Facebook Secret Blacklist : FB ତାଲିକାରେ ଭାରତର ୧୦ ସଙ୍ଗଠନ
X

Facebook Secret Blacklist : FB ତାଲିକାରେ ଭାରତର ୧୦ ସଙ୍ଗଠନ

ବ୍ୟାକଗ୍ରାଉଣ୍ଡ ଭେରିଫିକେସନ କରୁନଥିବା ଫେସବୁକ୍ ଏବେ ବିଭିନ୍ନ ବିଚ୍ଛିନ୍ନତାବାଦୀ ଓ କଟ୍ଟରପନ୍ଥୀ ସଙ୍ଗଠନର ପ୍ରଚାର ଓ ପ୍ରସାରଣ ପାଇଁ ଏକ ସହଜ ମାଧ୍ୟମ ବନି ଯାଇଛି। ତେବେ ବିଭିନ୍ନ ସଙ୍ଗଠନ ଓ ବ୍ୟକ୍ତି ବିଶେଷଙ୍କ ତରଫରୁ ବାରମ୍ବାର ଅନୁରୋଧ ଓ ଦାବି ହେବା ସତ୍ତ୍ୱେ ଫେସବୁକ ନିଜର ପ୍ଲାଟଫର୍ମରୁ ଉକ୍ତ ହିଂସାତ୍ମକ ଓ ଅପମାନଜନକ ପୋଷ୍ଟ ହଟାଉ ନାହିଁ।

Facebook Secret Blacklist : FB ତାଲିକାରେ ଭାରତର ୧୦ ସଙ୍ଗଠନ

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ଲୋକପ୍ରିୟତା ହାସଲ କରିଥିବା ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍ ହିଂସାତ୍ମକ ମନ୍ତବ୍ୟ ଓ ବିଭ୍ରାନ୍ତିକର ତଥ୍ୟକୁ ଦୂର କରିବାକୁ ଏକ ରକମ ବିଫଳ ହେଲା ପରେ ଏବେ ବିଭିନ୍ନ ସଙ୍ଗଠନ ଉପରେ ଦାଉ ସାଧିବାକୁ ଚେଷ୍ଟା କରୁଛି। ବ୍ୟାକଗ୍ରାଉଣ୍ଡ ଭେରିଫିକେସନ କରୁନଥିବା ଫେସବୁକ୍ ଏବେ ବିଭିନ୍ନ ବିଚ୍ଛିନ୍ନତାବାଦୀ ଓ କଟ୍ଟରପନ୍ଥୀ ସଙ୍ଗଠନର ପ୍ରଚାର ଓ ପ୍ରସାରଣ ପାଇଁ ଏକ ସହଜ ମାଧ୍ୟମ ବନି ଯାଇଛି। ତେବେ ବିଭିନ୍ନ ସଙ୍ଗଠନ ଓ ବ୍ୟକ୍ତି ବିଶେଷଙ୍କ ତରଫରୁ ବାରମ୍ବାର ଅନୁରୋଧ ଓ ଦାବି ହେବା ସତ୍ତ୍ୱେ ଫେସବୁକ ନିଜର ପ୍ଲାଟଫର୍ମରୁ ଉକ୍ତ ହିଂସାତ୍ମକ ଓ ଅପମାନଜନକ ପୋଷ୍ଟ ହଟାଉ ନାହିଁ। ଅତୀତରେ ଫେସବୁକର ଏହି ଚୟନାତ୍ମକ କାର୍ଯ୍ୟକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଇଛି। ଶେଷରେ ବାଧ୍ୟ ହୋଇ କିଛି ସଙ୍ଗଠନ ବିରୁଦ୍ଧରେ ଫେସବୁକ କାର୍ଯ୍ୟାନୁଷ୍ଠାନ ନେବାକୁ ଅଣ୍ଟାଭିଡିଥିବା ଜଣାପଡିଛି।

