ସରକାର ପ୍ରତ୍ୟେକ ପରିବାରର ଜଣେ ସଦସ୍ୟଙ୍କୁ ଦେଉଛନ୍ତି ଚାକିରି? ଜାଣନ୍ତୁ ସତ୍ୟତା
Advertisement

ସରକାର ପ୍ରତ୍ୟେକ ପରିବାରର ଜଣେ ସଦସ୍ୟଙ୍କୁ ଦେଉଛନ୍ତି ଚାକିରି? ଜାଣନ୍ତୁ ସତ୍ୟତା

ଏହି ସମୟରେ, 'ଗୋଟିଏ ପରିବାର ଗୋଟିଏ ଚାକିରି' ନାମକ ଏକ ସରକାରୀ ଯୋଜନା ମଧ୍ୟ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଯୋଜନା ବିଷୟରେ ଉଲ୍ଲେଖ କରି ସୋସିଆଲ ମିଡିଆରେ କିଛି ଲୋକ କହୁଛନ୍ତି ଯେ କେନ୍ଦ୍ର ସରକାର ଅଧୀନରେ ଥିବା ଏହି ଯୋଜନାରେ ପ୍ରତ୍ୟେକ ପରିବାରର ଜଣେ ବ୍ୟକ୍ତିଙ୍କୁ ରୋଜଗାର ଯୋଗାଇ ଦେଉଛନ୍ତି ।

ପ୍ରତୀକାତ୍ମକ ଛବି

ନୂଆଦିଲ୍ଲୀ: କୋରୋନା ଅବଧିରେ (Corona period) ଅନେକ ଲୋକ ନିଜ ଚାକିରି ହରାଇଛନ୍ତି । ପରିସ୍ଥିତି ଏପରି ଆସିଛି ଯେ ଲୋକମାନେ ଚାକିରି (Job) ନାମରେ ଠକେଇର ଶିକାର ହେଉଛନ୍ତି । କିଛି ଲୋକ ରାଜ୍ୟ ସରକାରଙ୍କ ଯୋଜନା ବିଷୟରେ କହୁଛନ୍ତି ଓ କେହି କେହି କେନ୍ଦ୍ରର ଯୋଜନାକୁ ସୂଚାଉଛନ୍ତି । ଏହି ସମୟରେ 'ଗୋଟିଏ ପରିବାର ଗୋଟିଏ ଚାକିରି' ନାମକ ଏକ ସରକାରୀ ଯୋଜନା ମଧ୍ୟ ସୋସିଆଲ ମିଡିଆରେ (Social Media)ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଯୋଜନା ବିଷୟରେ ଉଲ୍ଲେଖ କରି ସୋସିଆଲ ମିଡିଆରେ କିଛି ଲୋକ କହୁଛନ୍ତି ଯେ କେନ୍ଦ୍ର ସରକାର (central government) ଏହି ଯୋଜନା ଅଧୀନରେ ଥିବା ପ୍ରତ୍ୟେକ ପରିବାରର ଜଣେ ବ୍ୟକ୍ତିଙ୍କୁ ରୋଜଗାର ଯୋଗାଇ ଦେବେ ।

ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ଦାବି କରୁଛି ଯେ “ଗୋଟିଏ ପରିବାର ଗୋଟିଏ ସରକାରୀ ଚାକିରି ଯୋଜନା 2020 ପ୍ରଧାନମନ୍ତ୍ରୀ (Prime Minister)ନିଜର ଉଚ୍ଚାଭିଳାଷୀ 'ୱାନ ଫ୍ୟାମିଲି ୱାନ୍ ଜବ' ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଯାହା ଅଧୀନରେ ରାଜ୍ୟର ପ୍ରତ୍ୟେକ ପରିବାରର ଅତି କମରେ ଜଣେ ସଦସ୍ୟଙ୍କୁ ସରକାରୀ ଚାକିରି ଦିଆଯିବ । ଏହି ଯୋଜନା କାର୍ଯ୍ୟକାରୀ ହେବାପରେ ଦେଶର ଯୁବକମାନଙ୍କ ମଧ୍ୟରେ ଏକ ବଡ଼ ଖୁସିର ବାତାବରଣ ସୃଷ୍ଟି ହୋଇଛି ।"

ଖବରର ସତ୍ୟତା କ’ଣ?
ଏହି ଖବରର ଯାଞ୍ଚ କରି ପିବି ଫ୍ୟାକ୍ଟ ଚେକ୍ ଟ୍ୱିଟ୍ କରି କହିଛି ଯେ 'ଗୋଟିଏ ପରିବାର ଗୋଟିଏ ଚାକିରୀ'ର କୌଣସି ଯୋଜନା ଦେଶରେ ଚାଲୁ ନାହିଁ । କୌଣସି ସରକାରୀ ୱେବସାଇଟରେ ଆମେ ଏହି ଯୋଜନାର ସବିଶେଷ ତଥ୍ୟ ପାଇଲୁ ନାହିଁ । ଯଦି ସରକାର ଏତେ ବଡ ଯୋଜନା ଘୋଷଣା କରନ୍ତି, ତେବେ ଏହା ଦେଶର ସମସ୍ତ ଗଣମାଧ୍ୟମ ଓ ଖବରକାଗଜରେ ଆଲୋଚନା ନିଶ୍ଚିତ ହେବ । କିନ୍ତୁ ଆମେ କୌଣସି ଖ୍ୟାତିସମ୍ପନ୍ନ ମିଡିଆ ୱେବସାଇଟରେ ଏହି ସମ୍ବନ୍ଧୀୟ ଖବର ପାଇଲୁ ନାହିଁ । 

ଅଧିକ ପଢ଼ନ୍ତୁ: ବୃଦ୍ଧି ପାଉଥିବାକୁ କୋରୋନା ମାମଲା ନେଇ WHO ମୁଖ୍ୟ ବୈଜ୍ଞାନିକ ଦେଲେ ଏହି ଚେତାବନୀ

ସରକାରୀ ଚାକିରି ଦେବାର ଏହି ନକଲି ଦାବି ଗତ କିଛି ମାସ ହେବ ସୋସିଆଲ ମିଡିଆରେ ପ୍ରସାରିତ ହୋଇଥିଲା । ସେଥିପାଇଁ ମାର୍ଚ୍ଚରେ PIB ଫ୍ୟାକ୍ଟ ଚେକ୍ ର ସୂଚନା ବିଭାଗ ମଧ୍ୟ ଏହି ଦାବିକୁ ଖଣ୍ଡନ କରିଛି ।