• ଆସନ୍ତା ସପ୍ତାହରେ ଭାରତ ଗସ୍ତରେ ଆସିବେ ଅଷ୍ଟ୍ରେଲିଆର ବାଣିଜ୍ୟ ଏବଂ ବିନିଯୋଗ ମନ୍ତ୍ରୀ ଡାନ ତେହାନ।
  • ପଞ୍ଜାବ: ୧୯୯୦ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଅନିରୁଦ୍ଧ ତେୱାରୀ ରାଜ୍ୟର ନୂତନ ମୁଖ୍ୟ ସଚିବ ଭାବେ ନିଯୁକ୍ତ।
  • ଗୁଜୁରାଟ ମୁନ୍ଦ୍ରା ବନ୍ଦର ହିରୋଇନ୍ ଜବତ ମାମଲାରେ ମନି ଲଣ୍ଡରିଂର ଯାଞ୍ଚ କରିବ ED।
  • ମାଲକାନିଗିର: ମୋଟୁ ଥାନା ଆଇଆଇସି ସୁଶାନ୍ତ ସାହୁ ଗିରଫ।
  • ଓଡ଼ିଶା ପଶ୍ଚିମବଙ୍ଗ ସୀମାନ୍ତ ଉଦୟପୁର ବେଳାଭୂମିର ୫୦ ଫୁଟରୁ ଅଧିକ ଭିତରକୁ ପଶି ରାତି ଅଧିଆ ପାଚେରୀ ଭାଙ୍ଗି ନେଲା ପଶ୍ଚିମବଙ୍ଗ ପ୍ରଶାସନ।
  • ବାଲିଆପାଳ ଗେଁଗୁତିଆରେ ପରକିୟା ପ୍ରୀତିରୁ ହତ୍ୟାକାଣ୍ଡ । ମୃତକ ଜଣକ ତରୁଣ ପାତ୍ର, ପୋଲିସର ତଦନ୍ତ ଜାରି ।
  • ମୟୂରଭଞ୍ଜ: ମୃତା କାଞ୍ଚନି ପରିବାରକୁ ୫୦ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇଲେ ବିଜେଡି ବିଧାୟକ ପ୍ରଣବ ଦାସ ।
  • ଆମେରିକାର ପ୍ରଥମ ଦିନ ଗସ୍ତରେ ଉପରାଷ୍ଟ୍ରପତି କମଳା ହାରିସ ଓ ବିଶ୍ୱସ୍ତରୀୟ CEOଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ମୋଦି ।
  • କେନ୍ଦୁଝରରେ ନେସ୍କୋ ଯନ୍ତ୍ରୀ ମହେଶ୍ଵର ସେଠୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି

ବଡ଼ ଖବର ! ଏବେ କେଉଁ ସରକାରୀ ବ୍ୟାଙ୍କର ହେବ ମିଶ୍ରଣ, ସରକାର କଲେ ଖୁଲାସା

ଚଳିତ ଆର୍ଥିକ ବର୍ଷ ଅର୍ଥାତ୍ ୨୦୨୧-୨୨ ପାଇଁ ବିନିଯୋଗ ଏବଂ ଘରୋଇକରଣ ପାଇଁ ସରକାର ୧.୭୫ ଲକ୍ଷ କୋଟି ଟଙ୍କା ଧାର୍ଯ୍ୟ କରିଛନ୍ତି। ଏଠାରେ କହିରଖୁଛୁ ଯେ, ଘରୋଇକରଣ ପାଇଁ NITI ଆୟୋଗକୁ ଚୟନ କାର୍ଯ୍ୟ ଦିଆଯାଇଛି ।  

