• ବ୍ରହ୍ମପୁର: ସଦର ଥାନା ଝାଡ଼ଙ୍କୁଲି ଗାଁରେ ଖଣ୍ଡାରେ ବାପ ପୁଅଙ୍କୁ ମରଣାନ୍ତକ ଆକ୍ରମଣ
  • ଦିଦିଙ୍କ ଗଡ଼ରେ ମୋଦିଙ୍କ ରଣହୁଙ୍କାର; ପହ୍ମ ଧରିଲେ ମିଥୁନ
  • ଏପ୍ରିଲ ୯ରୁ ଆରମ୍ଭ ହେବ ଆଇପିଏଲ୍ ମହାସମର
  • ଅହମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମେ ୩୦ରେ ଖେଳାଯିବ ଫାଇନାଲ୍‌ ମ୍ୟାଚ୍
  • ଗଜପତି ଗୁରାଣ୍ଡି ଥାନା ଆରିବା ଗାଁରେ ପ୍ରେମୀ ଯୁଗଳଙ୍କ ରକ୍ତାକ୍ତ ମୃତଦେହ ଠାବ
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୯୦ କୋରୋନା ଆକ୍ରାନ୍ତ
  • କୋରୋନାରୁ ସୁସ୍ଥ ଲୋକଙ୍କ ସଂଖ୍ୟା ୩ ଲକ୍ଷ ୩୫ ହଜାର ୮୦କୁ ବୃଦ୍ଧି
  • ସୋମବାରଠୁ ସଂସଦର ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ
  • ତେଲଙ୍ଗାନା: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଜ୍ୟର ସବୁ ମହିଳା କର୍ମଚାରୀଙ୍କୁ ଛୁଟି
  • କେନ୍ଦ୍ରାପଡ଼ାର ଗଗୁଆ-ଚଉଦକୁଲାଟ ରାସ୍ତାରେ ଟ୍ରକ୍‌-ଅଟୋ ଧକ୍କା, ଗୋଟିଏ ପରିବାରର ୫ ଗୁରୁତର

କୃଷକ ଆନ୍ଦୋଳନ: କଂଗ୍ରେସର ସମର୍ଥନ ନା ଷଡ଼ଯନ୍ତ୍ର

ଶୀତ କାକରରେ ଦିନରାତି ଦିଲ୍ଲୀର ବିଭିନ୍ନ ସୀମାରେ ଚାଲିଥିବା କୃଷକ ଆନ୍ଦୋଳନ (Farmer Protest) ୫୨ତମ ଦିନରେ ପହଞ୍ଚିଛି । 

କୃଷକ ଆନ୍ଦୋଳନ: କଂଗ୍ରେସର ସମର୍ଥନ ନା ଷଡ଼ଯନ୍ତ୍ର

ନୂଆଦିଲ୍ଲୀ: ଶୀତ କାକରରେ ଦିନରାତି ଦିଲ୍ଲୀର ବିଭିନ୍ନ ସୀମାରେ ଚାଲିଥିବା କୃଷକ ଆନ୍ଦୋଳନ (Farmer Protest) ୫୨ତମ ଦିନରେ ପହଞ୍ଚିଛି । ଏହି ଆନ୍ଦୋଳନ ଏବେ ଭିନ୍ନ ଭିନ୍ନ ପ୍ରସଂଗ ପାଲଟିଗଲାଣି । ରାଜନୈତିକ ପ୍ରସଂଗ (Political Issue) ହେଉ ଅବା ଆଇନକାନୁନର ବୁଢିଆଣି ଜାଲରେ ଛନ୍ଦି ହୋଇ ପଡ଼ିଲାଣି । କୃଷକମାନଙ୍କ ଦାବିକୁ ସରକାର ମାନୁନଥିବା ବେଳେ ଆନ୍ଦୋଳନରତ ଚାଷୀ ସେମାନଙ୍କର ଦାବିରେ ଅଟଳ ରହିଛନ୍ତି । ତେବେ ଏହି ଆନ୍ଦୋଳନକୁ ନେଇ ଶାସକ ବିଜେପି (BJP) ବିରୋଧୀ କଂଗ୍ରେସର (Congress) ସୁଚିନ୍ତିତ ଷଡ଼ଯନ୍ତ୍ର ବୋଲି ଅଭିଯୋଗ କରିଥିଲେ । 

ଅଧିକ ପଢନ୍ତୁ: ସୁରଙ୍କ ତୁଣ୍ଡର ଟାଣୁଆ ବାଣୀ: ପାଣ୍ଡିଆନ ତମେ କି ଭାଗ୍ୟ ପାଇଛ ହୋ....

