)
Imran Khan: ପାକିସ୍ତାନ୍ ର ପୂର୍ବତନ ପ୍ରଧାନମନ୍ତ୍ରୀ ଜେଲ୍ ରେ ମୃତ୍ୟୁ ହୋଇଥିବା ନେଇ ସନ୍ଦେହ କରାଯାଉଛି। ଏହି ଖବର ପ୍ରସାରିତ ହେବା ପରେ ତାଙ୍କ ତିନି ଭଉଣୀ ଦାବି କରିଛନ୍ତି ଯେ, ଜେଲରେ ଥିବା ଇମ୍ରାନ୍ ଙ୍କ ସାକ୍ଷାତ ଦାବି କରିବାରୁ ପୋଲିସ୍ ସେମାନଙ୍କୁ ନିଷ୍ଠୁର ଭାବେ ଆକ୍ରମଣ କରିଥିଲା। ଇମ୍ରାନ୍ ଙ୍କ ଭଉଣୀ ନୋରିନ୍ ଖାନ୍, ଅଲିମା ଖାନ୍ ଓ ଉଜମା ଖାନ୍ ଚଳିତ ସପ୍ତାହରେ ରାଓ୍ବଲପିଣ୍ତିର ଆଡିଆଲା ଜେଲ୍ ବାହାରେ ଏକାଠି ହୋଇଥିବା ବେଳେ ପାକିସ୍ତାନ୍ ତେହେରିକ୍- ଏ-ଇନସାଫ୍(ପିଟିଆଇ) ସମର୍ଥକମାନଙ୍କ ସହିତ ପୋଲିସ୍ ସେମାନଙ୍କପ ଆକ୍ରମଣ କରିଥିଲା ବୋଲି ଅଭିଯୋଗ କରିଛନ୍ତି।
ସେମାନେ ଦାବି କରିଛନ୍ତି ଯେ, କର୍ତ୍ତୃପକ୍ଷ ସେମାନଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ଅନୁମତି ଦିଅନ୍ତୁ। ଇମ୍ରାନ୍ ଖାନ୍ ୨୦୨୩ ମସିହା, ଅଗଷ୍ଟରୁ ବନ୍ଧୀ ଅଛନ୍ତି। ତାଙ୍କ ବିରୋଧରେ ଦୁର୍ନୀତି ଓ ଅନ୍ୟାନ୍ୟ ଗୁରୁତର ଅଭିଯୋଗ ବିଚାରଧିନ ରହିଛି।ତାଙ୍କ ସହ ୩ ସପ୍ତାହରୁ ଅଧିକ ସମୟ ଧରି ଭଉଣୀମାନଙ୍କୁ ଦେଖାକରିବାକୁ ଦେବାକୁ ଅନୁମତି ଦିଆଯାଇ ନାହିଁ। ସିନ୍ଧୁ ପ୍ରଦେଶର ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କ ସହ ଦେଖା କରିବାକୁ ଚେଷ୍ଟା କରିବାରେ ବିଫଳ ହୋଇଛନ୍ତି। ଏ ସମ୍ପର୍କରେ କିନ୍ତୁ ଜେଲ୍ କର୍ତ୍ତୃପକ୍ଷ କୌଣସି ସ୍ପଷ୍ଟିକରଣ ଦେଇ ନାହାଁନ୍ତି। ତାଙ୍କର ଜଣେ ଭଉଣୀ ଅଭିଯୋଗ କରିଛନ୍ତି ଯେ, ପୋଲିସ୍ ମୋର ଚୁଟି ଧରି ଘୋଷାଡି ତଳେ କଚାଡି ଦେଇଛନ୍ତି।