)
ନୂଆଦିଲ୍ଲୀ: କୋରୋନା ସଙ୍କଟ ମଧ୍ୟରେ ଏଥର ସମସ୍ତ ଗୁରୁତ୍ୱପୂର୍ଣ୍ଣ ସମ୍ମିଳନୀ ଭର୍ଚୁଆଲ୍ ଭାବେ ହେବାରେ ଲାଗିଛି । ୟୁରୋପୀୟ ସଂଘ(EU) ଓ ଭାରତ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଂଶଗ୍ରହଣ କରିବେ । ଏହି ସମ୍ମିଳନୀ ଜୁଲାଇ ୧୫ରେ ଅନୁଷ୍ଠିତ ହେବ । ଯେଉଁଥିରେ କୋରୋନା ସଙ୍କଟ ସହିତ ଦୁନିଆର ଅନେକ ପ୍ରସଙ୍ଗରେ ମନ୍ଥନ ହେବ ।
ସୂଚନା ଅନୁଯାୟୀ, ଏହା ହେଉଛି ଭାରତ-ଇୟୁ ମଧ୍ୟରେ ପଞ୍ଚଦଶ ସମ୍ମିଳନୀ । ଯେଉଁଥିରେ ଇୟୁ ତରଫରୁ ସଂଘୀୟ ପ୍ରମୁଖ ଚାର୍ଲ୍ସ ମିଚେଲ, ଇୟୁର କମିଶନ ମୁଖ୍ୟ ଉର୍ସୁଲା ସାମିଲ ହେବେ । ଭାରତର ପ୍ରତିନିଧିତ୍ୱ ସ୍ୱୟଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିବେ ।
ଏହି ସମ୍ମିଳନୀରେ ମୁଖ୍ୟତଃ କୋରୋନା ସଙ୍କଟକୁ ନେଇ ଚର୍ଚ୍ଚା ହେବ । ବିଭିନ୍ନ ଦେଶ କିପରି ଏହି ମହାମାରୀ ବିରୋଧରେ ଲଢ଼ି ପାରିବେ ସେ ବିଷୟରେ ଆଲୋଚନା ହେବ । ଆହୁରି ମଧ୍ୟ କୋରୋନା ସଙ୍କଟ ପରେ ପରିବର୍ତ୍ତିତ ବିଶ୍ୱସ୍ତରୀୟ ଆଦେଶ ଉପରେ ମଧ୍ୟ ଆଲୋଚନା ହେବ । ମିଳିତ ଜାତିସଂଘ ଓ ବିଶ୍ୱ ବାଣିଜ୍ୟ ସଂଗଠନରେ ହୋଇଥିବା ପରିବର୍ତ୍ତନ ଉପରେ ଆଲୋଚନା ହେବ ।
ଉଲ୍ଲେଖନୀୟ କଥା ହେଉଛି ବ୍ରିଟେନ୍ ବର୍ତ୍ତମାନ ୟୁରୋପୀୟ ସଂଘଠାରୁ ଅଲଗା ହୋଇଯାଇଛି । ଏଭଳି ପରିସ୍ଥିତିରେ ଏହି ସମ୍ମିଳନୀ ସ୍ୱତନ୍ତ୍ର ହେବ । ଯେଉଁଥିରେ ରୋଡମ୍ୟାପ ଚିହ୍ନଟ ହେବ । ୟୁରୋପର ଅନେକ ଦେଶରେ କୋରୋନା ସଙ୍କଟ ଯୋଗୁଁ ଅନେକ ଧ୍ୱଂସ ଘଟିଥିଲା । କିନ୍ତୁ ବର୍ତ୍ତମାନ ପରିସ୍ଥିତି ଠିକ୍ ହେବାକୁ ଲାଗିଲାଣି ।
ଫ୍ରାନ୍ସ, ଜର୍ମାନୀ, ଇଟାଲୀ ସମେତ ଅନେକ ଦେଶ କୋରୋନା ସଙ୍କଟର ସମ୍ମୁଖୀନ ହେଉଛନ୍ତି । ସୂଚନାଯୋଗ୍ୟ, ଆଜି ବ୍ରିଟେନରେ ଆରମ୍ଭ ହୋଇଥିବା ଇଣ୍ଡିଆ ଗ୍ଲୋବାଲ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ ଦେଇଛନ୍ତି । ଯେଉଁଥିରେ ଭାରତରେ ପୁଞ୍ଜି ନିବେଶ ପ୍ରସଙ୍ଗରେ ମନ୍ଥନ ହେବ ।