ଏହି ମାମଲାରେ ପୋଲିସ ଅଧୀକ୍ଷକ ଜବଲପୁରର ଗୋରା ବଜାର ପୋଲିସ ଷ୍ଟେସନରେ କାର୍ଯ୍ୟରତ ଜଣେ ଏଏସଆଇ, ହେଡ କନଷ୍ଟେବଳ ଓ ୪ କନଷ୍ଟେବଳଙ୍କ ସମେତ ୬ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରିଯାଇଛି । ଏହାସହ ବିଳମ୍ବିତ ସନ୍ଧ୍ୟାରେ ଜବଲପୁରର ଏସପି ଅମିତ ସିଂଙ୍କୁ ମଧ୍ୟ ଟ୍ରାନ୍ସଫର କରିଦିଆଯାଇଛି ।
Trending Photos
)
ଭୋପାଳ: ସାରା ଦେଶରେ କୋରୋନୋ ଭାଇରସକୁ ଦୃଷ୍ଟିରେ ରଖି ଲକଡାଉନ ଜାରି ରହିଛି । ଏହି ସମୟରେ ପୋଲିସ ବିଭିନ୍ନ ସ୍ଥାନରେ ଲୋକଙ୍କୁ ପିଟୁଥିବାର ଖବର ଆସୁଛି । ଏମିତି ଏକ ଘଟଣା ମଧ୍ୟ ପ୍ରଦେଶର ଜବଲପୁରରେ ଘଟିଛି । ଜବଲପୁରରେ ଚାରି ଦିନ ପୂର୍ବେ ପୋଲିସ ପିଟିବାରୁ ଜଣେ ଚାଷୀ ଆହତ ହୋଇଥିବାର ଅଭିଯୋଗ ଆସିଥିଲସା । ବର୍ତ୍ତମାନ ସୋମବାର ୫୦ ବର୍ଷୀୟ ଆହତ ଚାଷୀ ବଂଶୀ କୁଶୱାହଙ୍କ ଦେହାନ୍ତ ହୋଇଯାଇଛି ।
ଏହି ମାମଲାରେ ପୋଲିସ ଅଧୀକ୍ଷକ ଜବଲପୁରର ଗୋରା ବଜାର ପୋଲିସ ଷ୍ଟେସନରେ କାର୍ଯ୍ୟରତ ଜଣେ ଏଏସଆଇ, ହେଡ କନଷ୍ଟେବଳ ଓ ୪ କନଷ୍ଟେବଳଙ୍କ ସମେତ ୬ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରିଯାଇଛି । ଏହାସହ ବିଳମ୍ବିତ ସନ୍ଧ୍ୟାରେ ଜବଲପୁରର ଏସପି ଅମିତ ସିଂଙ୍କୁ ମଧ୍ୟ ଟ୍ରାନ୍ସଫର କରିଦିଆଯାଇଛି ।
ଏଏସପି-ଜବଲପୁର ସଞ୍ଜୀବ ଉଇକେଙ୍କ ଅନୁଯାୟୀ, "ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଚାଷୀଙ୍କୁ ଯେ ଏକ ରୋଗର ଚିକିତ୍ସା ପାଇଁ ଏପ୍ରିଲ ୧୯ରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେ ସ୍ଥାନୀୟ ପୋଲିସ କିମ୍ବା ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ କୌଣସି ଅଭିଯୋଗ କରିନାହାଁନ୍ତି । ତାଙ୍କର ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରାଯାଇଛି । ଯଦି ପୋଲିସ ମାଡ ମାରିବା କାରଣରୁ ଚାଷୀଙ୍କ ମୃତ୍ୟୁ ହୋଇଥାଏ ତେବେ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ଦାୟର କରାଯିବ।
ଏହି ଘଟଣା ଏପ୍ରିଲ ୧୬ ସନ୍ଧ୍ୟାରେ ଘଟିଥିଲା ଯେତେବେଳେ ଚାଷୀ ବଂଶୀ କୁଶୱାହା ନିଜ କ୍ଷେତକୁ ପାଣି ଦେଇ ଘରକୁ ଫେରୁଥିଲେ । କୁଶୱାଙ୍କ ମୃତ୍ୟୁ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଭିଡିଓରେ ସେ ଅଭିଯୋଗ କରିଛନ୍ତି ଯେ ଗୋରା ବଜାର ପୋଲିସ ଷ୍ଟେସନରେ ୬ ଜଣ ପୋଲିସ ତାଙ୍କୁ କ୍ଷେତରୁ ଫେରୁଥିବା ବେଳେ ସେହି ଅଞ୍ଚଳରେ ଜୁଆ ଖେଳ ବିଷୟରେ ପଚାରି ବୁଝୁଥିଲେ । "ଯେତେବେଳେ ମୁଁ ଜୁଆ ଖେଳ ବିଷୟରେ ନ ଜାଣିବା କଥା କହିଥିଲି, ସେମାନେ (ପୋଲିସ୍) ମୋତେ ଜୋରରେ ପିଟିବା ଆରମ୍ଭ କରିଥିଲେ । ସେମାନେ ମୋତେ ବାଡ଼ିରେ ପିଟିଥିଲେ ଯାହା ପରେ ମୁଁ ଅଚେତ ହୋଇ ପଡିଥିଲି । ପଡ଼ୋଶୀମାନେ ମୋତେ ଘରକୁ ଆଣିଥିଲେ ।"
ରବିବାର ଦିନ ଚାଷୀଙ୍କ ଅବସ୍ଥା ଖରାପ ହେବା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା ଏବଂ ସେଠାରେ ସୋମବାର ସକାଳେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା ।