାଡରୁ ଆଶ୍ୱସ୍ତି! ଆସିଲା ପେଟ୍ରୋଲର ବିକଳ୍ପ, ୧୦୦ ନୁହଁ ୬୦ ଟଙ୍କାରେ ମିଳିବ ତେଲ
Advertisement

ମହଙ୍ଗା ମାଡରୁ ଆଶ୍ୱସ୍ତି! ଆସିଲା ପେଟ୍ରୋଲର ବିକଳ୍ପ, ୧୦୦ ନୁହଁ ୬୦ ଟଙ୍କାରେ ମିଳିବ ତେଲ

ପେଟ୍ରୋଲ (Petrol)ର ବିକଳ୍ପ ଇନ୍ଧନ ହେଉଛି ଇଥାନଲ। ସରକାର ଆସନ୍ତା ୮ରୁ ୧୦ ଦିନ ମଧ୍ୟରେ flex-fuel engines ଉପରେ ଏକ ବଡ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଅଟୋମୋବାଇଲ ଶିଳ୍ପ ପାଇଁ ଏହିପରି ଇଞ୍ଜିନଗୁଡିକ ବାଧ୍ୟତାମୂଳକ କରାଯିବ।

ଡିଜାଇନ ଫଟୋ

ନୂଆଦିଲ୍ଲୀ: ତୈଳ ଦର ବୃଦ୍ଧି ଉପରେ ସରକାରଙ୍କର କୌଣସି ନିୟନ୍ତ୍ରଣ ନାହିଁ। ଉଭୟ ପେଟ୍ରୋଲ ଏବଂ ଡିଜେଲ ବିଶ୍ୱ ବଜାର ଦ୍ୱାରା ନିୟନ୍ତ୍ରିତ ହେଉଛି। ତେଣୁ ସରକାର ସେମାନଙ୍କ ମୂଲ୍ୟ ହ୍ରାସ କରିପାରିବେ ନାହିଁ। କିନ୍ତୁ ସରକାର ନିଶ୍ଚିତ ଭାବରେ ଗୋଟିଏ କାମ କରିପାରିବେ, ଆଉ ତାହା ହେଉଛି- ପେଟ୍ରୋଲର ବିକଳ୍ପ ବ୍ୟବସ୍ଥା। ଦେଶରେ ଏପରି ଇନ୍ଧନ ବ୍ୟବହାର କରିବା  ଉଚିତ ଯାହା ବହୁତ ଶସ୍ତା।

ପେଟ୍ରୋଲ (Petrol)ର ବିକଳ୍ପ ଇନ୍ଧନ ହେଉଛି ଇଥାନଲ। ସରକାର ଆସନ୍ତା ୮ରୁ ୧୦ ଦିନ ମଧ୍ୟରେ flex-fuel engines ଉପରେ ଏକ ବଡ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଅଟୋମୋବାଇଲ ଶିଳ୍ପ ପାଇଁ ଏହିପରି ଇଞ୍ଜିନଗୁଡିକ ବାଧ୍ୟତାମୂଳକ କରାଯିବ। flex-fuelର ଅର୍ଥ ହେଉଛି ଫ୍ଲେକ୍ସିବଲ୍ ଇନ୍ଧନ, ଅର୍ଥାତ୍ ଏକ ଇନ୍ଧନ ଯାହା ପେଟ୍ରୋଲର ସ୍ଥାନ ନେଇପାରେ ଏବଂ ତାହା ହେଉଛି ଇଥାନଲ୍। ଏହି ବିକଳ୍ପ ଇନ୍ଧନର ମୂଲ୍ୟ ଲିଟର ପିଛା ୬୦ରୁ ୬୨ ଟଙ୍କା ହେବ। ଇଥାନଲ ବ୍ୟବହାର କରି ଦେଶବାସୀ ଲିଟର ପିଛା ୩୦ରୁ ୩୫ ଟଙ୍କା ସଞ୍ଚୟ କରିପାରିବେ।