ବଡ଼ ଖବର ! ଏବେ କେଉଁ ସରକାରୀ ବ୍ୟାଙ୍କର ହେବ ମିଶ୍ରଣ, ସରକାର କଲେ ଖୁଲାସା

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ବର୍ତ୍ତମାନ ସରକାରୀ କ୍ଷେତ୍ର ବ୍ୟାଙ୍କ ଗୁଡ଼ିକୁ ମିଶ୍ରଣ କରିବା ପାଇଁ ସରକାରଙ୍କ କୌଣସି ଯୋଜନା ନାହିଁ। କିମ୍ବା ଏ ବାବଦରେ କୌଣସି ପ୍ରକାରର ପ୍ରସ୍ତାବ ଦିଆଯାଇ ନାହିଁ । ବଜେଟ୍ ୨୦୨୧ ରେ ଦୁଇଟି ବ୍ୟାଙ୍କର ଘରୋଇକରଣ ହେବ ବୋଲି ପୂର୍ବରୁ ଘୋଷଣା କରାଯାଇଛି।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Finance Minister) ୧ ଫେବୃଆରୀ ୨୦୨୧ ରେ ବଜେଟ୍ ଉପସ୍ଥାପନ କରିବା ବେଳେ ଦୁଇଟି ବ୍ୟାଙ୍କ ଏବଂ ଏକ ସରକାରୀ ବୀମା କମ୍ପାନୀର ଘରୋଇକରଣ ଘୋଷଣା କରିଥିଲେ । ଚଳିତ ଆର୍ଥିକ ବର୍ଷ ଅର୍ଥାତ୍ ୨୦୨୧-୨୨ ପାଇଁ ବିନିଯୋଗ ଏବଂ ଘରୋଇକରଣ ପାଇଁ ସରକାର ୧.୭୫ ଲକ୍ଷ କୋଟି ଟଙ୍କା ଧାର୍ଯ୍ୟ କରିଛନ୍ତି। ଏଠାରେ କହିରଖୁଛୁ ଯେ, ଘରୋଇକରଣ ପାଇଁ NITI ଆୟୋଗକୁ ଚୟନ କାର୍ଯ୍ୟ ଦିଆଯାଇଛି । ବର୍ତ୍ତମାନର ସୂଚନା ଅନୁଯାୟୀ ଘରୋଇକରଣ ପାଇଁ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ ଏବଂ ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆକୁ (Central Bank Of India) ଚୟନ କରାଯାଇଛି । କିନ୍ତୁ ଏହା ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇନାହିଁ।

Also Read: India Book Of Recordsରେ ସମ୍ବଲପୁରର କୁନି ଗାଳ୍ପିକ ଆହାନ୍

ସାର୍ବଜନୀନ କ୍ଷେତ୍ର ବ୍ୟାଙ୍କଗୁଡିକର ସ୍ଥିତିକୁ ସୁଧାରିବା ପାଇଁ ମୋଦି ସରକାର (Modi Government) ଦୁଇଟି ଭିନ୍ନ ପର୍ଯ୍ୟାୟରେ ମିଶ୍ରଣ ପ୍ରକ୍ରିୟା ଗ୍ରହଣ କରିଥିଲେ । ୨୦୧୯ ରେ, ୧୦ ଟି ସରକାରୀ ସେକ୍ଟର ବ୍ୟାଙ୍କ ମିଶ୍ରଣ କରାଯାଇଥିଲା । ଏହି ସମୟରେ ୬ ଟି ଦୁର୍ବଳ ବ୍ୟାଙ୍କକୁ ଚାରୋଟି ବଡ ବ୍ୟାଙ୍କରେ ମିଶ୍ରଣ କରାଯାଇଥିଲା । ଏଥି ସହିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସହିତ ଓରିଏଣ୍ଟାଲ ବ୍ୟାଙ୍କ ଅଫ୍ କମର୍ସ ଏବଂ ୟୁନାଇଟେଡ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ମିଶ୍ରଣ କରାଯାଇଥିଲା । ଏହା ପରେ ଆହ୍ଲାବାଦ ବ୍ୟାଙ୍କକୁ ଇଣ୍ଡିଆନ ବ୍ୟାଙ୍କ ସହିତ ମିଶ୍ରଣ କରାଯାଇଥିଲା। ସିଣ୍ଡିକେଟ୍ ବ୍ୟାଙ୍କକୁ କାନାଡା ବ୍ୟାଙ୍କ (Canara Bank) ସହିତ ମିଶ୍ରଣ କରାଯାଥିଲା । ଆନ୍ଧ୍ର ବ୍ୟାଙ୍କ ଏବଂ କର୍ପୋରେସନ୍ ବ୍ୟାଙ୍କ ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (Union Bank Of India) ସହିତ ମର୍ଜ କରାଯାଇଥିଲା।

