'ଆଲୋଚନା ନହେଲେ ଗୁଳିରେ ସରିବ କୃଷକ ଆନ୍ଦୋଳନ'
Advertisement

'ଆଲୋଚନା ନହେଲେ ଗୁଳିରେ ସରିବ କୃଷକ ଆନ୍ଦୋଳନ'

ଗଣମାଧ୍ୟମ ସହିତ କଥାବାର୍ତ୍ତା କରି କୃଷକ ନେତା ରାକେଶ ଟିକାୟତ (Rakesh Tikait) କହିଛନ୍ତି ଯେ, ଏହି କୃଷକ ଆନ୍ଦୋଳନ ‘ଆଲୋଚନା’ କିମ୍ବା ‘ଗୁଳି’ ସହିତ ଶେଷ ହେବ।

ଫାଇଲ ଫଟୋ

ନୂଆଦିଲ୍ଲୀ: ପ୍ରାୟ ୮ ମାସ ହେଲା ଦିଲ୍ଲୀ ସୀମାରେ କୃଷକ ଆନ୍ଦୋଳନ ଜାରି ରହିଛି। ସେମାନେ ତିନି କୃଷି ଆଇନକୁ ପତ୍ୟାହାର କରିବାକୁ ଦାବି କରୁଛନ୍ତି। ଏହାକୁ ନେଇ ୧୧ ଥର କୃଷକ ନେତା ଓ କେନ୍ଦ୍ର ସରକାରଙ୍କ ମଧ୍ୟ ଆଲୋଚନା ହୋଇଛି। କିନ୍ତୁ ସେଥିରୁ କୌଣସି ନିଷ୍କର୍ଷ ବାହାରିନାହିଁ। ଏହାରି ମଧ୍ୟରେ ବିକେୟୁ ପ୍ରବକ୍ତ ରାକେଶ ଟିକାୟତ ଗଣମାଧ୍ୟମରେ କୃଷକ ଆନ୍ଦୋଳନର ଆଗାମୀ ରଣନୀତି ସ୍ପଷ୍ଟ କରିଛନ୍ତି।

ଗଣମାଧ୍ୟମ ସହିତ କଥାବାର୍ତ୍ତା କରି କୃଷକ ନେତା ରାକେଶ ଟିକାୟତ (Rakesh Tikait) କହିଛନ୍ତି ଯେ, ଏହି କୃଷକ ଆନ୍ଦୋଳନ ‘ଆଲୋଚନା’ କିମ୍ବା ‘ଗୁଳି’ ସହିତ ଶେଷ ହେବ। ଟିକାୟତ ଏହି  ବିରୋଧ ପାଇଁ କେନ୍ଦ୍ର ହିଁ ଦାୟୀ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଯଦି କେନ୍ଦ୍ର ଚାହୁଁଛି, ସେମାନେ ଏକ ନିଃସର୍ତ୍ତ ଆଲୋଚନା କରି କୃଷକ ଆନ୍ଦୋଳନକୁ ବନ୍ଦ କରିପାରିବେ ନଚେତ ଏଥିପାଇଁ ଗୁଳି ବ୍ୟବହାର କରିପାରିବେ।

Also Read: Twitter କୁ ଲାଗିଲା ଆଉ ଝଟକା, ଏବେ Koo ରେ RSS ର ଏଣ୍ଟ୍ରି Twitter କୁ ଲାଗିଲା ଆଉ ଝଟକା, ଏବେ Koo ରେ RSS ର ଏଣ୍ଟ୍ରି

ସୂଚନାଯୋଗ୍ୟ, କେନ୍ଦ୍ର ସରକାର (Central Govt) ବାରମ୍ବାର ଦୃଢୋକ୍ତି ପ୍ରକାଶ କରିଛନ୍ତି ଯେ, ବିରୋଧ କରାଯାଉଥିବା କୃଷି ବିଲର କେତେକ ଧାରା ଉପରେ ଆଲୋଚନା କରିବାକୁ ସେମାନେ ପ୍ରସ୍ତୁତ ଅଛନ୍ତି କିନ୍ତୁ ଆଇନକୁ ପ୍ରତ୍ୟାହାର କରାଯିବନାହିଁ। ତେବେ, ବିରୋଧକୁ ଏକ ଯୁକ୍ତିଯୁକ୍ତ ସିଦ୍ଧାନ୍ତରେ ଆଣିବା ପାଇଁ ଟିକାୟତଙ୍କ କୌଣସି ମନୋଭାବ ନଥିବା ଜଣାପଡୁଛି। ଆଇନକୁ ଫେରାଇ ନନିଆଯିବା ଯାଏଁ ସେମାନେ ଆନ୍ଦୋଳନକୁ ବନ୍ଦ କରିବେ ନାହିଁ ବୋଲି ଅଡି ବସିଛନ୍ତି।

