• ନିର୍ବାଚନୀ ପଶାପାଲିରେ ଗେମ ଚେଞ୍ଜର ବେଣୁ !
  • ବାଲେଶ୍ୱର ଉପନିର୍ବାଚନ: ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇବେ ରାଣୀ ପଣ୍ଡା
  • ଆଜି IPLରେ ଦୁଇଟି ମ୍ୟାଚ ଖେଳାଯିବ
  • IPL 2020: ଅପରାହ୍ଣ ସାଢେ ୩ଟାରେ ଦିଲ୍ଲୀ ଓ କୋଲକାତା ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯିବ
  • IPL 2020: ସନ୍ଧ୍ୟା ସାଢେ ୭ଟାରେ ପଞ୍ଜାବ ହାଇଦ୍ରାବାଦ ମୁହାଁମୁହିଁ ହେବେ
  • କୋରୋନାକୁ ନେଇ ଚେତାବନୀ ଜାରି କଲା WHO
  • କାମାକ୍ଷାନଗର-ପଶ୍ଚିମାଞ୍ଚଳ ରେଞ୍ଜ ସୋଗର ଗ୍ରାମରେ ୨୨ଟିକିଆ ହାତୀ ପଲ, ବ୍ୟାପକ ଫସଲ ନଷ୍ଟ ଅଭିଯୋଗ

'ନବମ ଫେଲ ହୋଇଥିବା ଲୋକ କରିପାରିବେ ନାହିଁ ରାଜ୍ୟର ବିକାଶ'

ଏହା ସହିତ ସେ କହି ତେଜସ୍ୱୀ ଯାଦବଙ୍କୁ କଟାକ୍ଷ କରି କହିଛନ୍ତି  ସେ ନବମ ଶ୍ରେଣୀରେ ଫେଲ ହୋଇଛନ୍ତି। ନବମ ଫେଲ ହୋଇଥିବା ଲୋକ କରିପାରିବେ ନାହିଁ ରାଜ୍ୟର ବିକାଶ।

'ନବମ ଫେଲ ହୋଇଥିବା ଲୋକ କରିପାରିବେ ନାହିଁ ରାଜ୍ୟର ବିକାଶ'

ପାଟନା: ଚଳିତ ବର୍ଷ ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନ (Bihar Assembly Election 2020) ଦିନ ପାଖେଇ ଆସୁଥିବା ବେଳେ ବିଭିନ୍ନ ନିର୍ବାଚନୀ ପ୍ରସଙ୍ଗକୁ କେନ୍ଦ୍ର କରି ରାଜ୍ୟରେ କ୍ଷମତାସୀନ ଶାସକ ଏନଡିଏ (NDA) ଏବଂ ବିରୋଧି ମହାମେଣ୍ଟ (Grand Alliance) ମଧ୍ୟରେ ଜାରି ରହିଛି ବାକ୍ୟଯୁଦ୍ଧ।

ଏହିକ୍ରମରେ ଏନଡିଏ ମେଣ୍ଟର ନେତୃତ୍ୱ ନେଉଥିବା ବିଜେପି (BJP), ମହାମେଣ୍ଟର ନେତୃତ୍ୱ ନେଉଥିବା ରାଷ୍ଟ୍ରୀୟ ଜନତା ଦଳ-ଆରଜେଡି (RJD-Rastriya Janata Dal) କୁ ରାଜ୍ୟର ବିକାଶ ପ୍ରସଙ୍ଗରେ ଟାର୍ଗେଟ କରିଛି। ବିହାର ବିଜେପି ପ୍ରଭାରୀ (Bihar BJP Incharge) ଦେବେନ୍ଦ୍ର ଫଡନାଭୀସ (Devendra Fadnavis) ଆରଜେଡି ନେତା ତେଜସ୍ୱୀ ଯାଦବ (Tejaswi Yadav) ଙ୍କୁ ଟାର୍ଗେଟ କରି କହିଛନ୍ତି,  ସେ ନବମ ଶ୍ରେଣୀରେ ଫେଲ ହୋଇଛନ୍ତି। ଯଦି ଏପରି ବ୍ୟକ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ରୁହନ୍ତି ତାହେଲେ ସେ ନିଜେ ଶିକ୍ଷା ଗ୍ରହଣ କରିବେ ନାଁ ଅନ୍ୟକୁ ପ୍ରଦାନ କରିବେ।     
     
ରାଜ୍ୟର ଗୋପାଳଗଞ୍ଜ ବିଧାନସଭା (Gopalganj Asembly Constituency) ଆସନରୁ ବିଜେପି ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରୁଥିବା ସୁବାସ ସିଂହ (BJP Candidate Subash Singh) ଙ୍କ ନାମାଙ୍କନ ଦାଖଲ କରିବା ଅବସରରେ ଦଳ ପକ୍ଷରୁ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରିବା ଅବସରରେ ଫଡନାଭୀସ ଆରଜେଡିକୁ ଟାର୍ଗେଟ କରି କହିଥିଲେ, ସେମାନେ ରାଜ୍ୟରେ କ୍ଷମତାସୀନ ଥିବା ବେଳେ ଦୂରାଚାର, ଅତ୍ୟାଚାର, ଭ୍ରଷ୍ଟାଚାର ଚାଲିଥିଲା। ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ କରାଯାଉ ନଥିଲା।          
      
ଏହି ଜନସଭାରେ ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଫଡନାଭୀସଙ୍କ ସମେତ ବିହାର ସ୍ୱାସ୍ଥ୍ୟମନ୍ତ୍ରୀ ମଙ୍ଗଳ ପାଣ୍ଡେ, ଦଳର ପୂର୍ବତନ ସାଂସଦ ଜନକ ରାମ, ଏମଏଲସି ଆଦିତ୍ୟ ନାରାୟଣ ପାଣ୍ଡେ,  ଜେଡିୟୁ ସାଂସଦ ଆଲୋକ କୁମାର ସୁମନଙ୍କ ସମେତ ଏନଡିଏ ମେଣ୍ଟର ଅନ୍ୟାନ୍ୟ ନେତା ସାମିଲ ଥିଲେ।        

ରାଜ୍ୟର ଆରଜେଡି ସୁପ୍ରିମୋ ଲାଲୁ ଯାଦବ (RJD Supremo Lalu Yadav) ଓ ତାଙ୍କ ପତ୍ନୀ ରାବ୍ରୀ ଦେବୀଙ୍କ ନେତୃତ୍ୱରେ ରାଜ୍ୟରେ ୧୫ ବର୍ଷ ଧରି କ୍ଷମତାସୀନ ଥିବା ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଆରଜେଡି  ସରକାର କେବଳ ତାଙ୍କ ପରିବାର ଲାଗି ଚାଲିଥିଲା । ସେତେବେଳେ ଅପହରଣ, ଲୁଟିବା ଆଦି ଅପରାଧ କରିବା ରୋଜଗାରର ମାଧ୍ୟମ ଥିଲା । ଆରଜେଡି ସରକାର ଦ୍ୱାରା ରାଜ୍ୟରେ ହୋଇଥିବା କ୍ଷୟକ୍ଷତିକୁ ଭରଣା କରିବା ଲାଗି ୧୫ ବର୍ଷ ଲାଗିଯାଇଛି। 

ଏହା ସହିତ ସେ କହି ତେଜସ୍ୱୀ ଯାଦବଙ୍କୁ କଟାକ୍ଷ କରି କହିଛନ୍ତି  ସେ ନବମ ଶ୍ରେଣୀରେ ଫେଲ ହୋଇଛନ୍ତି। ନବମ ଫେଲ ହୋଇଥିବା ଲୋକ କରିପାରିବେ ନାହିଁ ରାଜ୍ୟର ବିକାଶ। ହେଲେ ବିହାର ମୁଖ୍ୟମନ୍ତ୍ରୀ (Bihar CM) ନୀତିଶ କୁମାର (Nitish Kumar) ହେଉଛନ୍ତି ଇଞ୍ଜିନିୟର (Engineer)। ମୁଖ୍ୟମନ୍ତ୍ରୀ ଭାବେ ସେ ଜାଣନ୍ତି ଶିକ୍ଷା ଓ ଶିକ୍ଷାନୀତି କିପରି ହେବା ଦରକାର।     

ସୂଚନାଯୋଗ୍ୟ ଯେ ଲାଲୁ ପ୍ରସାଦ ଯାଦବ ଏବଂ ରାବ୍ରି ଦେବୀଙ୍କ ପରିବାରର ଭିତର ବିବାଦ - ତେଜସ୍ୱୀ ବନାମ ତେଜ ପ୍ରତାପ ଏବଂ ସେମାନଙ୍କର ବଡ଼ ଭଉଣୀ ମିଶା ଭାରତୀ ଆରଜେଡି ପାଇଁ ଏକ ପ୍ରମୁଖ ପ୍ରତିବନ୍ଧକ। ଏହି ନିର୍ବାଚନରେ ​​ମଧ୍ୟ ଏହା ସ୍ପଷ୍ଟ ଦେଖାଯାଉଛି। ତେଜସ୍ୱୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଥିବାରୁ ତାଙ୍କ ପରିବାରର ଅନେକ ସଦସ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି। ତେଜ ପ୍ରତାପ ଏବଂ ତେଜସ୍ୱୀ ମଧ୍ୟରେ ବିବାଦ ବାହାରକୁ ଆସିସାରିଛି। ଗତ ବର୍ଷ ଅନୁଷ୍ଠିତ ହୋଇଥିବା ଲୋକସଭା ନିର୍ବାଚନରେ ​​ତେଜ ପ୍ରତାପ, ତେଜସ୍ୱୀଙ୍କ ଦ୍ୱାରା ବଛାଯାଇଥିବା ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ପାଞ୍ଚ ଜଣ ବିଦ୍ରୋହୀ ପ୍ରାର୍ଥୀଙ୍କୁ ଛିଡା କରିଥିଲେ।