ହାଥରସ ଗଣଦୁଷ୍କର୍ମ ମାମଲା: ବନ୍ଧା ହେବେ ଭୀମ ଆର୍ମୀ ମୁଖ୍ୟ ଓ ୪୦୦ ସହଯୋଗୀ!
Advertisement

ହାଥରସ ଗଣଦୁଷ୍କର୍ମ ମାମଲା: ବନ୍ଧା ହେବେ ଭୀମ ଆର୍ମୀ ମୁଖ୍ୟ ଓ ୪୦୦ ସହଯୋଗୀ!

ମହଙ୍ଗା ପଡିଲା କୋରୋନା ଆଇନ ଉଲ୍ଲଙ୍ଘନ। ଦଳବଳ ସହ ହାଥରସ ଯାଇଥିବାରୁ ଭୀମ ଆର୍ମୀ ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ଓ ତାଙ୍କର ପ୍ରାୟ ୫୦୦ ସହଯୋଗୀଙ୍କ ନାଁରେ ମାମଲା ରୁଜୁ ହୋଇଛି।

ହାଥରସ ଗଣଦୁଷ୍କର୍ମ ମାମଲା: ବନ୍ଧା ହେବେ ଭୀମ ଆର୍ମୀ ମୁଖ୍ୟ ଓ ୪୦୦ ସହଯୋଗୀ!

ଲକ୍ଷ୍ନୌ: ହାଥରସ କଥିତ ଦୁଷ୍କର୍ମ ଓ ହତ୍ୟା ମାଲାକୁ ନେଇ ରାଜନୀତି ତେଜିବାରେ ଲାଗିଛି । କଂଗ୍ରେସ ପରେ ପୀଡିତ ପରିବାରକୁ ଭେଟିଛନ୍ତି ଭୀମ ଆର୍ମୀ ମୁଖ୍ୟ ଚନ୍ଦ୍ରଶେଖର ଆଜାଦ। ସେ ଗତକାଲି ନିଜ ଶତାଧିକ ସମର୍ଥକଙ୍କ ସହ ହାଥରସ ଯାଇଥିଲେ। ଏହି ସମୟରେ ସେ କୋରୋନା ଓ ମହାମାରୀ ଆଇନର ଉଲ୍ଲଙ୍ଘନ କରିଥିଲେ। ଯେଉଁଥି ପାଇଁ ଉତ୍ତର ପ୍ରଦେଶ ପୋଲିସ ନିଜ ଆଡୁ ମାମଲା ରୁଜୁ କରିଛି।

ରବିବାର ଚନ୍ଦ୍ରଶେଖର ଓ ତାଙ୍କ ସମର୍ଥକ ହାଥରସ ଯାଇଥିଲେ। ପୋଲିସର ବାରଣ ସତ୍ତ୍ୱେ ସେମାନେ ଜବରଦସ୍ତି ଗାଁରେ ପ୍ରବେଶ କରିଥିଲେ। ପ୍ରବେଶ ବେଳେ ପୋଲିସ ସହ ଧସ୍ତାଧସ୍ତି ମଧ୍ୟ ହୋଇଥିଲା। ଏହି ସମୟରେ ୫୦୦ରୁ ଊର୍ଦ୍ଧ୍ୱ ଭୀମ ଆର୍ମୀ ସମର୍ଥକ ଘଟଣାସ୍ଥଳରେ ଉପସ୍ଥିତ ଥିଲେ।

ତେବେ ସେମାନେ ଗାଁରେ ଲଗାଯାଇଥିବା ୧୪୪ ଧାରା ଓ ମହାମାରୀ ଆଇନକୁ ଖାତିର କରିନଥିଲେ। ଏତେ ସଂଖ୍ୟକ ଲୋକଙ୍କ ଏକତ୍ରିତ ହେବା ଆଇନର ଉଲ୍ଲଙ୍ଘନ। ସେପଟେ ହାଥରସ ପୋଲିସ ଆଇପିସିର ଏକାଧିକ ଧାରା ଓ ମହାମାରୀ ଆଇନ ଅନୁସାରେ ଚନ୍ଦ୍ରଶେଖର ଓ ପ୍ରାୟ ୫୦୦ ବେନାମୀଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି।