Advertisement
Article Detail0/zeeodisha/odisha773121
Zee OdishaOdisha National-Internationalକୋଇଲା ଦୁର୍ନୀତି ମାମଲା: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ୩ ବର୍ଷ ଜେଲ୍

କୋଇଲା ଦୁର୍ନୀତି ମାମଲା: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ୩ ବର୍ଷ ଜେଲ୍

୧୯୯୯ କୋଇଲା ବ୍ଲକ ଆବଣ୍ଟନ ଦୁର୍ନୀତି ମାମଲାରେ ସ୍ୱତନ୍ତ୍ର ସିବିବଆଇ କୋର୍ଟଙ୍କ ରାୟ ପ୍ରକାଶ ପାଇଛି। ଏଥିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ଓ ଅନ୍ୟ ୨ ଜଣଙ୍କୁ ୩ ବର୍ଷ ଲେଖାଏଁ କାରାଦଣ୍ଡାଦେଶ ଦିଆଯାଇଛି। ସେପଟେ ସଦ୍ୟ ସୂଚନା ମୁତାବକ ଦିଲ୍ଲୀପ ରାୟଙ୍କୁ ଜାମିନ ମିଳିଥିବା ଜଣାପଡ଼ିଛି।

ଡିଜାଇନ ଫଟୋ
ଡିଜାଇନ ଫଟୋ

ନୂଆଦିଲ୍ଲୀ: ଶେଷ ଆସିଛି ୧୯୯୯ର ବହୁ ଚର୍ଚ୍ଚିତ କୋଲ୍‌ସ୍କାମ ମାମଲାର ଫଇସଲା। ପ୍ରଥମ ଥର ରାୟ ସଂରକ୍ଷିତ  ରହିଥିବା ବେଳେ ଆଜି ଏହାର ରାୟ ପ୍ରକାଶ ପାଇଛି। ସ୍ୱତନ୍ତ୍ର ସିବିଆଇ କୋର୍ଟ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ସେହିପରି ୧୦ ଲକ୍ଷ ଟଙ୍କାର ଜୋରିମାନା ବି ଲଗାଯାଇଛି। ଏହି ମାମଲାରେ ଅନ୍ୟ ୨ ଜଣଙ୍କୁ ବି କୋର୍ଟ ୩ ବର୍ଷ ଲେଖାଏ କାରାଦଣ୍ଡାଦେଶ ଶୁଣାଇଛନ୍ତି।

ବାଜପେୟୀଙ୍କ ସରକାରରେ ମନ୍ତ୍ରୀ ଥିବା ଦିଲ୍ଲୀପ ରାୟ କାଷ୍ଟ୍ରନ ମାଇନିଂ କମ୍ପାନୀକୁ ଝାଡ଼ଖଣ୍ଡର ବ୍ରହ୍ମଡିହ କୋଇଲା ବ୍ଲକ ଆବଣ୍ଟନ କରିଥିଲେ। ଏଥିରେ ଦୁର୍ନୀତି ହୋଇଥିବା ଅଭିଯୋଗ ହେବାରୁ ୨୦୧୭ ମସିହାରେ ସିବିଆଇ ମାମଲାର ତଦନ୍ତ କରିଥିଲା। ପ୍ରଥମେ ଦିଲ୍ଲୀପ ରାୟ ଓ ପରେ ଅନ୍ୟ ତିନି ଜଣ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

କୋଇଲା ଦୁର୍ନୀତି ମାମଲାରେ ଦିଲ୍ଲୀପଙ୍କ ବ୍ୟତୀତ ତତ୍କାଳୀନ କୋଇଲା ମନ୍ତ୍ରଣାଳୟର ଅତିରିକ୍ତ ସଚିବ ପ୍ରଦୀପ ବାନାର୍ଜୀ, ତତ୍କାଳୀନ ଉପଦେଷ୍ଟା ନିତ୍ୟାନନ୍ଦ ଗୌତମ, କାଷ୍ଟର୍ଣ୍ଣ ମାଇନିଂ କମ୍ପାନୀର ନିର୍ଦ୍ଦେଶକ ମହେନ୍ଦ୍ର ଅଗ୍ରଓ୍ୱାଲଙ୍କ ନାଁ ସାମଲ ଅଛି। ଅକ୍ଟୋବର ୬ ତାରିଖରେ ଦିଲ୍ଲୀପଙ୍କ ସମେତ ମୋଟ ୪ ଜଣଙ୍କୁ ସ୍ୱତନ୍ତ୍ର କୋର୍ଟର ବିଚାରପତି ଭାରତ ପରାଶର ଦୋଷୀ ସାବ୍ୟସ୍ତ କରିଥିଲେ। ୧୪ ତାରିଖରେ ସେମାନଙ୍କୁ ଦଣ୍ଡ ବିଧାନ କରାଯିବାର ଥିଲା। କିନ୍ତୁ ପ୍ରତିପକ୍ଷ ଓକିଲଙ୍କ ଯୁକ୍ତିକୁ ଦେଖି ସେତେବେଳେ କୋର୍ଟ ପୂର୍ବ ରାୟକୁ ସଂରକ୍ଷିତ ରଖିଥିଲେ। 

Add Zee News as a Preferred Source

ତେବେ ଆଜି ଏହାର ଦଣ୍ଡାଦେଶ ଆସିଛି। ପୂର୍ବତନ କୋଇଲା ମନ୍ତ୍ରୀ ତଥା ବିଜେଡିର ପୂର୍ବତନ ସାଂସଦ ଦିଲ୍ଲୀପ ରାୟ ସମେତ ୩ ଜଣଙ୍କୁ ୩ ବର୍ଷ ଲେଖାଏଁ କାରାଦଣ୍ଡାଦେଶ ଦିଆଯାଇଛି। ସେହିପରି କାଷ୍ଟ୍ରନ ମାଇନିଂ ଲିମିଟେଡ(ସିଏମଏଲ)କୁ ୧୦ ଓ କାଷ୍ଟନ ଟେକ୍ନୋଲୋଜୀ ଲିମିଟେଡ(ସିଟିଏଲ)କୁ ୬୦ ଲକ୍ଷ ଟଙ୍କା ଜୋରିମାନା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। 

ସେପଟେ ଦୋଷୀଙ୍କ ଜାମିନ ଆବେଦନ ନେଇ କୌଣସି ସୂଚନା ମିଳିନାହିଁ। କିନ୍ତୁ ସେମାନେ ଜାମିନ ପାଇଁ ଆବେଦନ ବା ସିବିଆଇ କୋର୍ଟର ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିପାରନ୍ତି। ସେମାନଙ୍କ ବିରୋଧରେ ଆଇପିସିର ଧାରା ୪୨୦(ଠକାମି), ୧୨୦(ବି) ଓ  ୪୦୯ ସହ ଦୁର୍ନୀତି ନିବାରଣ ଆଇନର ଅନେକ ଦଫା ଲାଗିଛି। ତେବେ ଧାରା ଗୁଡିକ ସେତେଟା ଶକ୍ତ ନଥିବାରୁ ସେମାନଙ୍କୁ ଶିଘ୍ର ଜାମିନ ମିଳିବାର ସମ୍ଭାବନା ରହିଛି। ତଥାପି ଆଇନଗତ ପ୍ରକ୍ରିୟାରେ କିଛି ବିଳମ୍ବ ହୋଇପାରେ ବୋଲି ଅନୁମାନ କରାଯାଉଛି। 

About the Author