Also Read: International Yoga Day 2021: ପ୍ରଧାନମନ୍ତ୍ରୀ ମୋଦି କହିଲେ ଏହି ବଡ଼ କଥା

ସଡକ ଓ ପରିବହନ ମନ୍ତ୍ରୀ ନିତିନ ଗଡକରୀ (Nitin Gadkari) କହିଛନ୍ତି, 'ମୁଁ ଶିଳ୍ପକୁ ଏକ ନିର୍ଦ୍ଦେଶ ଦେବାକୁ ଯାଉଛି ଯେ, କେବଳ ପେଟ୍ରୋଲ ଇଞ୍ଜିନ ରହିବ ନାହିଁ।  flex-fuel engines ମଧ୍ୟ ରହିବ। ଲୋକଙ୍କ ପାଖରେ ୧୦୦% ଅଶୋଧିତ ତୈଳ କିଣିବା ପାଇଁ ବିକଳ୍ପ ମିଳିବ। ମୁଁ ଆସନ୍ତା ୮ରୁ ୧୦ ଦିନ ମଧ୍ୟରେ ନିଷ୍ପତ୍ତି ନେବାକୁ ଯାଉଛି। ଆମେ ଅଟୋମୋବାଇଲ ଶିଳ୍ପ ପାଇଁ flex-fuel enginesକୁ ବାଧ୍ୟତାମୂଳକ କରିବାକୁ ଯାଉଛୁ।'

ନିତିନ ଗାଡକରୀ କହିଛନ୍ତି ଯେ, ବ୍ରାଜିଲ, କାନାଡା ଏବଂ ଆମେରିକାର ଅଟୋମୋବାଇଲ କମ୍ପାନୀଗୁଡ଼ିକ flex-fuel engines  ଉତ୍ପାଦନ କରୁଛନ୍ତି। ଏହି ଦେଶଗୁଡିକରେ ଗ୍ରାହକମାନଙ୍କୁ ୧୦୦% ପେଟ୍ରୋଲ କିମ୍ବା ୧୦% ବାୟୋ ଇଥାନଲର ବିକଳ୍ପ ଯୋଗାଇ ଦିଆଯାଉଛି। ବର୍ତ୍ତମାନ ଗୋଟିଏ ଲିଟର ପେଟ୍ରୋଲରେ ୮.୫% ଇଥାନଲ ମିଶ୍ରିତ ହେଉଛି, ଯାହା ୨୦୧୪ରେ ୧ରୁ ୧.୫% ଥିଲା। ଇଥାନଲ କ୍ରୟ ମଧ୍ୟ ୩୮ କୋଟି ଲିଟରରୁ ୩୨୦ କୋଟି ଲିଟରକୁ ବୃଦ୍ଧି ପାଇଛି।

Also Read: Swiss bankରେ ବଢୁଛି କି ଭାରତୀୟଙ୍କ କଳାଧନ? କେନ୍ଦ୍ର ଦେଲା ଏପରି ଉତ୍ତର

ପେଟ୍ରୋଲ ଅପେକ୍ଷା ଇଥାନଲ (ethanol) ବହୁତ ଭଲ ଇନ୍ଧନ ଏବଂ ଏହା କମ୍ ମୂଲ୍ୟ, ପ୍ରଦୂଷଣମୁକ୍ତ ଏବଂ ସ୍ୱଦେଶୀ ଅଟେ। ଭାରତୀୟ ଅର୍ଥବ୍ୟବସ୍ଥାକୁ ବୃଦ୍ଧି କରିବା ପାଇଁ ଏହା ଏକ ପଦକ୍ଷେପ, କାରଣ ଆମ ଦେଶରେ ମକା, ଚିନି ଏବଂ ଗହମ ଅଧିକ ଉତ୍ପାଦନ ହେଉଛି। ସେଗୁଡିକୁ ସରଂକ୍ଷିତ କରି ରଖିବା ପାଇଁ ସ୍ଥାନ ନାହିଁ। ସରକାର ମଧ୍ୟ ଆନ୍ତର୍ଜାତୀୟ ବଜାର ଅପେକ୍ଷା ଖାଦ୍ୟ ଶସ୍ୟରେ ଅଧିକ MSP ଦେଉଛନ୍ତି। ତେଣୁ ଖାଦ୍ୟ ଶସ୍ୟ ଏବଂ ଆଖୁ ବ୍ୟବହାର କରି ଇଥାନଲ ରସ ପ୍ରସ୍ତୁତ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ପରିବହନ ମନ୍ତ୍ରୀ କହିଛନ୍ତି।

ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi) କହିଛନ୍ତି ଯେ, ପ୍ରଦୂଷଣକୁ ହ୍ରାସ କରିବା ଏବଂ ଆମଦାନୀ ଉପରେ ନିର୍ଭରଶୀଳତା କରମାଇବା ପାଇଁ ସରକାର ପ୍ରୟାସ କରୁଛନ୍ତି। ୨୦୨୨ ସୁଦ୍ଧା ପେଟ୍ରୋଲରେ ୧୦ ପ୍ରତିଶତ ଇଥାନଲ ମିଶ୍ରଣ ଏବଂ ୨୦୩୦ ସୁଦ୍ଧା ୨୦ ପ୍ରତିଶତ ଡୋପିଂ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।