ଏକ ନିର୍ଦ୍ଧିଷ୍ଟ ଧର୍ମକୁ ଆତଙ୍କବାଦ ସହ ଯୋଡି ସେହି ଧର୍ମର ଲୋକଙ୍କ ବିଶ୍ୱାସ ଉପରେ କୁଠାରଘାତ କରାଯାଇଛି। ଏହି ଅଭିଯୋଗକୁ ଭିତ୍ତିକରି ପୋଲିସ ଅପରାଧିକ ଷଡଯନ୍ତ୍ର ଓ ଲୋକଙ୍କ ଧର୍ମୀକ ଆସ୍ଥା ଉପରେ ଆଘାତ (outraging religious sentiments) ପହଞ୍ଚାଇବା ନେଇ ମାମଲା ରୁଜୁ କରିଛି।
Trending Photos
)
ଜୟପୁର: ରାଜ୍ୟ ପୁସ୍ତକ ବୋର୍ଡ ଓ ବହି ପ୍ରଶାସକ ସଂସ୍ଥାର ମାଲିକଙ୍କ ନାଁରେ ଏତଲା। ଯୁକ୍ତ ଦୁଇ ରାଜନୀତି ବିଜ୍ଞାନ ବହିରେ ଇସଲାମ ଧର୍ମକୁ ଅପମାନ କରିଯାଇଥିବା ଓ ଭୁଲ ଭାବେ ଦର୍ଶାଯାଇଥିବା ଅଭିଯୋଗ ହୋଇଛି। ରାଜସ୍ଥାନ ଜୟପୁରର କଂଗ୍ରେସ ସଂଖ୍ୟାଲଖୁ ସେଲ୍ ଏହି ଅଭିଯୋଗ ଆଣିଛି।
ଅଭିଯୋଗ ଅନୁସାରେ, ରାଜସ୍ଥାନ (Rajasthan) ମାଧ୍ୟମିକ ଶିକ୍ଷା ପରିଷଦର ପୁରଣା ଯୁକ୍ତ ଦୁଇ ବହିରେ ଭୁଲ ତଥ୍ୟ ଦିଆଯାଇଛି। ମୁସଲିମ ବା ଇସଲାମକୁ ଭୁଲ ଢଙ୍ଗରେ ଉପସ୍ଥାନ କରାଯାଇଛି। ଏକ ନିର୍ଦ୍ଧିଷ୍ଟ ଧର୍ମକୁ ଆତଙ୍କବାଦ ସହ ଯୋଡି ସେହି ଧର୍ମର ଲୋକଙ୍କ ବିଶ୍ୱାସ ଉପରେ କୁଠାରଘାତ କରାଯାଇଛି। ଏହି ଅଭିଯୋଗକୁ ଭିତ୍ତିକରି ପୋଲିସ ଅପରାଧିକ ଷଡଯନ୍ତ୍ର ଓ ଲୋକଙ୍କ ଧର୍ମୀକ ଆସ୍ଥା ଉପରେ ଆଘାତ (outraging religious sentiments) ପହଞ୍ଚାଇବା ନେଇ ମାମଲା ରୁଜୁ କରିଛି।
Also Read: Antilia Case: ବିପଦରେ ଗୃହମନ୍ତ୍ରୀ, ଯାଇପାରେ ଚୌକି
ବିବାଦିତ ଯୁକ୍ତ ଦୁଇ ରାଜନୀତି ବିଜ୍ଞାନ ବହି (political science textbook) ରେ ଏକ ବିଷୟ ଅଛି ଯାହାର ନାଁ- ‘Terrorism, Criminalisation of Politics and Corruption’। ଏଥିରେ ୨ଟି ପ୍ରଶ୍ନ ଅଛି ଯାହାକୁ ନେଇ କଂଗ୍ରେସ ସଂଖ୍ୟାଲଖୁ ସେଲ୍ (Congress’s Minority Cell) ଆପତ୍ତି ଉଠାଇଛି। ଗୋଟିଏ- କେଉଁଟା ଇସଲାମିକ୍ ଆତଙ୍କବାଦର ମୂଳ ଲକ୍ଷ୍ୟ ନୁହେଁ? ଅନ୍ୟଟି- ତୁମେ ଇସଲାମିକ ଆତଙ୍କବାଦ ବିଷୟରେ କଣ ଭାବୁଛ?
ତେବେ ବହିରେ ଯେଉଁ 'ଇସଲାମିକ୍ ଆତଙ୍କବାଦ' (Islamic terrorism) ଲେଖା ହୋଇଛି ତାହା ଉପରେ ସଙ୍ଗଠନ ଆପତ୍ତି ଜଣାଇଛି। ଗୋଟିଏ ନିର୍ଦ୍ଧିଷ୍ଟ ଧର୍ମକୁ ଆତଙ୍କବାଦ ସହ ଯୋଡିବା ଅନୁଚିତ। ପିଲାଙ୍କୁ ଏହିପରି ବହି ମାଧ୍ୟମରେ ଇସଲାମ ବିରୁଦ୍ଧରେ ଘୃଣାଭାବ ଜାତ କରାଯାଉଛି। ଏଥିପାଇଁ କେବେଳ ଯେ ମୁସଲମାନ ଶିକ୍ଷକ ଓ ଛାତ୍ରଛାତ୍ରୀ ଅପମାନିତ ହେଉଛନ୍ତି ତହା ନୁହଁ, ଇସଲାମ ଧର୍ମ ଉପରେ ମଧ୍ୟ ଏହା ଏକ ହମଲା ବୋଲି ଅଭିଯୋଗକାରୀ ମୋହସିନ ରସୀଦ କହିଛନ୍ତି।