କେବଳ ବିଜେପି ନୁହେଁ, ଏକାଧିକ ରାଜନୈତିକ ଦଳ ମଧ୍ୟ କଂଗ୍ରେସକୁ ଏଥିପାଇଁ ଦାୟୀ କରିଆସୁଥିଲେ । ତେବେ କୃଷକ ଆନ୍ଦୋଳନ ଆରମ୍ଭରୁ ଏଥିପାଇଁ ଦାୟୀ କରିଆସୁଥିଲେ । ମାତ୍ର ଆରମ୍ଭରୁ କଂଗ୍ରେସ ଏହି ଅଭିଯୋଗକୁ ନେଇ କୌଣସି ପ୍ରତିକ୍ରିୟା ଦେଇନଥିଲେ । ଏପରିକି କଂଗ୍ରେସକୁ ସିଧାସଳଖ ନ ହେଲେ ମଧ୍ୟ ପରୋକ୍ଷରେ ନିରବତାରେ ସମର୍ଥନ ଦେଇ ଆସୁଥିବା ନେଇ ଅଭିଯୋଗ ହୋଇଥିଲା । ସେପଟେ ଏହି ଆନ୍ଦୋଳନ ଆରମ୍ଭରୁ ରାହୁଲ ଗାନ୍ଧୀ ନିଜ ଆଈଙ୍କ ଜନ୍ମଦିନ ପାଳନ ପାଇଁ ବିଦେଶ ପଳାଇଥିଲେ । ରାହୁଲ ଗାନ୍ଧୀ ବିଦେଶ କରିବା ପରେ କଂଗ୍ରେସକୁ ନେଇ ଯେଉଁ ଅଭିଯୋଗ ହେଉଥିଲା ତାହା ଏକ ପ୍ରକାର ଶିଥିଳ ପଡ଼ି ଯାଇଥିଲା । 

ଅଧିକ ପଢନ୍ତୁ: ସର୍ଭେ: ବିରୋଧୀ ଦଳର କେଉଁ ନେତା ଭବିଷ୍ୟତରେ ପିଏମ ମୋଦିଙ୍କୁ ଦେଇପାରନ୍ତି ଟକ୍କର? ଜାଣନ୍ତୁ...

ସେପଟେ ନିକଟରେ ରାହୁଲ ବିଦେଶରୁ ଫେରିବା ପରେ କୃଷକ ଆନ୍ଦୋଳନକୁ ନେଇ ମୁଁହ ଖୋଲିଥିଲେ । ଯାହାକୁ ନେଇ ଏବେ ବିରୋଧୀ କଂଗ୍ରେସକୁ ଚାରିଆଡୁ ଘେରିଛନ୍ତି । ରାହୁଲ ଗାନ୍ଧୀ ବିଦେଶରୁ ଫେରିବା ପରେ କଂଗ୍ରେସକୁ ଖୋଲାଖୋଲି ସମର୍ଥନ କରିଥିଲେ । ଏପରିକି ଶେଷ ପର୍ଯ୍ୟନ୍ତ ସେ କୃଷକମାନଙ୍କ ସହିତ ରହିବେ ବୋଲି କହିଥିଲେ । ରାହୁଲଙ୍କ ଏହି ମନ୍ତବ୍ୟ ରାଜନୀତି ନିଆଁରେ ଘିଅ ଢାଳିଥିଲା । ଶାସକ ବିଜେପି ସହିତ ଅନ୍ୟ ରାଜନୈତିକ ଦଳ କଂଗ୍ରେସକୁ ଘେରିଥିଲେ । 

ବିଜେପି କହିଛି କି, ଏହି ଆନ୍ଦୋଳନ କଂଗ୍ରେସର ଏକ ସୁଚିନ୍ତିତ ଷଡ଼ଯନ୍ତ୍ର । ସରକାର ଆଣିଥିବା ୩ଟି କୃଷକ ଆଇନକୁ ପ୍ରତ୍ୟାହାର କରିବା ପାଇଁ କଂଗ୍ରେସ କୃଷକମାନଙ୍କୁ ଏକତ୍ରିତ କରି ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ କରିଛି । କୃଷକମାନଙ୍କ ମଧ୍ୟରେ ଭୁଲ ତଥ୍ୟ ଦେଇ ଭଡକାଉଥିବା ନେଇ ବିଜେପି କହିଛି । 

ଅଧିକ ପଢନ୍ତୁ:Covaxin ଟିକା ନେବା ପୂର୍ବରୁ ଦସ୍ତଖତ ହେଉଛି ସ୍ୱୀକୃତି ପତ୍ର

ସୂଚନାଯୋଗ୍ୟ ଗତବର୍ଷ ନଭେମ୍ବର ଶେଷ ଭାଗରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି କୃଷକମାନେ । ପଞ୍ଜାବ ଓ ହରିଆଣାର ଶତାଧିକ ଚାଷୀ ଦିଲ୍ଲୀର ବିଭିନ୍ନ ସୀମାରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ବର୍ତ୍ତମାନ ସମୟରେ ଦେଶର ବିଭିନ୍ନ ରାଜ୍ୟରୁ କୃଷକମାନେ ଆସି ସାମିଲ ହୋଇଛନ୍ତି। ତେବେ ଏହି ଆନ୍ଦୋଳନ ଯୋଗୁ ଯାତାୟତରେ ବାଧା ସୃଷ୍ଟି ହୋଇଛି ।