ନିକଟରେ Facebookର ଏକ Secret Blacklist ଲିକ ହୋଇଛି। ଏହି ତାଲିକାରେ ୪୦୦୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ଓ ସଙ୍ଗଠନ ଅଛନ୍ତି। ଯେଉଁଥିରେ ଭାରତରୁ ପରିଚାଳିତ ହେଉଥିବା ପ୍ରାୟ ୧୦ଟି ସଙ୍ଗଠନ ଅଛି। ଏହି ସଙ୍ଗଠନ ବା ବ୍ୟକ୍ତିମାନେ ସମାଜର ହିଂସା ସୃଷ୍ଟି କରୁଥିବା କିମ୍ବା ବେଆଇନ ଗତିବିଧିରେ ଜଡିତ ଥିବା ଫେସବୁକ କହିଛି।

Also Read: RTIରେ ବଡ଼ ଖୁଲାସା; କୋଇଲା ସଙ୍କଟକୁ ନେଇ ମିଳିଲା ଆଶ୍ଚର୍ଯ୍ୟକର ତଥ୍ୟ

ଫେସବୁକ କହିଛି ଯେ, ସେ ନିଜ ଡିଜିଟାଲ ମିଡିଆ ପ୍ଲାଟଫର୍ମରେ ହିଂସାତ୍ମକ କଣ୍ଟେଣ୍ଟ କିମ୍ବା ବେଆଇନ ଗତିବିଧିକୁ ବରଦାସ୍ତ କରିବା ନାହିଁ। ଯେଉଁଥିପାଇଁ ସେ ଆତଙ୍କବାଦୀ ଓ ଚରମପନ୍ଥୀ ସଙ୍ଗଠନଙ୍କ ଅଙ୍କୁଶ ଲଗାଇଛି। ଏପରି ବିପଦପୂର୍ଣ୍ଣ ୪୦୦୦ଟି ସଙ୍ଗଠନ ଓ ବ୍ୟକ୍ତି ବିଶେଷଙ୍କ ଆକାଉଣ୍ଟକୁ ଫେସବୁକ ସିକ୍ରେଟ ବ୍ଲାକ ଲିଷ୍ଟରେ ରଖିଛି। ସମ୍ପୃକ୍ତ ଆକାଉଣ୍ଟକୁ ସମର୍ଥନ କରୁଥିବା ତଥା ପୋଷ୍ଟରେ କମେଣ୍ଟ କରୁଥିବା ବ୍ୟକ୍ତିଙ୍କ ଉପରେ ମଧ୍ୟ ନଜର ରଖାଯାଉଛି। ତେବେ ସେଗୁଡିକର ତଥ୍ୟକୁ ଗୋପନ ରଖାଯାଇଥିବା ଫେସବୁକ କହିଛି।

ଫେସବୁକର Secret Blacklistରେ ଭାରତର ପ୍ରାୟ ୧୦ଟି ଆତଙ୍କବାଦୀ ତଥା ଚରମପନ୍ଥୀ ସଙ୍ଗଠନ ଅଛି-

All Tripura Tiger Force
Communist Party of India – Maoist
Kangleipak Communist Party
Khalistan Tiger Force
Nationalist Socialist Council of Nagaland – Isak-Muivah Terror South Asia, India
People’s Revolutionary Party of Kangleipak
Sanatan Sanstha

ଏହା ବ୍ୟତୀତ ତାଲିକାରେ ଅନେକ ଇସ୍ଲାମିକ କଟ୍ଟରପନ୍ଥୀ ସଙ୍ଗଠନ ଅଛନ୍ତି, ଯେଉଁଥିରେ- Jaish-e-Mohammed,  Islamic State ଓ Taliban ମଧ୍ୟ ଅଛନ୍ତି। ବ୍ଲାକଲିଷ୍ଟରେ ଥିବା ଅନେକ ଆକାଉଣ୍ଟକୁ ବନ୍ଦ କରାଯାଇଛି। ଅନ୍ୟପଟେ ୨୦୨୦ ମସିହାରେ ସନାତନ ସଂସ୍ଥା ସହ ଜଡିତ ୩ଟି ପେଜକୁ ଫେସବୁକ ଡିଲିଟ୍ କରିଥିବା ସୂଚନା ମିଳିଛି।

 

 

 

 

 

Trending news