• ସୁନ୍ଦରଗଡ଼ ବାଲିଶଙ୍କରା ପଞ୍ଚାୟତର ସବୁ ଗାଁ ଲକ୍‌ଡାଉନ୍
  • କାଲିଠୁ ୭ ଦିନ ପାଇଁ ଲକ୍‌ଡାଉନ୍ ଘୋଷଣା କଲେ ସରପଞ୍ଚ
  • କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍.ୟେଦିୟୁରପ୍ପା କୋରୋନା ପଜିଟିଭ
  • ଏଣିକି ପ୍ରତି ଶନିବାର ଓ ରବିବାର ସାଧାରଣ ଦର୍ଶନାର୍ଥୀଙ୍କ ପାଇଁ ବନ୍ଦ
  • ଆସନ୍ତା ୨୪ ତାରିଖଠାରୁ ଲାଗୁ ହେବ କଟକଣା
  • କଟକ DCP ଅଫିସରେ ହେଲା ହାଇଦରର କୋଭିଡ ଟେଷ୍ଟ
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କୋରୋନା
  • ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୩ ହଜାର ଟପିଲା
  • ମାସ୍କ ପ୍ରସଙ୍ଗରେ ଉତ୍ତରପ୍ରଦେଶ ସରକାରଙ୍କ ବଡ ନିଷ୍ପତ୍ତି
  • ମାସ୍କ ନ ପିନ୍ଧିଲେ ପ୍ରଥମ ଥର ୧୦୦୦, ୨ୟ ଥର ୧୦ହଜାର ଜରିମାନା

ଭୋଟଗ୍ରହଣ ଶେଷ; ଜାଣନ୍ତୁ କେଉଁ ରାଜ୍ୟରେ ହୋଇଛି କେତେ ପ୍ରତିଶତ ମତଦାନ

ବିଭିନ୍ନ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନ କେତେ ପ୍ରତିଶତ ମତଦାନ ହାର ଜଣାପଡିଛି।

ଭୋଟଗ୍ରହଣ ଶେଷ; ଜାଣନ୍ତୁ କେଉଁ ରାଜ୍ୟରେ ହୋଇଛି କେତେ ପ୍ରତିଶତ ମତଦାନ

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାବନ (Bihar Assembly Poll 2020) ଲାଗି ଦ୍ୱିତୀୟ ପର୍ଯ୍ୟାୟ ଏବଂ ମଧ୍ୟ ପ୍ରଦେଶର ୨୮ଟି ବିଧାନସଭା ଆସନରେ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନ (MP ByPoll 2020) ଲାଗି ଭୋଟଗ୍ରହଣ ଶେଷ ହୋଇଛି। ନଭେମ୍ବର ୩ ତାରିଖ ମଙ୍ଗଳବାର ବିହାରର ୨୮ଟି ଜିଲ୍ଲାର ୯୪ଟି ଆସନ ପାଇଁ ଭୋଟଗ୍ରହଣ ଅନୁଷ୍ଠିତ ହୋଇଛି। ମାଓ ପ୍ରଭାବିତ ଅଞ୍ଚଳରେ ମତଦାନ ସମୟ ଆହୁରି ଏକ ଘଣ୍ଟା ପର୍ଯ୍ୟନ୍ତ ବଢାଯିବାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଲୋକ ଭୋଟ୍ ଦେବାକୁ ସକ୍ଷମ ହେଉଛନ୍ତି। 

ନିର୍ବାଚନ ଆୟୋଗ-ଇସି (Elelction Commission) ରିପୋର୍ଟ ଅନୁସାରେ ଦ୍ୱିତୀୟ ପର୍ଯ୍ୟାୟରେ ବିହାରରେ ମତଦାନ ହାର ୫୩.୫୧% ରହିଛି। ସେହିପରି ଓଡିଶାର ବାଲେଶ୍ୱର ସଦର ଆସନରେ ୬୮.୧୯%, ତିର୍ତ୍ତୋଲ ଆସନରେ ୬୭.୯୭%  ମତଦାନ ହୋଇଛି। ବିଭିନ୍ନ ରାଜ୍ୟରେ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନ କେତେ ପ୍ରତିଶତ ମତଦାନ ହୋଇଛି ସେ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି। 
 

ଛତିଶଗଡରେ ୭୧.୯୯%, ଗୁଜୁରାଟରେ ୫୭.୯୮%, ହରିୟାଣାରେ ୬୮%, ଝାଡଖଣ୍ଡରେ ୬୨.୫୧%, କର୍ଣ୍ଣାଟକରେ ୫୧.୩%, ମଧ୍ୟ ପ୍ରଦେଶରେ ୬୬.୩୭%, ନାଗାଲାଣ୍ଡରେ ୮୩.୬୯%, ଓଡିଶାରେ ୬୮.୦୮%, ତେଲେଙ୍ଗାନାରେ ୮୧.୪୪%,  ଉତ୍ତର ପ୍ରଦେଶରେ ୫୧.୫୭% ମତଦାନ ହୋଇଛି। କର୍ଣ୍ଣାଟକର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅନୁଯାୟୀ ସିରା ଏବଂ ରାଜ ରାଜେଶ୍ୱରୀ ନଗର ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନରେ ଯଥାକ୍ରମେ ୮୨.୩୧% ଏବଂ ୪୫.୨୪% ମତଦାନ ରେକର୍ଡ କରାଯାଇଛି।