ମୁମ୍ବାଇ: ମହାରାଷ୍ଟ୍ର ମୁମ୍ବାଇର ମାନଖୁର୍ଦ୍ଦ ଗୋଦାମ ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ ହେବାର ସୂଚନା ପାଇବା ପରେ ଦମକଳଗାଡ଼ିର ୧୫ଟି ଗାଡ଼ି ସ୍ଥାନୀୟ ଅଞ୍ଚଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଜୋରଦାର ଉଦ୍ୟମ ଜାରି ରଖିଛନ୍ତି । ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ । ଦମକଳବାହିନୀର ୧୫ଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିବା ଜଣାପଡ଼ିଛି। ସୂଚନାନୁଯାୟୀ, ଏହି ଅଗ୍ନିକାଣ୍ଡରେ କିଛି ଲୋକ ଫସିଥିବା କୁହାଯାଉଛି ।
ସୂଚନାଯୋଗ୍ୟ, ଶୁକ୍ରବାର ଅପରାହ୍ଣରେ ନିଆଁ ଲାଗିବା ପରେ ଏହି ଅଞ୍ଚଳରୁ ପ୍ରବଳ ମାତ୍ରାରେ ଧୂଆଁ ବାହାରିଥିବା ଦୃଶ୍ୟମାନ ହୋଇଛି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ (Fire Department) ର ଅଧିକାରୀ ମାନେ ପହଞ୍ଚିବା ପରେ କହିଛନ୍ତି ଯେ, ଭୟଙ୍କର ରୂପେ ଏହି ନିଆଁ ଲାଗିଛି । ଯାହାକୁ ଆୟତ୍ତ କରିବାକୁ ପାଣି ଟ୍ୟାଙ୍କର (Water Tanker) ସେଠାରେ ପହଞ୍ଚିସାରିଛି। ତେବେ ଧୂଆଁର ମାତ୍ରା ପ୍ରାୟ ୧୦ରୁ ୧୫ ଫୁଟ୍ ଉପରକୁ ବ୍ୟାପୁଥିବା ଦେଖାଯାଇଛି ।
Also Read: ପୁଣି ମୁହାଁମୁହିଁ BJP-TMC:ନଡ୍ଡାଙ୍କ ରଥଯାତ୍ରାକୁ ଅନୁମତି ଦେଉନାହିଁ କୋଲକାତା ପୋଲିସ
ସୂଚନା ମୁତାବକ, ଅପରାହ୍ନ ପ୍ରାୟ ୨ଟା୪୪ ମିନିଟ ସମୟରେଏହି ଅଗ୍ନିକାଣ୍ଡ ଘଟିଥିଲା । ମାନଖୁର୍ଦ୍ଦ (Mankhurd)ର କୁର୍ଲା ସ୍କ୍ରାପରେ ଥିବା ସ୍କ୍ରାପ୍ (Scrap) ସାମଗ୍ରୀରେ ନିଆଁ ଲାଗିଥିବା ଜଣାପଡିଛି । ଖବର ଅନୁଯାୟୀ , ଅଗ୍ନିକାଣ୍ଡ ଯୋଗୁଁ କୌଣସି କ୍ଷୟକ୍ଷତି ହୋଇନାହିଁ । ଏ ବାବଦରେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।
Also Read: କୋରୋନାକୁ ନେଇ ଆସିଲା ସାଂଘାତିକ ତଥ୍ୟ, ନିୟନ୍ତ୍ରଣ ହେଲେ ବି ଟଳିନି ବିପଦ
ସୂଚନାଯୋଗ୍ୟ ଯେ, ବୁଧବାର ମଧ୍ୟ ମହାରାଷ୍ଟ୍ର( Maharastra)ର ୱାର୍ଡ଼ ନିକଟରେ ଥିବା ଉତ୍କଳ ଗାଲଭା ମେଟାଲିକ୍ ଷ୍ଟିଲ ପ୍ଲାଣ୍ଟରେ ଏକ ଦୁଃଖଦ ଘଟଣା ଘଟିଥିଲା । କାରଖାନାର ଏକ ଚୁଲିର ଉତ୍ତାପ ଏବଂ ଏଥିରୁ ବାହାରୁଥିବା କୋଇଲା (Coal) କଣିକାର ସଂସ୍ପର୍ଶରେ ଆସି ୩୮ ଜଣ ଶ୍ରମିକ ଜଳି ଯାଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା ।