Delhi Red Fort Blast: ଦିଲ୍ଲୀର ଲାଲକିଲ୍ଲା ମେଟ୍ରୋ ଷ୍ଟେସନର ଗେଟ ନମ୍ବର ୧ ନିକଟରେ ଏକ ଗାଡି ବିସ୍ଫୋରଣ ହୋଇଛି ।
Trending Photos
)
Delhi Red Fort Blast: ଦିଲ୍ଲୀର ଲାଲକିଲ୍ଲା ନିକଟରେ ସନ୍ଧ୍ୟା ସମୟରେ ଏକ ଶକ୍ତିଶାଳୀ ବିସ୍ଫୋରଣ ଘଟିଛି । ଏହି ଘଟଣା ସମଗ୍ର ଦିଲ୍ଲୀରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଫଳରେ ନିକଟବର୍ତ୍ତୀ ଦୋକାନଗୁଡିକ କ୍ଷତିଗ୍ରସ୍ତ ହୋଇଥିଲା। ଦିଲ୍ଲୀ ପୋଲିସ ଏବଂ ବୋମା ନିଷ୍କ୍ରିୟକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏପର୍ଯ୍ୟନ୍ତ କୌଣସି ମୃତାହତଙ୍କ ସଠିକ୍ ରିପୋର୍ଟ ଆସି ନଥିବା ସମୟରେ ଅନେକ ଗୁରୁତର ଥିବା କୁହାଯାଉଛି । ୮ଜଣଙ୍କର ମୃତ୍ୟ ହୋଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି । ଘଟଣାସ୍ଥଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ବିସ୍ଫୋରଣର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ।
ଶକ୍ତିଶାଳୀ ବିସ୍ଫୋରଣ କାରଣରୁ ଆଖପାଖରେ ଥିବା ଦୋକାନର ଦ୍ୱାର ଏବଂ ଝରକା ଭାଙ୍ଗିଥିବା କୁହାଯାଉଛି । ସୁରକ୍ଷା ବ୍ୟବସ୍ଥାକୁ ହାଇ ଆଲର୍ଟ କରାଯାଇଛି।
ସୂଚନାଯୋଗ୍ୟ, ଜମ୍ମୁ କାଶ୍ମୀର ପୋଲିସ ଏକ ଆତଙ୍କବାଦୀ ଯୋଜନାର ପର୍ଦ୍ଦାଫାଶ କରି ଜଣେ ଡାକ୍ତରଙ୍କ ଘରୁ ବିପୁଳ ପରିମାଣର ବିସ୍ଫୋରକ ଜବତ କରିଥିଲା। ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ସହିତ ଲିଙ୍କ୍ ସନ୍ଦେହରେ ଗିରଫ ହୋଇଥିବା ଅଭିଯୁକ୍ତ ଡାକ୍ତର ଡକ୍ଟର ଆଦିଲ ଅହମ୍ମଦ ରାଥରଙ୍କ ସୂଚନା ଆଧାରରେ ଜମ୍ମୁ କାଶ୍ମୀର ପୋଲିସ ହରିୟାଣାର ଫରିଦାବାଦ ଜିଲ୍ଲାରେ ଡାକ୍ତର ମୁଫାଜିଲ ଶକିଲଙ୍କ ଭଡା ଘରେ ଚଢାଉ କରି ତାଙ୍କ ଲକରରୁ ୩୦୦ କିଲୋଗ୍ରାମ ଆମୋନିୟମ୍ ନାଇଟ୍ରେଟ୍ ଏବଂ ଏକ ଆସଲ୍ଟ ରାଇଫଲ୍ ଜବତ କରାଯାଇଥିଲା। ପୋଲିସ ଫରିଦାବାଦରେ ପୁଲୱାମା ନିବାସୀ ଡାକ୍ତର ମୁଫାଜିଲ ଶକିଲଙ୍କୁ ଗିରଫ କରିଛି, ଯେତେବେଳେ ଅନ୍ୟ ଜଣେ ଡାକ୍ତର ଫେରାର ଅଛନ୍ତି।
Also Read- Gold Rate: ଏକାଥରେ ଚାରି ଅଙ୍କ ବଢିଲା ସୁନା ଦର, ରୂପା ମଧ୍ୟ ବଢାଇଲା ଚିନ୍ତା !
Also Read- Fitment Factor: ଷଷ୍ଠ ଏବଂ ସପ୍ତମ ବେତନ କମିଶନରେ ଦରମା ବଢିଥିଲା ଏତିକି, ଅଷ୍ଟମରେ...