"କୃଷି ଆଇନ (Farm Act 2020) କୁ ପ୍ରତ୍ୟାହାର କରାଯିବ ନାହିଁ, ତଥାପି ସେମାନେ ଆମକୁ ଆନ୍ଦୋଳନ (FArmers Protest) ବନ୍ଦ କରିବାକୁ କହୁଛନ୍ତି। କୃଷକମାନେ ଦୀର୍ଘ ୮ ମାସ ପର୍ଯ୍ୟନ୍ତ ବିରୋଧ କରୁନାହାଁନ୍ତି ଯାହା ଦ୍ୱାରା ସେମାନେ ସରକାରଙ୍କ ନିର୍ଦ୍ଦେଶ ପାଳନ କରିପାରିବେ। ଯଦି ସେମାନେ କଥାବାର୍ତ୍ତା କରିବାକୁ ଚାହାଁନ୍ତି, ସେମାନେ କଥାବାର୍ତ୍ତା କରିପାରିବେ, କିନ୍ତୁ କୌଣସି ସର୍ତ୍ତ ଲାଗୁ କରାଯିବା ଉଚିତ୍ ନୁହେଁ" ବୋଲି ଗଣମାଧ୍ୟମ ସହିତ କଥାବାର୍ତ୍ତା ବେଳେ ଟିକାୟତ କହିଛନ୍ତି।

Also Read: ଜନସଂଖ୍ୟା ନିୟନ୍ତ୍ରଣ କରିବେ ଯୋଗୀ ସରକାର, ଆଣିବାକୁ ଯାଉଛନ୍ତି ଏହି ନିୟମ

କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ସ୍ପଷ୍ଟ କରିଛନ୍ତି ଯେ, ତିନୋଟି କୃଷି ଆଇନ କୃଷକଙ୍କ ଜୀବନରେ ବୈପ୍ଳବିକ ପରିବର୍ତ୍ତନ ଆଣିବ।ଏହି ଆଇନଗୁଡିକ ରଦ୍ଦ କରିବାକୁ ଦାବି ଉପରେ ସରକାର ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି। ମୁଁ କୃଷକ ସଂଗଠନକୁ ଥରେ ନୁହେଁ ବରଂ ଅନେକ ଥର କହିଛି ଯେ, ସେମାନେ ତିନିଟି ଆଇନକୁ ରଦ୍ଦ କରିବା ବ୍ୟତୀତ ଅନ୍ୟ କୌଣସି ପ୍ରସ୍ତାବ ନେଇ ଆମ ପାଖକୁ ଆସନ୍ତି, ଆମେ ସେହି ପ୍ରସ୍ତାବ ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ। APMC ଶେଷ ହେବ ନାହିଁ କିନ୍ତୁ APMC ଅଧିକ ଶକ୍ତିଶାଳୀ ହେବା ଉଚିତ୍। ଏଥିପାଇଁ ମୋଦି ସରକାର ପ୍ରତିବଦ୍ଧ ବୋଲି କୃଷି ମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, କୃଷି ଆଇନକୁ ବିରୋଧ କରୁଥିବା କୃଷକ ନତାଙ୍କ ସହ ସରକାର ୧୧ ଥର ଆଲୋଚନା କରିଥିଲେ। ଦଶମ ପର୍ଯ୍ୟାୟ ଆଲୋଚନାରେ କୃଷି ଆଇନକୁ ଦେଢ ବର୍ଷ ସ୍ଥଗିତ ରଖିବାକୁ ପ୍ରସ୍ତାବ ମଧ୍ୟ ଦେଇଥିଲେ। ତଥାପି ଆନ୍ଦୋଳନକାରୀ କୃଷକମାନେ ସେଥିରେ ସନ୍ତୁଷ୍ଟ ହୋଇନଥିଲେ। ଜାନୁଆରୀରେ ଶେଷ ପର୍ଯ୍ୟାୟ ଆଲୋଚନା ହୋଇଥିଲା, ଯାହା ପରେ ପରବର୍ତ୍ତୀ ବୈଠକ ପାଇଁ କୌଣସି ନୂତନ ତାରିଖ ସ୍ଥିର କରାଯାଇ ନଥିଲା | ମହାମାରୀର ଦ୍ୱିତୀୟ ଲହର ହ୍ରାସ ପାଉଥିବାରୁ କେନ୍ଦ୍ର ଓ କେନ୍ଦ୍ର ମନ୍ତ୍ରୀ ଚାଷୀଙ୍କୁ ଆଲୋଚନା ପାଇଁ ଏକାଧିକ ଥର ନିମନ୍ତ୍ରଣ କରିଛନ୍ତି, ତଥାପି ନେତାମାନେ ସେମାନଙ୍କ ଦାବି ଉପରେ ଜିଦ୍ ଧରିଛନ୍ତି।