Also Read: Tokyo Olympics 2020: ଦେଶବାସୀଙ୍କୁ ନିରାଶ କଲେ ଦୂତୀ, ଭଉଣୀ ଉପରେ ବର୍ଷିଲେ ସରସ୍ୱତୀ

ପ୍ରଥମ ପର୍ଯ୍ୟାୟରେ ପାଞ୍ଚଟି ଆସୋସିଏଟ୍ ବ୍ୟାଙ୍କ ଦେଶର ସର୍ବ ବୃହତ ପବ୍ଲିକ୍ ସେକ୍ଟର ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (State Bank Of India) ସହିତ ମିଶ୍ରଣ କରାଯାଇଥିଲା । ଏହା ବ୍ୟତୀତ ବିଜୟା ବ୍ୟାଙ୍କ ଏବଂ ଦେନା ବ୍ୟାଙ୍କକୁ ବ୍ୟାଙ୍କ ଅଫ୍ ବରୋଦା (Bank Of Baroda) ସହିତ ମିଶ୍ରଣ କରାଯାଇଥିଲା । ବର୍ତ୍ତମାନ ଦେଶରେ ୧୨ ଟି ସରକାରୀ କ୍ଷେତ୍ର ବ୍ୟାଙ୍କ ଅଛି ।

Also Read: ରାଜଧାନୀରେ ସୁନା ମୂଲ୍ୟରେ ହ୍ରାସ, ଜାଣନ୍ତୁ କ'ଣ ରହିଛି ରୁପା ରେଟ୍

ବ୍ୟାଙ୍କ ଗୁଡ଼ିକ ମିଶ୍ରଣର ଏବେ ପ୍ରଭାବ ଦେଖାଇବାକୁ ମିଳିଛି । ଏହାଦ୍ୱାରା ବ୍ୟାଙ୍କଗୁଡ଼ିକର ରୋଜଗାର ବୃଦ୍ଧି ପାଇଛି । କୋରୋନା ମହାମାରୀ ସତ୍ତ୍ୱେ ଆର୍ଥିକ ବର୍ଷ ୨୦୨୦-୨୦୨୧ ରେ, ସରକାରୀ କ୍ଷେତ୍ର ବ୍ୟାଙ୍କଗୁଡିକ ପାଞ୍ଚ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଭଲ ରେସପନ୍ସ ମିଳିଛି । ଗତ ଆର୍ଥିକ ବର୍ଷରେ ୧୨ ଟି ବ୍ୟାଙ୍କର ମୋଟ ଆୟ ୩୧ ହଜାର ୮୧୭ କୋଟି ଟଙ୍କା ଥିଲା । ବିପର୍ଯସ୍ତ ଋଣ ସମସ୍ୟା ଧୀରେ ଧୀରେ ହ୍ରାସ ପାଉଛି, ଯେଉଁଥିପାଇଁ ବ୍ୟାଙ୍କଗୁଡ଼ିକର ଅବସ୍ଥାରେ ସୁଧାର ଆସୁଛି । ୨୦୧୯-୨୦ ଆର୍ଥିକ ବର୍ଷରେ, ସରକାରୀ କ୍ଷେତ୍ର ବ୍ୟାଙ୍କଗୁଡିକର ମୋଟ କ୍ଷତି ୨୬ ହଜାର ୦୧୫କୋଟି ଥିଲା । କେବଳ ପଞ୍ଜାବ ଏବଂ ସିନ୍ଧ ବ୍ୟାଙ୍କ ଏବଂ ସେଣ୍ଟ୍ରାଲ ବ୍ୟାଙ୍କ କ୍ଷତି ସହିଛନ୍ତି।