)
ନୂଆଦିଲ୍ଲୀ: farmers bill: କୃଷି ବିଲ୍ ବିରୋଧରେ ଚାଷୀ (Farmers) ଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଛି । ସଂସଦରେ ପାରିତ ହୋଇଥିବା ୩ଟି କୃଷି ବିଲକୁ ବିରୋଧ କରି ଆଜି(ସୋମବାର) ଭାରତ କିସାନ୍ ୟୁନିଅନ୍ (BKU) ଉତ୍ତରପ୍ରଦେଶର ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରିଛି । ମୁଜାଫରନଗର BKUର ରାଷ୍ଟ୍ରୀୟ ମୁଖପାତ୍ର ରାକେଶ ଟିକାଇଟ କହିଛନ୍ତି ଯେ, ସରକାର ବହୁମତର ନିଶାରେ ଅଛନ୍ତି । ଦେଶର ସଂସଦ ଇତିହାସରେ ଏହା ହେଉଛି ପ୍ରଥମ ଦୁର୍ଭାଗ୍ୟଜନକ ଘଟଣା ଯେ ଅନ୍ନଦାତା ସହ ଜଡିତ ୩ଟି କୃଷି ବିଲ୍ ପାରିତ ହେବାବେଳେ କୌଣସି ଚର୍ଚ୍ଚା କିମ୍ବା କୌଣସି ସାଂସଦଙ୍କୁ ପ୍ରଶ୍ନ କରିବାର ଅଧିକାର ଦିଆଯାଇ ନାହିଁ । ଭାରତରେ ଗଣତନ୍ତ୍ରର ଅଧ୍ୟାୟରେ ଏହା ଏକ କଳା ଦିନ ।
ରାକେଶ ଟିକାଇଟ୍ କହିଛନ୍ତି ଯେ, ଯଦି ଦେଶର ସାଂସଦମାନଙ୍କୁ ପ୍ରଶ୍ନ ପଚାରିବାର ଅଧିକାର ନାହିଁ । ତେବେ ମହାମାରୀ ସମୟରେ ଦେଶ ପାଇଁ ଏକ ନୂତନ ସଂସଦ ନିର୍ମାଣ କରି ମୋଦିଜୀ କାହିଁକି ଜନତାଙ୍କ ଆୟର ୯୦୦ କୋଟି ଟଙ୍କା ବର୍ବାଦ କରୁଛନ୍ତି ? ଆଜି ଦେଶର ସରକାର ଚାଷୀଙ୍କ ସମର୍ଥନ ମୂଲ୍ୟର ଅଧିକାରକୁ ପଛ ରାସ୍ତାରୁ ହଟାଇବାକୁ ଚାହୁଁଛନ୍ତି, ଯାହା ଦେଶର ଚାଷୀଙ୍କୁ ବର୍ବାଦ କରିଦେବ ।
ଅଧିକ ପଢ଼ନ୍ତୁ:-ଚାଷୀଙ୍କୁ ବଡ଼ ଉପହାର ଦେଲେ ମୋଦି ସରକାର !
ମଣ୍ଡି ବାହାରେ କ୍ରୟ ଶୁଳ୍କ ନ ହେବାରୁ ଦେଶର ମଣ୍ଡି ବ୍ୟବସ୍ଥା ସମାପ୍ତ ହୋଇଯିବ । ସରକାର ଧୀରେ ଧୀରେ ଫସଲ କ୍ରୟରୁ ଓହରିଯିବେ । ଚାଷୀଙ୍କୁ ବଜାର ହାତରେ ଛାଡ଼ି ଦେଶର ଚାଷକୁ ମଜବୁତ କରାଯାଇପାରିବ ନାହିଁ । ଅତୀତରେ ଏହାର ଫଳାଫଳ ବିଶ୍ୱ ବାଣିଜ୍ୟ ସଂଗଠନ ଆକାରରେ ମଧ୍ୟ ଦେଖିବାକୁ ମିଳିଛି ବୋଲି ଟିକାଇଟ୍ କହିଛନ୍ତି । ଭାରତୀୟ କୃଷକ ସଂଘ ଏହି ଅଧିକାରର ଲଢ଼େଇକୁ ମଜଭୁତି ସହ ଲଢ଼ିବ ବୋଲି ରାକେଶ ଟିକାଇଟ୍ ଚେତାବନୀ ଦେଇଛନ୍ତି । ଯଦି ସରକାର ଜିଦ୍ ଧରିଛନ୍ତି ତେବେ ଚାଷୀ ମଧ୍ୟ ପଛକୁ ଫେରିବେ ନାହିଁ । ସେପ୍ଚେମ୍ୱର ୨୫ ତାରିଖରେ ସମଗ୍ର ଦେଶର ଚାଷୀ ଏହି ବିଲକୁ ବିରୋଧ କରିବାକୁ ରାସ୍ତାରେ ଓହ୍ଲାଇବେ । ଯେପର୍ଯ୍ୟନ୍ତ କୌଣସି ସହମତି ହେବ ନାହିଁ ସେପର୍ଯ୍ୟନ୍ତ ସମଗ୍ର ଦେଶର ଚାଷୀ ରାସ୍ତାରେ ରହିବେ ।