• ବଣାଇ ସହର ଭିତରେ ପଶିଲେ 2ଟି ଦନ୍ତା ହାତୀ
  • ଗତ ୮ ଦିନ ଧରି ୨ଟି ଦନ୍ତାଙ୍କ ଉତ୍ପାତ ପାଇଁ ଲୋକେ ଭୟଭୀତ
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କିଲର ଭାଇରସ
  • ରାଜ୍ୟରେ ଦିନକରେ ଆଉ ୪୪୭ କୋରୋନା ଆକ୍ରାନ୍ତ ଚିହ୍ନଟ
  • ଭୁବନେଶ୍ବର ବିନ୍ଦୁସାଗରକୁ ଡେଇଁ ବିଟେକ୍ ଛାତ୍ରଙ୍କ ଆତ୍ମହତ୍ୟା
  • ମୃତ ଛାତ୍ର ସାଇ ଶ୍ରୀ ଜ୍ୟୋତି ପ୍ରକାଶ
  • ଦେଶରେ ପୁଣି ବଢ଼ିଲା ପେଟ୍ରୋଲ ଏବଂ ଡିଜେଲ ଦର
  • ଭୁବନେଶ୍ବରରେ ପେଟ୍ରୋଲ ୩୫ ପଇସା ବୃଦ୍ଧି
  • ଅଧ୍ୟାପିକା ମମିତା ମେହେର ହତ୍ୟା ମାମଲା
  • ଆଜି ସରୁଛି ଗୋବିନ୍ଦ ସାହୁର ୫ ଦିନିଆ ରିମାଣ୍ଡ ଅବଧି

କୃଷି ଆଇନ ଉପରେ ଭାଷଣ ଦେବା ପରେ କୃଷକ ନେତା କହିଲେ-'ବିଦାୟ! ମୋର ସମୟ ଶେଷ ହେଲା...ଆଉ ଚାଲିଗଲା ଜୀବନ

ଅମୃତସରର ଶ୍ରୀ ଗୁରୁ ନାନକ ଷ୍ଟାଡିୟମ ନିକଟସ୍ଥ ବିର୍ସା ବିହାରରେ କୃଷକମାନଙ୍କ ଉପରେ କୃଷି ଆଇନ (Farm Laws) ର ପ୍ରଭାବ ଉପରେ ଏକ ସେମିନାରରେ ମାଷ୍ଟର ଦାତାର ସିଂ (Master Datar Singh) ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ ।

କୃଷି ଆଇନ ଉପରେ ଭାଷଣ ଦେବା ପରେ କୃଷକ ନେତା କହିଲେ-'ବିଦାୟ! ମୋର ସମୟ ଶେଷ ହେଲା...ଆଉ ଚାଲିଗଲା ଜୀବନ

ନୂଆଦିଲ୍ଲୀ: କୃଷି ଆଇନ (Farm Laws) ବିରୁଦ୍ଧରେ ଚାଲୁଥିବା କୃଷକ ଆନ୍ଦୋଳନ (Farmers Protest) ଉପରେ ନିଜର ମତ ପ୍ରକାଶ କରିବା ପରେ କିର୍ତ୍ତୀ କିସାନ ୟୁନିଅନର ରାଜ୍ୟ ଅଧ୍ୟକ୍ଷ ତଥା ୟୁନାଇଟେଡ କିସାନ ମୋର୍ଚ୍ଚାର ସଦସ୍ୟ ମାଷ୍ଟର ଦାତାର ସିଂ (Master Datar Singh) 'ବିଦାୟ! ମୋର ସମୟ ଶେଷ ହେଲା' କହି ନିଜ ଚେୟାର ଉପରେ ବସିଥିଲେ । କିଛି କ୍ଷଣ ପରେ ସେ ହୃଦଘାତର ଶିକାର ହୋଇ ଚେୟାରରୁ ତଳେ ପଡ଼ିଯାଇଥିଲେ । କୃଷକ ନେତାମାନେ ତୁରନ୍ତ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାକାର ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ଅଧିକ ପଢ଼ନ୍ତୁ:-ଭାଙ୍ଗିଲା କଂଗ୍ରେସ ସରକାର, ସଂଖ୍ୟା ଗରିଷ୍ଠତା ପ୍ରମାଣ କରିପାରିଲେ ନାହିଁ ନାରାୟଣସାମୀ

ଅମୃତସରର ଶ୍ରୀ ଗୁରୁ ନାନକ ଷ୍ଟାଡିୟମ ନିକଟସ୍ଥ ବିର୍ସା ବିହାରରେ କୃଷକମାନଙ୍କ ଉପରେ କୃଷି ଆଇନ (Farm Laws) ର ପ୍ରଭାବ ଉପରେ ଏକ ସେମିନାରରେ ମାଷ୍ଟର ଦାତାର ସିଂ (Master Datar Singh) ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ । ସେ ଏହି ପ୍ରସଙ୍ଗରେ ନିଜର ମତାମତ ଦେଇଥିବା ଶେଷ ବକ୍ତା ଥିଲେ । ମାଷ୍ଟର ଦାତାର ସିଂଙ୍କ ଏହି ଭାଷଣ ତାଙ୍କ ଜୀବନର ଶେଷ ଭାଷଣ ହେବ, ଏହା ବିଷୟରେ କେହି ଜାଣି ନ ଥିଲେ । କାର୍ଯ୍ୟକ୍ରମ ଶେଷ କରିବା ପୂର୍ବରୁ ଦାତାର ସିଂଙ୍କୁ ମଞ୍ଚରେ ଡକାଯାଇ ସମ୍ମାନିତ କରିବାର ମଧ୍ୟ ଥିଲା । କିନ୍ତୁ ଏହାପୂର୍ବରୁ ଏପରି ଦୁର୍ଘଟଣାଟି ଘଟିଥିଲା ।

ଅଧିକ ପଢ଼ନ୍ତୁ:-କାହିଁକି ବଢୁଛି ପେଟ୍ରୋଲ-ଡିଜେଲ ଦର? ଧର୍ମେନ୍ଦ୍ର ପ୍ରଧାନ କହିଲେ ଏହି ଦୁଇଟି ବଡ଼ କାରଣ

କୃଷି ଆଇନ ରଦ୍ଦ କରିବାକୁ ଦାତାର ସିଂ ସମର୍ଥନ କରିଆସୁଥିଲେ । ସେ କହିଥିଲେ ଯେ, କୃଷକମାନେ ରାସ୍ତାରେ ବସି କୃଷି ଆଇନକୁ ବିରୋଧ କରୁଛନ୍ତି, କିନ୍ତୁ ସମସ୍ୟାର ସମାଧାନ ପରିବର୍ତ୍ତେ କେନ୍ଦ୍ର ସରକାର ଚାଷୀଙ୍କୁ ବିଭାଜିତ କରିବା ପାଇଁ ଷଡଯନ୍ତ୍ର ଆରମ୍ଭ କରିଛନ୍ତି । ସରକାରଙ୍କ ଏହି ଷଡଯନ୍ତ୍ରକୁ କୃଷକମାନେ ବୁଝୁଛନ୍ତି । ସରକାର ମନେ ରଖିବା ଉଚିତ ଯେପର୍ଯ୍ୟନ୍ତ ଏହି ଆଇନ ପ୍ରତ୍ୟାହାର ନହେବ ସେ ପର୍ଯ୍ୟନ୍ତ ସେମାନେ ଘରକୁ ଯିବେ ନାହିଁ ।