କରତାରପୁର କରିଡର ଖୋଲିବା ନେଇ ଚୂଡାନ୍ତ ନିଷ୍ପତ୍ତି ନେବ କେନ୍ଦ୍ର: ଏସଜିପିସି
Advertisement

କରତାରପୁର କରିଡର ଖୋଲିବା ନେଇ ଚୂଡାନ୍ତ ନିଷ୍ପତ୍ତି ନେବ କେନ୍ଦ୍ର: ଏସଜିପିସି

କରତାରପୁର କରିଡର ଖୋଲିବା ନେଇ କେନ୍ଦ୍ର ସରକାର ଯାହା ନିଷ୍ପତ୍ତି ନେବେ ତାହାକୁ ପାଳନ କରାଯିବ ବୋଲି ଜଣାଇଛି ଏସଜିପିସି |  

କରତାରପୁର କରିଡର ଖୋଲିବା ନେଇ ଚୂଡାନ୍ତ ନିଷ୍ପତ୍ତି ନେବ କେନ୍ଦ୍ର: ଏସଜିପିସି

ଅମ୍ରିତସର: କରତାରପୁର କରିଡରକୁ ପୁନର୍ବାର ଖୋଲିବ ନେଇ ଚୂଡାନ୍ତ ନିଷ୍ପତ୍ତି କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯିବ ବୋଲି ଜଣାଇଛନ୍ତି ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟି-ଏସଜିପିସି(Shiromani Gurdwara Parbandhak Committee-SGPC) ମୁଖ୍ୟ ସମ୍ପାଦକ ଡକ୍ଟର ରୂପ ସିଂହ | ଏ ପ୍ରସଙ୍ଗରେ ସରକାରଙ୍କ  ଯାହା ନିଷ୍ପତ୍ତି ଆସିବ ତାହାକୁ ପାଳନ କରାଯିବା ନେଇ ଜଣାଇଛନ୍ତି ସେ | 

ସମସ୍ତ ଶିଖ୍ ତୀର୍ଥଯାତ୍ରୀ ଚାହୁଁଛନ୍ତି କରତାରପୁର ସାହିବ କରିଡର ପୁନର୍ବାର ଖୋଲାଯିବ ଉଚିତ | ଏପରିକି ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟି ମଧ୍ୟ ଏନେଇ ଏକମତ ରହିଛି | ହେଲେ ଏ ମାମଲାରେ ଚୂଡ଼ାନ୍ତ ନିଷ୍ପତ୍ତି ଭାରତ ସରକାର ଗ୍ରହଣ କରିବେ | କାରଣ ଏହି ପ୍ରସଙ୍ଗ ଭାରତୀୟ ନାଗରିକଙ୍କ ସ୍ୱାସ୍ଥ୍ୟ ସହ ଜଡିତ | କେନ୍ଦ୍ର ସରକାର ଏ ବାବଦରେ ଯାହା ନିଷ୍ପତ୍ତି ନେବେ, ତାହାକୁ ପାଳନ କରାଯିବ ବୋଲି ଜଣାଇ ଦେଇଛନ୍ତି ଡକ୍ଟର ସିଂହ |

ଅନ୍ୟପଟେ ଜୁନ ୨୭ ଶନିବାର ପାକିସ୍ତାନ ପକ୍ଷରୁ କୁହାଯାଇଥିଲା ଜୁନ ୨୯ ତାରିଖରୁ ସମସ୍ତ ଶିଖ ତୀର୍ଥଯାତ୍ରୀଙ୍କ ପାଇଁ କରତାରପୁର ସାହିବ କରିଡରକୁ ଖୋଲିବାକୁ ପ୍ରସ୍ତୁତ ରହିଛି | ଏନେଇ ପାକିସ୍ତାନୀ ବୈଦେଶିକ ମନ୍ତ୍ରୀ ଶାହା ମହମୁଦ କ୍ୟୁରେଶୀ ଟ୍ୱିଟ କରି କହିଛନ୍ତି, କରତାରପୁର ସ୍ଥିତ ଗୁରୁଦ୍ୱାର ଦରବାର ସାହିବକୁ ଯୋଡୁଥିବା ୪.୭ କିଲୋମିଟର ରାସ୍ତା ଖୋଲିବାକୁ ପାକିସ୍ତାନ ସରକାର ପ୍ରସ୍ତତ ଅଛନ୍ତି ବୋଲି ଭାରତ ଉଦ୍ଦେଶ୍ୟରେ ଜଣାଇଛନ୍ତି |

କରତାରପୁର ସାହିବ କରିଡର ହେଉଛି ୪.୭ କିଲୋମିଟର ଦୂରତା ବିଶିଷ୍ଟ ରାସ୍ତା, ଯାହା ଭାରତର ପଞ୍ଜାବ ରାଜ୍ୟର ଗୁରୁଦାସପୁର ଜିଲ୍ଲାରେ ଅବସ୍ଥିତ ଡେରା ବାବା ନାନକ ସାହିବକୁ ପାକିସ୍ଥାନର କରତାରପୁରସ୍ଥିତ ଗୁରୁଦ୍ୱାର ଦରବାର ସାହିବକୁ ସଂଯୋଗ କରିଥାଏ | ଯାହାକୁ ଗତ ବର୍ଷ ଉଦଘାଟନ କରାଯାଇଥିଲା |