• ରାଜ୍ୟରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ଟିକାକରଣ
  • ଗଞ୍ଜାମ ଜିଲ୍ଲାପାଳଙ୍କ ନୂଆ ନିୟମ
  • ଦୋକାନୀ ସହ କର୍ମଚାରୀ ଟିକା ନେବା ବାଧ୍ୟତାମୂଳକ
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୧୧୬୭ ଜଣଙ୍କ ଜୀବନ
  • ଦେଶରେ ଦିନକରେ ୪୨ ହଜାର ୬୪୦ ଜଣ କୋରୋନାରେ ଆକ୍ରାନ୍ତ ଚିହ୍ନଟ
  • ରାଜ୍ୟରେ ଆଜି ୨୯୫୭ କୋରୋନା ଆକ୍ରାନ୍ତ ଚିହ୍ନଟ
  • ରାଜ୍ୟରେ ଆଉ ୩୮ ଜଣଙ୍କ ଜୀବନ ନେଲା କୋରୋନା
  • ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା ୩୮ ଲକ୍ଷ ୮୮ ହଜାର ୩୫୫କୁ ବୃଦ୍ଧି
  • ଟିକାକରଣରେ ଭାରତର ରେକର୍ଡ; ଦିନକରେ ୮୪ ଲକ୍ଷରୁ ଅଧିକ ଲୋକ ନେଲେ ଚିକା
  • ୨ୟ ବର୍ଷ ପାଇଁ ଅମରନାଥ ଯାତ୍ରା ବନ୍ଦ

ଆଜି ବିଶ୍ୱ ରେଡ଼ିଓ ଦିବସ: ବିନା ତାରରେ ଯୋଡ଼େ ସମ୍ପର୍କ... ବେତାର ଯନ୍ତ୍ର

ରେଡିଓର ଅଙ୍କାବଙ୍କା ରାସ୍ତାକୁ ମନେ ପକାଇବାର ଦିନଟିଏ ହେଉଛି ରେଡ଼ିଓ ଦିବସ । 

 ଆଜି ବିଶ୍ୱ ରେଡ଼ିଓ ଦିବସ: ବିନା ତାରରେ ଯୋଡ଼େ ସମ୍ପର୍କ... ବେତାର ଯନ୍ତ୍ର

ନୂଆଦିଲ୍ଲୀ: ଆଜି ଫେବୃଆରୀ ୧୩ ତାରିଖ । ଏହି ଦିବସଟି ଦେଶବାସୀଙ୍କ ପାଇଁ ବେଶ ମହତ୍ତ୍ୱ ରଖେ। ଯେତେବେଳେ ନିଷ୍କ୍ରିୟ ସମୟରେ ଲୋକମାନଙ୍କ ମନୋରଞ୍ଜନ କରୁଥିଲା ରେଡ଼ିଓ ପାଇଁ ଦିନଟିଏ ।  ଫେବୃଆରୀ ୧୪ ଭାଲେଣ୍ଟାଇନ ଦିବସର ଠିକ ଗୋଟିଏ ଦିନ ପୂର୍ବର ଏହି ଦିନ । ଆଜିର ଏହି ଦିନରେ ବିଶ୍ୱ ଆଜି ପାଳନ କରୁଛି ବିଶ୍ୱ ରେଡ଼ିଓ ଦିବସ । ୟୁନେସ୍କୋରେ ୨୦୧୧ ମସିହା ନଭେମ୍ବରରେ ନିଷ୍ପତ୍ତି ହୋଇଥିଲା ବିଶ୍ୱ ରେଡ଼ିଓ ଦିବସ ପାଳନ କରିବାର।

ଅଧିକ ପଢନ୍ତୁ: ମଣିଷ ମଲେ ହଡ଼କମ୍ପ; ହାତୀ ମଲେ ଯାଏ କେତେ ଆସେ କେତେ !

ମାନବୀୟ ଜୀବନ ରେଡ଼ିଓର ପରାକାଷ୍ଠା, ରେଡିଓର ଅଙ୍କାବଙ୍କା ରାସ୍ତାକୁ ମନେ ପକାଇବାର ଦିନଟିଏ ହେଉଛି ରେଡ଼ିଓ ଦିବସ । ଭାରତରେ ଘରୋଇ ରେ଼ଡିଓ ପ୍ରସାରଣ ଓ ପରେ ଆକାଶବାଣୀ ଆଉ ଏଫଏମ ରେଡ଼ିଓ। ରେଡ଼ିଓର ଯାତ୍ରା ବହୁତ ଅଙ୍କାବଙ୍କା ଓ ବହୁତ ଲମ୍ବା । ଉତ୍ଥାନ ପତନ ଓ ନୂଆ ଅଭ୍ୟୁତ୍ଥାନ ମଧ୍ୟରେ ରେଡ଼ିଓ ତାର ଯାତ୍ରା ଜାରି ରଖିଛି । ଏହି ଯାତ୍ରା ସମୟରେ ରେଡ଼ିଓ ଅନେକ ଥର ଝୁଣ୍ଟିଥିଲେ ମଧ୍ୟ ଥମି ଯାଇନି ।

ଅଧିକ ପଢନ୍ତୁ: ଚର୍ଚ୍ଚାରେ ପୋଷ୍ଟର ବୟ ରାକେଶ ଟିକେତ୍, ସରକାରଙ୍କୁ ଦେଲେ ନୂଆ ଧମକ

ଏହାରି ମଧ୍ୟରେ ଗଳିକନ୍ଦି ଅଟୋ ଟ୍ୟାକ୍ସିରେ ବାଜୁଛି ଏଫଏମ ରେଡ଼ିଓ। ଭାରତରେ ୧୦୦ରୁ ଊର୍ଦ୍ଧ୍ୱ ସହରରେ ୩୭୦ ରେଡ଼ିଓ ସଂସ୍ଥା ଦ୍ୱାରା ପ୍ରସାରଣ କରାଯାଉଛି । ଅଲ ଇଣ୍ଡିଆ ରେଡ଼ିଓରେ ନିଜସ୍ୱ ୪୫୦ ଏଫଏମ ରେଡ଼ିଓ ପ୍ରସାରଣ କରୁଛନ୍ତି । ଓଡ଼ିଶାରେ ୧୭ ରୁ ୧୮ ରେଡ଼ିଓ ଷ୍ଟେସନ ଲୋକଙ୍କ ନିକଟରେ ମନୋରଞ୍ଜନ ପହଞ୍ଚାଉଛନ୍ତି । ସେପଟେ ଦେଶରେ ପ୍ରଧାନମନ୍ତ୍ରୀ ମନ କି ବାତ କାର୍ଯ୍ୟକ୍ରମ ଦର୍ଶାଇଛି ବର୍ତ୍ତମାନ ଯୁଗରେ ମଧ୍ୟ ରେଡ଼ିଓର ଆବଶ୍ୟକତା । ଯୋଗାଯୋଗ ପାଇଁ ଆଜି ବି ରେଡ଼ିଓର ଆବଶ୍ୟକତା କେତେ ଗୁରୁତ୍ତ୍ୱପୂର୍ଣ୍ଣ ରହିଛି ତାହା ଦର୍ଶାଇଛି । 

ତେବେ ଏହି ରେଡ଼ିଓ ଦିବସ ଉପଲକ୍ଷେ ସୁବ୍ରତ ପତି ନାମକ ଜଣେ ଯୁବକ ଅନ୍ତର୍ଜାତୀୟ ସ୍ତରର ରେଡ଼ିଓ ମେଳାର ମଧ୍ୟ ଆୟୋଜନ କରିଆସୁଛନ୍ତି । ସମଗ୍ର ବିଶ୍ୱରେ ଏଭଳି ଏକ ମେଳାର ପରିକଳ୍ପନା ପ୍ରଥମେ ସୁବ୍ରତ କରିଥିଲେ । ବିଗତ ୬ ବର୍ଷ ଧରି ସେ ଏହି ମେଳାର ଆୟୋଜନ କରିଆସୁଛନ୍ତି । ଏହି ମେଳାରେ ବାଂଲାଦେଶ, ଜାପାନ, ଭଳି ସହରରୁ ସରକାରୀ ରେଡ଼ିଓ ଷ୍ଟେସନଗୁଡ଼ିକ ସାମିଲ ହୋଇଥାନ୍ତି । ଏହି ମେଳା ରାଜ୍ୟର ଭୁବନେଶ୍ୱର ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏହି ମେଳାରେ ହାତ ତିଆରି ରେଡ଼ିଓ ଠାରୁ ଆରମ୍ଭ କରି ଗ୍ରାମଫୋନ, ଓ ଅତ୍ୟାଧୁନିକ ରେଡ଼ଓକୁ ମଧ୍ୟ ସ୍ଥାନ ଦିଆଯାଇଥାଏ ।

ଅଧିକ ପଢନ୍ତୁ: ପୁଣି ମିଳିଲା କାଳିଆ ଟଙ୍କା,କୃଷି କଲେ ଉନ୍ନତ ସକଳ ଉନ୍ନତି...

ସୁବ୍ରତ ଆହୁରି ମଧ୍ୟ କହିଛନ୍ତି କି ସମଗ୍ର ବିଶ୍ୱରେ ରେଡ଼ିଓ ଶ୍ରୋତାଙ୍କ ସଂଖ୍ୟା ଟିଭି ଦର୍ଶକଙ୍କ ଠାରୁ ଅଧିକ ରହିଛି।  ଏଭଳି ତଥ୍ୟ ୟୁନେସ୍କୋ ଦେଇଥିବା ନେଇ ସୁବ୍ରତ କହିଛନ୍ତି । ସୁବ୍ରତଙ୍କ କହିବା ମୁତାବକ ରେଡ଼ିଓ ଅଧିକାଂଶ ବିପର୍ଯ୍ୟୟ ସମୟରେ ହିଁ ବେଶ ସହାୟତା ଯୋଗାଇ ଦେଇ ଆସୁଛି। ସେପଟେ ସୁବ୍ରତ ଆହୁରି ମଧ୍ୟ ଦାବି କରିଛନ୍ତି କି ରେଡ଼ିଓ ଖୁବ କମ ପଇସାରେ ହିଁ ସୂଚନା ଦେଇ ଆସୁଛି । ସେ ଆହୁରି ମଧ୍ୟ କହିଛନ୍ତି କି ରେଡ଼ିଓରେ ଆମେ ଭାଷାଗତ ଦୃଷ୍ଟିରୁ ମଧ୍ୟ ଏହା ଅନେକ ଗୁରୁତ୍ତ୍ୱ ରଖେ । କମ୍ୟୁନିଟି ରେଡ଼ିଓରେ  ଆଞ୍ଚଳିକ ଭାଷାରେ ମହତ୍ତ୍ୱ ମଧ୍ୟ ରଖେ ବୋଲି ସୁବ୍ରତ ଦାବି କରିଛନ୍ତି।

ଅଧିକ ପଢନ୍ତୁ: ରେଳଓ୍ୱେ ଦେଲା ଗୁଡନ୍ୟୁଜ, ଚାଲିବ ସବୁ ଯାତ୍ରୀବାହୀ ଟ୍ରେନ

ସେହିପରି ସୁଦୁର ଲଣ୍ଡନରେ ମଧ୍ୟ ଓଡ଼ିଆ ସଂଗୀତକୁ ସ୍ଥାନ ଦେଇଛନ୍ତି ଜଣେ ଓଡ଼ିଆ ଡ. ଭାଗ୍ୟଶ୍ରୀ ସିଂ । ସୁଦୂର ଲଣ୍ଡରେ ଓଡ଼ିଆ ଗୀତର ପ୍ରଚାର ପ୍ରସାର କରି ଆସୁଛନ୍ତି ଏହି ଓଡ଼ିଆ । ଭାଗ୍ୟଶ୍ରୀ କୁହନ୍ତି କି ଲଣ୍ଡନରେ ଆଜି ବି ଲୋକମାନେ ରେଡ଼ିଓ ଶୁଣନ୍ତି। ଲଣ୍ଡନରେ ଏକ ଭିଏଚଏଫ ରେଡ଼ିଓ ରହିଛି । ଯାହା ମାଧ୍ୟମରେ ଭାରତୀୟ ସଂଗୀତ ଗୁଡ଼ିକୁ ପ୍ରସାରଣ କରାଯାଇଥାଏ । ଏହାରି ମଧ୍ୟରେ ଜଣେ ଓଡ଼ିଆ ଭାବରେ ଭାଗ୍ୟଶ୍ରୀ ଅନ୍ୟ ଜଣେ ଓଡ଼ିଆ ଡାକ୍ତର ଶୈଳେଶ ମିଶ୍ରଙ୍କ ସହିତ ମିଶି ଓଡ଼ିଆ ଗୀତକୁ ମଧ୍ୟ ପ୍ରସାରଣ କରୁଛନ୍ତି । ସପ୍ତାହରେ ଗୋଟିଏ ଦିନରେ ପ୍ରଚାର ପ୍ରସାରଣ କରି ଆସୁଛନ୍ତି ।