ଘନଉଛି ରାଜସ୍ଥାନ ରାଜନୀତି, କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ଏତଲା
Advertisement
Article Detail0/zeeodisha/odisha712920

ଘନଉଛି ରାଜସ୍ଥାନ ରାଜନୀତି, କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ ଏତଲା

ରାଜସ୍ଥାନ ପୋଲିସର ସ୍ପେଶାଲ ଅପରେଶନ ଗ୍ରୁପ(Rajasthan SoG) ଏହି FIR କରିଛି । 

ଫାଇଲ ଫଟୋ
ଫାଇଲ ଫଟୋ

ନୂଆଦିଲ୍ଲୀ: ଏବେ ପୁରା ଦେଶର ନଜର ରାଜସ୍ଥାନ ରାଜନୀତି ଉପରେ । ଅଶୋକ ଗେହଲଟ ସରକାରଙ୍କୁ ଭାଙ୍ଗିବା ପାଇଁ ଉଦ୍ୟମ କରୁଥିବାର ଏକ ଅଡିଓ ଟେପ ଭାଇରାଲ ହେବା ଘଟଣା ହଇଚଇ ସୃଷ୍ଟି କରିଛି । ଏହି ଅଡିଓ ବାର୍ତ୍ତା କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ(Gajendra Shekhawat), ବିଧାୟକ ଭନୱରଲାଲ ଶର୍ମା ଓ ବିଜେପି ନେତା ସଂଜୟ ଜୈନଙ୍କ ମଧ୍ୟରେ ହୋଇଥିବା କୁହାଯାଉଛି । ଏମାନଙ୍କ ବିରୋଧରେ FIR ଦାଖଲ ହୋଇଛି । ରାଜସ୍ଥାନ ପୋଲିସର ସ୍ପେଶାଲ ଅପରେଶନ ଗ୍ରୁପ(Rajasthan SoG) ଏହି FIR କରିଛି । 

କଂଗ୍ରେସ ଏହି ଅଡିଓ ଟେପ ନେଇ ସିଧାସଳଖ ଭାରତୀୟ ଜନତା ପାର୍ଟି ଉପରେ ହମଲା କରିଛି । ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ପ୍ରବକ୍ତା ରଣଦୀପ ସୁର୍ଜେୱାଲା ଦଳର ଦୁଇ ବିଧାୟକଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଥିଲେ । ବର୍ତ୍ତମାନ କିଛି ଅଡିଓ ଟେପ ସାମ୍ନାକୁ ଆସୁଛି, ଯେଉଁଥିରେ କଂଗ୍ରେସର ଏହି ଦୁଇ ବିଦ୍ରୋହୀ ବିଧାୟକ ଏବଂ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ସ୍ୱର ରହିଛି ବୋଲି କହିଥିଲା କଂଗ୍ରେସ । ଏହି ଅଡିଓ ଟେପରେ ଘୋଡ଼ା ବେପାର ନେଇ ଆଲୋଚନା ହୋଇଛି । ଜନତାଙ୍କ ଦ୍ୱାରା ନିର୍ବାଚିତ ସରକାରକୁ ବିଜେପି କିଣିବାକୁ ଚେଷ୍ଟା କରୁଥିବା କହିଥିଲେ କଂଗ୍ରେସ ପ୍ରବକ୍ତା ରଣଦୀପ ସୁର୍ଜେୱାଲା । ଏନେଇ କେନ୍ଦ୍ରମନ୍ତ୍ରୀଙ୍କ ବିରୋଧରେ SOG ଦ୍ୱାରା ମାମଲା ରୁଜୁ କରିବାକୁ ସେ ଦାବି କରିଥିଲେ । 

ସେହିପରି ସାମ୍ବାଦିକ ସମ୍ମିଳନୀରେ ଦଳର ଏହି ଦୁଇ ବିଦ୍ରୋହୀ ବିଧାୟକଙ୍କୁ ନିଲମ୍ବନ ନେଇ ଘୋଷଣା ମଧ୍ୟ କରିଥିଲେ ସୁର୍ଜେୱାଲା । ସେହିପରି ଉଭୟ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ ପଠାଯାଇଥିବା ସେ କହିଥିଲେ । କେବଳ ଏତିକି ନୁହେଁ, ପାଇଲଟ ସାମ୍ନାକୁ ଆସି ଏହା ଉପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ କହିଥିଲେ କଂଗ୍ରେସ ପ୍ରବକ୍ତା । 

;