କୃଷି ଭିତ୍ତିଭୂମି ପାଇଁ ୧ ଲକ୍ଷ କୋଟି ଟଙ୍କା ଫଣ୍ଡର ବ୍ୟବସ୍ଥା କରାଯାଇଛି । ବୁଧବାର ସାମ୍ବାଦିକ ସମ୍ମିଳନୀର ପ୍ରଥମ ପର୍ଯ୍ୟାୟରେ ଅର୍ଥମନ୍ତ୍ରୀ କ୍ଷୁଦ୍ର, ମଧ୍ୟମ ଶିଳ୍ପ ଏବଂ ରିଅଲ ଇଷ୍ଟେଟ୍ ସମେତ ଅନ୍ୟାନ୍ୟ କ୍ଷେତ୍ରକୁ ପ୍ରଦାନ କରାଯାଇଥିବା ରିହାତି ଉପରେ କହିଥିଲେ । ଗୁରୁବାର ଚାଷୀ ଓ ପ୍ରବାସୀ ଶ୍ରମିକମାନଙ୍କୁ ଦିଆଯାଉଥିବା ସୁବିଧା ତଥା ରିହାତି ବିଷୟରେ ସେ କହିଥିଲେ ।
Trending Photos
ନୂଆଦିଲ୍ଲୀ: କୋରୋନା ଭାଇରସ ମହାମାରୀ ଯୋଗୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଘୋଷିତ ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ବିଷୟରେ ଆଜି(ଶୁକ୍ରବାର) ବିସ୍ତାରିତ ବିବରଣୀ ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆଜି ଆର୍ଥିକ ପ୍ୟାକେଜରେ ଚାଷୀ ଓ ଗ୍ରାମୀଣ ଭାରତକୁ ଦିଆଯାଇଥିବା ରିଲିଫ ବିଷୟରେ ସେ ବିସ୍ତୃତ ଭାବରେ କହିଛନ୍ତି । ସେ କହିଛନ୍ତି ଯେ, କୃଷି ଭିତ୍ତିଭୂମି ପାଇଁ ୧ ଲକ୍ଷ କୋଟି ଟଙ୍କା ଫଣ୍ଡର ବ୍ୟବସ୍ଥା କରାଯାଇଛି । ବୁଧବାର ସାମ୍ବାଦିକ ସମ୍ମିଳନୀର ପ୍ରଥମ ପର୍ଯ୍ୟାୟରେ ଅର୍ଥମନ୍ତ୍ରୀ କ୍ଷୁଦ୍ର, ମଧ୍ୟମ ଶିଳ୍ପ ଏବଂ ରିଅଲ ଇଷ୍ଟେଟ୍ ସମେତ ଅନ୍ୟାନ୍ୟ କ୍ଷେତ୍ରକୁ ପ୍ରଦାନ କରାଯାଇଥିବା ରିହାତି ଉପରେ କହିଥିଲେ । ଗୁରୁବାର ଚାଷୀ ଓ ପ୍ରବାସୀ ଶ୍ରମିକମାନଙ୍କୁ ଦିଆଯାଉଥିବା ସୁବିଧା ତଥା ରିହାତି ବିଷୟରେ ସେ କହିଥିଲେ ।
ଅର୍ଥ ମନ୍ତ୍ରୀ କହିଛନ୍ତି ଯେ, ୨ ମାସ ମଧ୍ୟରେ ଚାଷୀଙ୍କ ଆକାଉଣ୍ଟରେ ୧୮ ହଜାର ୭୦୦ କୋଟି ପଠାଯାଇଛି । ଗତ ୨ ମାସ ମଧ୍ୟରେ ଚାଷୀଙ୍କୁ ସାହାଯ୍ୟ କରିବା ପାଇଁ ଅନେକ ପଦକ୍ଷେପ ନିଆଯାଇଛି । ୭୪ ହଜାର ୩୦୦ କୋଟି ଟଙ୍କାର ଫସଲ କ୍ରୟ କରାଯାଇଛି । ୨ କୋଟି ଚାଷୀଙ୍କୁ ସବସିଡି ସହିତ ଋଣ ଦିଆଯାଇଛି । ସର୍ବନିମ୍ନ ସମର୍ଥନ ମୂଲ୍ୟ ବା ଏସଏମପି ପାଇଁ ୧୭ ହଜାର ୩୦୦ କୋଟି ଓ ଫସଲ ବୀମା ପାଇଁ ୬ ହଜାର ୪୦୦ କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି ।
ନିର୍ମଳା ସୀତାରମଣ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦା ଯୋଜନା ମାଧ୍ୟମରେ ମତ୍ସ୍ୟଜୀବୀଙ୍କ ପାଇଁ ଆମେ ୨୦,୦୦୦ କୋଟି ଟଙ୍କା ଆବଣ୍ଟନ କରିବାକୁ ନିଷ୍ପତ୍ତି ନେଇଛୁ । ଏହା ମତ୍ସ୍ୟ ମୂଲ୍ୟ ମୂଲ୍ୟ ଶୃଙ୍ଖଳରେ ଗୁରୁତ୍ୱପୂର୍ଣ୍ଣ ଫାଙ୍କା ପୂରଣ କରିବାରେ ସାହାଯ୍ୟ କରିବ । ଏହା ସାମୁଦ୍ରିକ ଓ ଆଭ୍ୟନ୍ତରୀଣ ମତ୍ସ୍ୟ କ୍ଷେତ୍ରର ବିକାଶରେ ସହାୟକ ହେବ । କିସାନ କ୍ରେଡିଟ କାର୍ଡ ପାଇଁ ୨ ଲକ୍ଷ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । କୃଷି ଭଣ୍ଡାରରେ ସହାୟତା ପାଇଁ ସମବାୟ ସମିତି ଓ ଗୋଷ୍ଠୀକୁ ଅର୍ଥ ପ୍ରଦାନ କରାଯିବ ।