Advertisement
Article Detail0/zeeodisha/odisha684075

ଲକଡାଉନରୁ ବାଦ ପଡ଼ିଲା ପରୀକ୍ଷା

କୋରୋନା ପାଇଁ ଗତ ମାର୍ଚ୍ଚ ୨୪ ତାରିଖ ପରଠାରୁ ଦେଶ ସମ୍ପୂର୍ଣ୍ଣ  ଭାବେ ଲକଡାଉନରେ ରହିଛି। ଫଳରେ ଏହି ସମୟ ମଧ୍ୟରେ ଶିକ୍ଷାନୁଷ୍ଠାନ ଗୁଡ଼ିକ ମଧ୍ୟ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି। ତେବେ କିଛି ଶ୍ରେଣୀର ପରୀକ୍ଷାକୁ ବାତିଲ କରାଯାଇଥିବା ବେଳେ ଆଉ କିଛି ଶ୍ରେଣୀର ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା। ତେବେ ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକଡାଉନ ଗତ ୧୭

ଲକଡାଉନରୁ ବାଦ ପଡ଼ିଲା ପରୀକ୍ଷା

ନୂଆଦିଲ୍ଲୀ: କୋରୋନା ପାଇଁ ଗତ ମାର୍ଚ୍ଚ ୨୪ ତାରିଖ ପରଠାରୁ ଦେଶ ସମ୍ପୂର୍ଣ୍ଣ  ଭାବେ ଲକଡାଉନରେ ରହିଛି। ଫଳରେ ଏହି ସମୟ ମଧ୍ୟରେ ଶିକ୍ଷାନୁଷ୍ଠାନ ଗୁଡ଼ିକ ମଧ୍ୟ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି। ତେବେ କିଛି ଶ୍ରେଣୀର ପରୀକ୍ଷାକୁ ବାତିଲ କରାଯାଇଥିବା ବେଳେ ଆଉ କିଛି ଶ୍ରେଣୀର ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା। ତେବେ ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକଡାଉନ ଗତ ୧୭ ତାରିଖ ପରଠାରୁ ଆରମ୍ଭ ହୋଇଛି। ଏହି ସମୟରେ ସ୍ଥଗିତ ଥିବା ପରୀକ୍ଷା ଗୁଡ଼ିକୁ ସାରିବାକୁ କେନ୍ଦ୍ର ଗୃହମନ୍ତ୍ରୀ ସଚିବ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ପତ୍ର ଲେଖି ନିର୍ଦ୍ଦେଶ ଦେଇଛନ୍ତି। 

 

କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା କହିଛନ୍ତି କି, ସ୍ଥଗିତ ଥିବା ଦଶମ ଓ ଦ୍ୱାଦଶ ଶ୍ରେଣୀର ପରୀକ୍ଷାକୁ ଏହି ଚତୁର୍ଥ ପର୍ଯ୍ୟାର ଲକଡାଉନକୁ ବାଦ ଦିଆଯାଇଛି। ଏହି ଦୁଇଟି ଶ୍ରେଣୀର ପରୀକ୍ଷାକୁ ଶେଷ କରିବାକୁ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ମାଧ୍ୟମରେ ସୂଚନା ଦେଇଛନ୍ତି। ଚିଠିରେ ଶ୍ରୀ ଭଲ୍ଲା ଲେଖିଛନ୍ତି ଯେ, ପରୀକ୍ଷା ଉପରୁ ସମସ୍ତ କଟକଣାକୁ ହଟାଇ ଦିଆଯାଇଛି। ତେଣୁ ରାଜ୍ୟଗୁଡ଼ିକ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା କରିବାକୁ ପ୍ରକ୍ରିୟା ଆରମ୍ଭ କରିପାରିବେ। କିନ୍ତୁ ଏହି ପରୀକ୍ଷା ପାଇଁ କଣ୍ଟେନମେଣ୍ଟ ଜୋନରେ କୌଣସି କେନ୍ଦ୍ର ହୋଇ ପାରିବ ନାହିଁ ବୋଲି ଶ୍ରୀ ଭଲ୍ଲା ଚିଠିରେ ସ୍ପଷ୍ଟ କରିଛନ୍ତି। 

ପରୀକ୍ଷା ସମୟରେ ଲକଡାଉନ ନିୟମକୁ କଡ଼ାକଡି ପାଳନ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ସାମାଜିକ ଦୂରତ୍ୱକୁ ମଧ୍ୟ ଧ୍ୟାନ ଦେବାକୁ କହିଛନ୍ତି ଶ୍ରୀ ଭଲ୍ଲା। ଏହା ସହିତ ସାନିଟାଇଜର ଓ ମାସ୍କକୁ ମଧ୍ୟ ବାଧ୍ୟତାମୁଳକ ଓ ପରୀକ୍ଷା କେନ୍ଦ୍ରରେ ଏହାର କଡ଼ାକଡ଼ି ଯାଞ୍ଚ କରିବାକୁ ମଧ୍ୟ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି। 

About the Author